OnaKhabar

ହରିଣ ମାଂସ ସହ ୫ ଶିକାରୀ ଗିରଫ

0 11

ନୀଳଗିରି: ଆଜି ବନବିଭାଗର ଏକ ଟିମ ବାଲେଶ୍ୱର ଜିଲ୍ଲା ନୀଳଗିରି କୁଲଡିହା ଅଭୟାରଣ୍ୟର ୫ଜଣ ଶିକାରୀଙ୍କୁ ଗିରଫ କରଥିବାର ସୂଚନା ମିଳିଛି । ସେମାନଙ୍କ ନିକଟରୁ ହରିଣ ମାଂସ ସହ ୨ଟି ବନ୍ଧୁକ ଜବତ ହୋଇଛି ।
ସୂଚନାରୁ ପ୍ରକାଶ,ଶିକାରୀମାନେ ହରିଣ ଶୀକାର କରି ଫେରୁଥିବା କଥା ବନବିଭାଗ ଫରେଷ୍ଟର ଜାଣିବାକୁ ପାଇଥିଲେ । ସୂଚନା ପାଇବା ପରେ ବନବିଭାଗ ଚଢ଼ାଉ କରି କୁଳଢ଼ିଆ ବିଟ ହାଉସ ଅଦୂରସ୍ଥ ସିନ୍ଦୁରଗୌରା ନିକଟରେ ଶିକାରୀମାନଙ୍କୁ ଧରିଥିଲେ ।
ଗିରଫ ଶିକାରୀମାନେ ହେଲେ ତେଣ୍ଡା ଗ୍ରାମର ଜୁଣିଆ ସିଂହଙ୍କ ୪୫ ବର୍ଷିୟ ପୁଅ ସାଇବ ସିଂହ ଏବଂ ଗୌତମ ସିଂହଙ୍କ ୨୮ ବର୍ଷିୟ ପୁତ୍ର ବୁଦ୍ଧିରାମ ସିଂହ । ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୧୦ କିଲୋ ହରିଣମାଂସ, ଗୋଟିଏ ହରିଣ ମୁଣ୍ଡ ଜବତ କରାଯାଇଛି ।
ଏହାଛଡ଼ା ତେଣ୍ଡା ବିଟ ହାଉସ ପାଖରୁ ବନକର୍ମଚାରୀମାନେ ଶିମୁଳି ଗ୍ରାମର ଗୁରୁବା ସିଂହଙ୍କ ୪୫ ବର୍ଷିୟ ପୁତ୍ର ହାଡ଼ୁ ଓ ବଡ଼ନାଳ ଗ୍ରାମର ଦେବେନ୍ଦ୍ର ସିଂହଙ୍କ ପୁତ୍ର ଟେମ୍ଫୁ(୩୩)ଙ୍କୁ ଗିରଫ କରି ତାଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଓ ଧନୁତୀର ଜବତ କରିଛନ୍ତି ।
ବାଲିଆନାଳ ବିଟ ହାଉସ ଅନ୍ତର୍ଗତ ଶୀତଳବାଙ୍କ ପୋଖରୀ ନିକଟରୁ ବୁଦ୍ଧୁସାହି ଗ୍ରାମର ସତ୍ୟବାନ ସିଂହଙ୍କ ୫୩ ବର୍ଷୀୟ ପୁତ୍ର ରୁପାଙ୍କୁ ମଧ୍ୟ ଗିରଫ କରାଯାଇଛି । ତାଙ୍କ ଠାରୁ ଧନୁତୀର ଓ ଗୋଳାବାରୁଦ ଜବତ କରାଯାଇଛି । ଚଢ଼ାଉ ସମୟରେ ଅନ୍ୟ ଶିକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ବନ ବିଭାଗ ତରଫରୁ ଫେରାର ଥିବା ଶିକାରୀମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ।

https://www.onakhabar.com/2019/05/cattle-laden-truck-meets-with-accident-near-dhenkanal/

Leave A Reply

Your email address will not be published.