OnaKhabar

ଘରୋଇ ଉପାୟ ଆପଣାନ୍ତୁ, ଅଟାଂ ବିନ୍ଧାରୁ ମୁକ୍ତି ପାଆନ୍ତୁ

0 17

ଭୁବନେଶ୍ୱର:ବର୍ତମାନ ସମୟରେ ଅଟାଂବିନ୍ଧା ସମସ୍ୟା ଏକ ସାଧାରଣ ସମସ୍ୟା ହୋଇଗଲାଣି । କେବଳ ବୟସ୍କ ଲୋକମାନେ ଯେ ଏପରି ସମସ୍ୟା ଭୋଗୁଛନ୍ତି ତା’ ନୁହେଁ ବରଂ ଯୁବଗୋଷ୍ଠୀ ମଧ୍ୟ ଅଟାଂ ବିନ୍ଧାର ଶିକାର ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଲା କମ ପରିଶ୍ରମ ଓ ଖାଦ୍ୟ ଗ୍ରହଣରେ ଅନିୟମିତତା ଓ ଅଧିକ ସମୟ ଅଫିସରେ ବସି କାମ କରିବା । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅଟାଂବିନ୍ଧା ଆରମ୍ଭ ହୋଇଥାଏ ଫଳରେ କାମ କରିବାରେ ମନ ଲାଗେନି । ଏପରି ସ୍ଥଳରେ ଅଟାଂବିନ୍ଧାରୁ ରକ୍ଷା ପାଇବା ପାଇଁ ନିଜର ଜୀବନଶୈଳୀରେ ପରିବର୍ତନ ଆଣିବା ନିହାତି ଆବଶ୍ୟକ । କେବଳ ଯେ ଓଷଧ ସେବନ କରି ତା’ ନୁହେଁ ଆପଣ କେତକ ଘରୋଇ ଉପଚାରକୁ ଆପଣାଇଲେ ଅଟାଂବିନ୍ଧାରୁ ରକ୍ଷା ପାଇପାରିବେ । ଆସନ୍ତୁ ଜାଣିବା ସେ ସବୁ ବିଷୟରେ-

Woman rubbing aching back

* ପ୍ରତିଦିନ ସକାଳୁ ସୋରିଷ କିମ୍ବା ନଡ଼ିଆ ତେଲରେ ରଷୁଣର ୩/୪ ପାଖୁଡ଼ା ପକାଇ ଗରମ କରନ୍ତୁ । ଥଣ୍ଡା ହେବା ପରେ ଏଇ ତେଳକୁ ଅଟାଂରେ ମାଲିସ କରନ୍ତୁ ।
* କଡେଇରେ ୨/୩ ଚାମୁଚ ଲୁଣ ମିଶାଇ ଭଲରେ ଗରମ କରନ୍ତୁ । ଏଇ ଲୁଣକୁ ଏକ ମୋଟାଳିଆ ସୂତା କପଡ଼ାରେ ବାନ୍ଧି ପୋଡଳୀ ବନାନ୍ତୁ । ଏହି ପୋଟଳୀକୁ କଷ୍ଟ ହେଉଥିବା ଜାଗାରେ ସେକ ଦିଅନ୍ତୁ । ଏପରି କଲେ ଆପଣ ଅଟାଂବିନ୍ଧାରୁ ମୁକ୍ତି ପାଇପାରିବେ ।
* ଜୁଆଣୀକୁ ଅଳ୍ପ ଆଚଂରେ ଭାଜି ଦିଅନ୍ତୁ । ଥଣ୍ଡାହେବା ପରେ ଧୀରେ ଧୀରେ ଚୋବାଇ ଜୁଆଣୀକୁ ଗିଳି ଦିଅନ୍ତୁ । ନିୟମିତ ରୂପେ ଏପରି କଲେ ଆପଣ ଅଟାଂବିନ୍ଧାରୁ ରକ୍ଷା ପାଇପାରିବେ ।
* ବହୁତ ସମୟ ପର୍ଯ୍ୟନ୍ତ କୌଣସି ସ୍ଥାନରେ କାମ କରନ୍ତୁ ନାହିଁ । ପ୍ରତି ୪୦ ମିନିଟ ପରେ ଉଠି ଟିକେ ଚଲାବୁଲା କରନ୍ତୁ ।

https://www.onakhabar.com/2019/05/benefits-of-water-melon/

Leave A Reply

Your email address will not be published.