OnaKhabar

ଓଡିଶାରେ ବିଜେପି କ୍ଷମତାକୁ ଆସିବା ନେଇ ଦାମଙ୍କ ସନ୍ଦେହ

0 13

ଭୁବନେଶ୍ୱର: ବିଜେପି ନେତାମାନେ ଏଥର ଓଡିଶାରେ ସରକାର ଗଢିବେ ବୋଲି ବେଶ ସ୍ୱପ୍ନ ଦେଖୁଛନ୍ତି । ଏଥିନେଇ ସେମାନେ ଦାବୀ ମଧ୍ୟ କରୁଛନ୍ତି । ଏପରିକି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାକୁ ନିର୍ବାଚନ ପ୍ରଚାର କରିବାକୁ ଆସିଥିବା ବେଳେ ଶେଷ ପ୍ରଚାର ବେଳେ ଖୋଲାଖୋଲି ଭାବେ କହିଥିଲେ ନବୀନ ପଟ୍ଟନାୟକଙ୍କର ଏଥର କ୍ଷମତାରୁ ଯିବା ନିଶ୍ଚିତ ବୋଲି କହିଥିଲେ । ଏଭଳି କଥା କହି ବିଜେପି କ୍ଷମତା ଦଖଲ କରିବ ବୋଲି ସୂଚନା ଦେଇଥିଲେ । ଏପରିକି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବହୁ ପୂର୍ବରୁ ଓଡିଶା ପାଇଁ ୧୨୦ ଆସନ ପାଇବାର ଭବିଷ୍ୟବାଣୀ କରିଛନ୍ତି । ଏବେ ନିର୍ବାଚନ ପରେ ମଧ୍ୟ ବିଜେପି ନେତାମାନଙ୍କ ଦାବୀ ଅତୁଟ ରହିଛି । ଏଥିସହ ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ପ୍ରଚାର ବେଳେ ବିଜେପି ସରକାର ଗଢିବ ଏବଂ ଏହାର ଶପଥ ଗ୍ରହଣ ଉତ୍ସବକୁ ଆସି ମୋଦିଙ୍କ ସହ ବସିବା ପାଇଁ ନବୀନ ପଟ୍ଟନାୟକଙ୍କୁ ଆଗୁଆ ନିମନ୍ତ୍ରଣ ଦେଇଛନ୍ତି । ହେଲେ ତାଙ୍କ ଦଳର ବରିଷ୍ଠ ନେତା ଡା. ଦାମୋଦର ରାଉତ ଭିନ୍ନ ମତ ରଖିଛନ୍ତି । ବିଜେପି ଓଡିଶାରେ ସରକାର ଗଢିବ ଏ ଭରଷା ତାଙ୍କର ନାହିଁ । ବିଜେପିର ଗତ ନିର୍ବାଚନରେ ୧୦ ଜଣ ବିଧାୟକ ଜିତିଥିଲେ । ଏଥର ଏକା ଥରେ ୧୦ରୁ୭୫ ଆସିବା ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି । ସେ ଆଉ ଗୋଟିଏ ବଡ କଥା କହିଛନ୍ତି, ବିଜେଡି ମଧ୍ୟ ଗତ ଥର ଫଳାଫଳ କରି ନପାରେ । ଏକ୍ଷେତ୍ରରେ ଯଦି ବିଜେଡି ଏକଦା ସଂଖ୍ୟା ଗରିଷ୍ଠତା ହାସଲ ନକରେ ତେବେ ବିଜେପି ସହ ମେଣ୍ଟ ହେବାରେ କିଛି ବାଧା ନାହିଁ ବୋଲି ଡା. ରାଉତ ମତ ରଖିଛନ୍ତି ।
ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଡା.ରାଉତ କହିଛନ୍ତି, ଭାରତୀୟ ରାଜନୀତିରେ ସାମ୍ପ୍ରତିକ ସ୍ଥିତି ଯାହା କେନ୍ଦ୍ରରେ କିଏ ସରକାର ଆସିବ ସେ ବିଷୟରେ ସଠିକ ଆକଳନ କରିବା ସମ୍ଭବ ନୁହେଁ । ଓଡିଶା କଥା ଦେଖିଲେ ୨୦୧୪ରେ ନରେନ୍ଦ୍ର ମୋଦି ଦୁଇ ଦୁଇ ଥର ଆସିଥିଲେ । କିନ୍ତୁ ଲୋକସଭା ପାଇଁ ମାତ୍ର ଗୋଟିଏ ବିଜେପି ଆସନ ପାଇଥିଲା ଏବଂ ବିଜେଡି ୨୦ଟି ଆସନରେ ନିର୍ବାଚିତ ହୋଇଥିଲା । ଚଳିତ ନିର୍ବାଚନରେ ଆଶା କରାଯାଉଛି ବିଜେପି ପ୍ରାୟ ୧୩ରୁ୧୪ଟି ଆସନ ପାଇବ । ବିଧାନସଭାରେ ଗତଥର ନବୀନ ପଟ୍ଟନାୟକଙ୍କର ଯେଉଁ ୧୭ଜଣ ବିଧାୟକ ଥିଲେ ତାହା ନିଶ୍ଚିିତ ଭାବରେ କମିଆସିବ । ଏଣୁ ସରକାର ଗଢିବା ହୁଏତ ତାଙ୍କ ପାଖରେ ସମ୍ଭବ ହୋଇନପାରେ । ବିଜେପି ପକ୍ଷରୁ ଯଦିଓ ଏଥର ବହୁ ପ୍ରଚାର ପ୍ରସାର ହୋଇଛି ଓ ଲୋକଙ୍କର ଟିକେ ଆଶକ୍ତି ବଢିଛି ଏଥିରେ ଯେ ହଠାତ୍ ୧୦ଟିରୁ ଆସନ ଯାଇ ୭୩ କି ୭୫ କରି ସରକାର କରିବେ ଏନେଇ ଟିକେ ସଂଶୟ ରହିଛି ବୋଲି ଡା.ରାଉତ କହିଛନ୍ତି ।
ସେ ଆହୁରି କହିଛନ୍ତି, ଏକକ ଭାବେ ସରକାର ଗଠନ କରିବା ପାଇଁ ବିଜେପି ଯଦି ସକ୍ଷମ ନ ହୁଏ ଏବଂ ଏକକ ଭାବେ ସରକାର ଗଠନ କରିବା ପାଇଁ ନବୀନ ପଟ୍ଟନାୟକ ଯଦି ସକ୍ଷମ ନହୁଅନ୍ତି ତେବେ ଦୁଇ ଦଳ ମଧ୍ୟରେ ସମିକରଣ ହେବାରେ କିଛି ଅସୁବିଧା ନାହିଁ । ସରକାର ଗଠନ ପାଇଁ ବିଜେଡି-ବିଜେପି ମଧ୍ୟରେ ମେଣ୍ଟହେବାରେ କିଛି ଅସୁବିଧା ନାହିଁ । ୨୦୦୦ ମସିହାରେ ମଧ୍ୟ ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇଥିଲା ।
ଏଥିସହ ଡା. ରାଉତ କହିଛନ୍ତି, ଏଥର ସେ ଜିତିବା ନେଇ ବହୁ ଆଶାବାଦୀ ଅଛନ୍ତି । ଲୋକଙ୍କ ଉପରେ ତାଙ୍କର ଅଖଣ୍ଡ ବିଶ୍ୱାସ ରହିଛି । ଲୋକେ ତାଙ୍କୁ ନିଶ୍ଚୟ ଗ୍ରହଣ କରିନେଇଛନ୍ତି । ଯଦି ଏହା ନହେଲେ ବି ସେ ଏନେଇ ଦୁଃଖିତ ହେବେ ନାହିଁ ।
ତାଙ୍କ ପୁଅକୁ ବିଜେଡି ପ୍ରାର୍ଥୀ କରିବା ସମ୍ପର୍କରେ ମତ ରଖି କହିଛନ୍ତି, ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ଥିଲା ଓ ତାଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ବିଜେଡିର କିଛି ନେତା ଏପରି କରିଛନ୍ତି । ସେ କହିଛନ୍ତି କେହି ଯଦି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଅପମାନିତ କରିବା ପାଇଁ ଏପରି କରିଥାଏ ସେ ବୁଝିବେ ସେମାନେ କଣ ଓ ଡା. ରାଉତ କଣ । ମୋତେ ଏକ ରାଜନୈତିକ ଅସୁବିଧାରେ ପକାଇବା ପାଇଁ ନବୀନ ପଟ୍ଟନାୟକଙ୍କ ବନ୍ଧୁମାନେ ଯେଉଁ ଚାଲାକ କାମ କରିଥିଲେ ସେମାନେ ତାର ଜବାବ ପାଇଯିବେ ବୋଲି ଡା. ରାଉତ ମତ ରଖିଛନ୍ତି ।

https://www.onakhabar.com/2019/04/suspense-is-still-continuing-about-dr-routs-activity/

Leave A Reply

Your email address will not be published.