OnaKhabar

ସଂକ୍ରାନ୍ତିରେ କେଉଁ ଠାକୁରଙ୍କୁ ପ୍ରାର୍ଥନା କଲେ ମିଳିବ ଶୁଭଫଳ, ଦେଖନ୍ତୁ ଆଜିର ରାଶିଫଳରୁ…

0 11

ମେଷ: ଆଜି ଆପଣ ଏକ ନୂଆ କାମ ଆରମ୍ଭ କରିବେ ଓ କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲରେ କଟିବ । ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ । ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବେ । ଜୀବନ ସାଥିଙ୍କ ସହିତ ସମୟ ଭଲରେ କଟିବ । ଶୁଭରଙ୍ଗ: ଧଳା, ଆରଧନା ମାଆ ରାମଚଣ୍ଡୀ ।

ବୃଷ: ଆପଣଙ୍କ ଭାବନା ନକରାତ୍ମକ ରହିବ । ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ । ବ୍ୟବସାୟରେ ଲାଗିଥିବା ପଇସାର ଲାଭ ହୋଇପାରେ । କୌଣସି କମ୍ପାନୀରେ ଚାକିରିର ଇମେଲ ଆସିପାରେ । ଶୁଭରଙ୍ଗ: ଘିଅରଙ୍ଗ, ଆରଧନା ମାଆ ବିରଜା ।

ମିଥୁନ: ଆଜି ଆପଣ ନିଜ ଉପରେ ଗର୍ବ ଅନୁଭବ କରିବେ । ଶତ୍ରୁ ବନ୍ଧୁତାର ହାତ ବଢ଼ାଇବେ । ବ୍ୟବସାୟୀମାନେ ବଡ଼ ଡିଲ କରିପାରନ୍ତି । ଚାକିରିଆଙ୍କୁ ବିଷେଶ ସଫଳତା ମିଳିବ । ଘରକୁ ଅତିଥି ଆସିବେ । ଶୁଭରଙ୍ଗ: ସବୁଜ, ଆରଧନା ମାଆ ଭଦ୍ରକାଳୀ ।

କର୍କଟ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ଘର ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ । ସାମାଜିକ କାର୍ଯ୍ୟରେ ସହଭାଗିତା ରଚିବେ । ମହତ୍ୱପୁର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ । ଶୁଭରଙ୍ଗ: ଗୋଲାପୀ ଆରାଧନା ବାବା ସାଇରାମ ।

ସିଂହ: ଆଜି ଆପଣଙ୍କୁ ଉନ୍ନତିର ନୂଆ ରାସ୍ତା ମିଳିବ । ବ୍ୟସ୍ଥତାରେ ରହିବା ସତ୍ୱେ ନିଜ ପାଇଁ ସମୟ ବହାର କରିବେ । କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ । ପରିବାରରେ ହସଖୁସିରେ ବାତାବରଣ ରହିବ । ଶୁଭରଙ୍ଗ: ମେରୁନ ଆରାଧନା ଶ୍ରୀଗଣେଷ ।

କନ୍ୟା: ପୁରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ । ପରିବାରଜନଙ୍କ ସହଯୋଗ ମିଳିବ । କାମକୁ ପୁରା କରିବା ଲାଗି ନୂଆ ଯୋଜନା କରିବେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ଶୁଭରଙ୍ଗ : ଧଳା ଆରଧନା ମହାଲକ୍ଷ୍ମୀ

ତୁଳା: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ । ଆୟ ଅନୁସାରେ ଖର୍ଚ୍ଚର୍ ଅଧି ହେବ । ପରିବାରେ ସ୍ନେହ ଓ ଜୀବନ ସାଥିଙ୍କ ଠାରୁ ଖୁସି ପାଇବେ । ଶୁଭରଙ୍ଗ କଫିରଙ୍ଗ ଆରଧନା ମାଆ ବିରଜା ।

ବିଛା: ଆପଣଙ୍କ ନିଷ୍ପତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ । ଅଫିସରେ ଲାଗିରହିଥିବା ବିଶୃଙ୍ଖଳା ସମାଧାନ ହୋଇଯିବ । ସଉଦାରେ ଆଶା ଠୁଁ ଅଧି ଲାଭ ହେବ । ପ୍ରେମ ସାଗରରେ ବୁଡ଼ ପକାଇବେ । ଶୁଭରଙ୍ଗ ଧଳା ଆରାଧନା- ମହାଦେବ ।

ଧନୁ: ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ । କେହି ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ । ବ୍ୟବସାୟରେ ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ । ଶୁଭରଙ୍ଗ: ମେରୁନ । ଆରାଧନା- ମାଆ ଗାୟତ୍ରୀ ।

ମକର: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଧାର୍ମିକ ଆୟୋଜନରେ ଆପଣ ସେବା କରିବାର ଅବସର ମିଳିବ । ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ୱାରା ଆପଣଙ୍କର ପ୍ରଶଂସା ହେବ । ଶୁଭରଙ୍ଗ: କମଳା, ଆରାଧନା- ଶ୍ରୀଗଣେଷ

କୁମ୍ଭ: ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ । ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ । ମିତ୍ରଙ୍କ ଠାରୁ ଭଲ ଖବର ପାଇବେ । ଶୁଭରଙ୍ଗ: ଧଳା । ଆରାଧନା- ମାଆ କଟକଚଣ୍ଡୀ ।

ମୀନ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ ଆସୁଛି । ଆପଣଙ୍କ ପତିଦ୍ୱନ୍ଦୀ ଶାନ୍ତ ରହିବେ । ଯୌଥ ବ୍ୟବସାୟରେ ଭଲ ଲାଭ ହେବ । ଶୁଭରଙ୍ଗ- କ୍ରୀମ, ଆରାଧନା -ମାଆ ଗାୟତ୍ରୀ

Leave A Reply

Your email address will not be published.