OnaKhabar

ଶ୍ରୀ ମନ୍ଦିରରେ ଜଳିଲା ବିଜୁଳି ଆଲୁଅ

0 11

ପୁରୀ: ବାତ୍ୟା ‘ଫନି’କୁ ଆଜିକୁ ୧୨ ଦିନ ପୂରିଲା | ତେବେ ‘ଫନି’ ଲାଗି ପୁରୀ ସମେତ ଅନେକ ଜିଲ୍ଲାରେ ବିଜୁଳି ନଥିବା ବେଳେ ଆଜି ପୁରୀକୁ ବିଜୁଳି ଆସିଛି | ଆଜି ସନ୍ଧ୍ୟା ସୁଦ୍ଧା ବଡ଼ଦାଣ୍ଡରେ ବିଦ୍ୟୁତ୍‌ ଆଲୋକ ଜଳିବା ସମ୍ଭାବନା ରହିଛି । ଶ୍ରୀମନ୍ଦିରରେ ବିଦ୍ୟୁତ୍‌ ସଂଯୋଗ ନେଇ ସେସୁର ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ବାତ୍ୟା ‘ଫନି’ ମାଡ଼ ହେବାର ୧୨ ଦିନ ପରେ ପୁରୀ ସହରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି । ଗତକାଲି ବିଳମ୍ବିତ ରାତିରେ ବାଲିଘାଟ ଗ୍ରୀଡ୍‌କୁ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା । ଏହାପରେ ଆଜି ସକାଳେ ଶ୍ରୀରାମନଗର ସବ୍ ଷ୍ଟେସନକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି । ଆଜି ପ୍ରଥମେ ବଡ଼ଦାଣ୍ଡକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି । ମେ’୩ରେ ପୁରୀରେ ସାମୁଦ୍ରିକ ଝଡ଼ ‘ଫନି’ ଲ୍ୟାଣ୍ଡଫଲ୍ କରିଥିଲା ।

https://www.onakhabar.com/2019/05/cyclone-fani-to-hit-odisha-coast-at-6-to-10-am/

 

Leave A Reply

Your email address will not be published.