OnaKhabar

ପୁରୀ ପାଇଁ ନବୀନଙ୍କ ପ୍ୟାକେଜ ଘୋଷଣା: ପ୍ରତି ପରିବାରକୁ ୫୦ କିଲୋ ଚାଉଳ ଓ ଅଢେଇ ଲିଟର କିରାସିନି

0 7

ପୁରୀ: ବାତ୍ୟା ‘ଫନି’ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୁରୀ ଜିଲ୍ଲା ବାସିନ୍ଦାଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି । ସାଧାରଣ ଲୋକଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନବୀନ ପୁରୀ ଗସ୍ତ ଅବସରରେ କହିଛନ୍ତି, ପ୍ରତି ପରିବାରକୁ ମାଗଣାରେ ଅଢେଇ ଲିଟର କିରାସିନି ମିଳିବ । ଏହା ପ୍ରତି ୧୦ ଦିନରେ ଥରେ ଲେଖାଏଁ ଦିଆଯିବ । ସେହିପରି ପ୍ରତି ପରିବାରକୁ ୫୦ କିଲୋ ଚାଉଳ ମଧ୍ୟ ମିଳିବ । ଉପଭୋକ୍ତା ନିଜର ରାସନ କାର୍ଡ ଦେଖାଇ ଚାଉଳ ନେଇ ପାରିବେ । ସେହିପରି ୨ ମାସ ପାଇଁ ମାଗଣାରେ ସାନିଟାରୀ ନାପକିନ ବଣ୍ଟନ ହେବ ।
ଏଥିସହ ନବୀମ କହିଛନ୍ତି, ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବିତ ଲୋକଙ୍କ ପାଇଁ ସରକାର ଚିନ୍ତା କରୁଛନ୍ତି ବୋଲି ନବୀନ କହିଛନ୍ତି । ବାତ୍ୟାଜନିତ କ୍ଷୟକ୍ଷତି ନେଇ ନବୀନ ଦୁଃଖପ୍ରକାଶ କରିଛନ୍ତି । ପୁରୀ ଜିଲ୍ଲାକୁ ବିଦ୍ୟୁତ ଯୋଗାଣ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ବିଦ୍ୟୁତ ଭିତ୍ତିଭୂମି ଠିକ କରିବା ପାଇଁ ଜିଲ୍ଲାରେ ୧୦ ହଜାର ଲୋକ କାମ କରୁଛନ୍ତି । ଯେତେ ଶୀଘ୍ର ସମ୍ଭବ ସାରା ଜିଲ୍ଲାକୁ ବିଦ୍ୟୁତ ଯୋଗାଣ କରାଯିବ । ପୁରୀକୁ ବିଦ୍ୟୁତ ଯୋଗାଉଥିବା ୩ଟି ଲାଇନ ନଷ୍ଟ ହୋଇଛି । ଏଥିରୁ ଆଜି ଗୋଟିକୁ ସଜଡ଼ା କରାଯାଇଛି । ପୁରୀ, ନିମାପଡ଼ା ଓ କୋଣାର୍କ ସହରକୁ ଆଜି ରାତିରୁ ବିଦ୍ୟୁତ ସଂଯୋଗ ଦିଆଯାଉଛି ବୋଲି ନବୀନ କହିଛନ୍ତି ।

https://www.onakhabar.com/2019/05/fani-chance-to-politics/

 

Leave A Reply

Your email address will not be published.