OnaKhabar

ସୋର ଥାନା ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର

0 16

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ସାମ୍ନାରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ଥାନା ଠାରୁ ମାତ୍ର ୧୦୦ମିଟର ଦୂରରେ ତାଙ୍କ ମୃତଦେହ ପଡ଼ିଥିଲା । ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ । ତାଙ୍କ ମୃତ୍ୟୁକୁ ନେଇ ନାନା କଥା ଆଲୋଚନା ହେଉଛି । ତାଙ୍କୁ କେହି ମାରି ରାଜପଥରେ ଫିଙ୍ଗିଦେଇଛି କି ରାସ୍ତା ପାର ହେବା ସମୟରେ କୌଣସି ଗାଡ଼ି ଚାପି ଦେଇ ପଳାଇଥିବା ମଧ୍ୟ କୁହାଯାଉଛି । ତେବେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରୁନି । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛଦ ପାଇଁ ପଠାଇଛି । ଶବ ବ୍ୟବଚ୍ଛଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବେ ବୋଲି ସୋର ପୁଲିସ କହିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

https://www.onakhabar.com/2019/05/youth-arrested-for-attack-his-lover/

Leave A Reply

Your email address will not be published.