OnaKhabar

ମଧ୍ୟ-ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି

0 2

ଆବୁଧାବି : ମଧ୍ୟପ୍ରାଚ୍ୟ ଏସିଆରେ ଉତ୍ତେଜନା ବଢ଼ିବାରେ ଲାଗିଛି । ସେଠାରେ ପରିସ୍ଥିତି ସାଂଘାତିକ । କୌଣସି ମୁହୂର୍ତ୍ତରେ ଇରାନ ଓ ତାର ବିରୋଧୀ ଦେଶଗୁଡ଼ିକ ମଧ୍ୟରେ ଯୁଦ୍ଧଲାଗିଯିବାର ଆଶଙ୍କା ଦେଖାଦେଇଛି । ଗୋଟିଏ ପଟେ ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ôଚଥିଲା ବେଳେ ଅନ୍ୟପଟରେ ସାଉଦି ଆରବର ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି ।
ସାଉଦିଆରବର ଅଭିଯୋଗ ତାର ଦୁଇଟି ତୈଳ ଟ୍ୟାଙ୍କର ୟୁଏଇର ଜଳ ସୀମାରେ ଥିଲାବେଳେ ସେଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି । ତେବେ କେଉଁ କେଉଁ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି ଏବଂ ସେଥିରେ କିଏ ସମ୍ପୃକ୍ତ ଅଛି, ସେ ସମ୍ପର୍କରେ କିଛି ସୂଚନା ନାହିଁ । କିନ୍ତୁ ସାଉଦି ଆରବ ଏହି ଘଟଣାରେ ଦୃଢ଼ ନିନ୍ଦା କରିଛି । ଆହୁରି ମଧ୍ୟ କହିଛି ଯେ, ଏଭଳି ହରକତ ଯୋଗୁ ସମୁଦ୍ର ମାର୍ଗ ଦେଇ ସ୍ୱାଧୀନ ଭାବେ ବାଣିଜ୍ୟିକ ଜାହାଜ ଚଳାଚଳ ପ୍ରତି ବିପଦ ଦେଖାଦେଇଛି ଏବଂ ଏହାଯୋଗୁ ଉଭୟ ଆଞ୍ଚଳିକ ଓ ଆନ୍ତର୍ଜାତିକ ଶାନ୍ତି ବ୍ୟାହତ ହେବାର ଆଶଙ୍କା ରହିଛି ।
ଅନ୍ୟପଟେ ୟୁଏଇ କହିଛି କି ତାର ଫୁଜୈରା ବନ୍ଦରଠାରୁ କିଛି ମାଇଲ ଦୂରରେ ଚାରିଟି ଦେଶର ଜାହାଜ ଉପରେ ଆକ୍ରମଣ କରାଯାଇଛି । ସେଗୁଡ଼ିକ ମଧ୍ୟରେ ସାଉଦି ଆରବର ଦୁଇଟି ଏବଂ ନରୱେର ଗୋଟିଏ ଜାହାଜ ଅନ୍ତର୍ଭୁକ୍ତ । ଏହି ଆକ୍ରମଣ ଯୋଗୁ ଜାହାଜଗୁଡ଼ିକର କିଛିଟା କ୍ଷତି ହୋଇଥିଲେ ହେଁ କେହି ମୃତାହତ ହୋଇନାହାନ୍ତି । ତେବେ ୟୁଏଇ ମଧ୍ୟ ସାଉଦିଆରବ ଭଳି ଏହି ଘଟଣା ପଛରେ କେଉଁ ସଙ୍ଗଠନ ଅଥବା କେଉଁ ଦେଶର ହାତ ଅଛି, ତାହା ସ୍ପଷ୍ଟ କରିନାହିଁ । ସିଏ କେବଳ ଏତିକି କହିଛି ଯେ, ସିଏ ବିଭିନ୍ନ ଦେଶ ସହିତ ମିଶି ଏହି ଘଟଣାର ତଦନ୍ତ କରୁଛି ।
ତେବେ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ରିପୋର୍ଟ ଅନୁଯାୟୀ, ସାଉଦି ଆରବର ଦୁଇଟି ତୈଳ ଟ୍ୟାଙ୍କର ମଧ୍ୟରୁ ଗୋଟିଏ ଇନ୍ଧନ ତୈଳ ନେଇ ଆମେରିକା ଅଭିମୁଖେ ଯାଇଥାନ୍ତା । ତା’ ଉପରେ ଆକ୍ରମଣ କରାଯାଇଥିବାରୁ ଏହା ପଛରେ ଆମେରିକା ବିରୋଧୀ କୌଣସି ଦେଶଣ ହାତ ଥାଇପାରେ । ସମସ୍ତଙ୍କର ସନ୍ଦେହ ଇରାନ ଉପରେ ରହିଛି । କାରଣ ଇରାନ ଓ ଆମେରିକା ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ତିକ୍ତତା ବଢ଼ିବାରେ ଲାଗିଛି । ଆମେରିକା ଇରାନ ସହ ସ୍ୱାକ୍ଷରିତ ପରମାଣୁ ଚୁକ୍ତିରୁ ଓହରିବା ସହିତ ତା’ ଉପରେ କଠୋର ଆର୍ôଥକ କଟକଣା ଲଗାଇଛି । ଏମିତିକି ଆମେରିକା ଆଶଙ୍କାବ୍ୟକ୍ତ କରିଥିଲା ଯେ ଇରାନ ମେ’ ମାସଠାରୁ ପାରସ୍ୟ ଉପସାଗର ଏବଂ ଆଖପାଖ ଅଞ୍ଚଳ ଦେଇ ଜାହାଜ ଚଳାଚଳକୁ ବାଧିତ କରିପାରେ । ସିଏ ଆରେମିକା ଏବଂ ତା’ର ମିତ୍ର ରାଷ୍ଟ୍ରଙ୍କୁ କ୍ଷତି ପହଞ୍ଚାଇବାକୁ ଆକ୍ରମଣ କରିପାରେ । ଏପରି ପରିସ୍ଥିତିର ମୁକାବିଲା କରିବା ପାଇଁ ଆମେରିକା ମଧ୍ୟ-ପ୍ରାଚ୍ୟ ଏସିଆକୁ ସାଉଦି ଆରବ ଜାଣିଶୁଣି ଏଭଳି ହରକତ କରିଥିବାର ଇଙ୍ଗିତ କରିଛି । କେତେକ ବିଶେଷଜ୍ଞ ମଧ୍ୟ ସନ୍ଦେହ କରୁଛନ୍ତି ଯେ, ଇରାନ ଉପରେ ଚାପ ବଢ଼ାଇବା ଲକ୍ଷ୍ୟରେ ଆମେରିକା ଏଭଳି ହରକତ କରିଥାଇପାରେ ।
ଏପର୍ଯ୍ୟନ୍ତ ଏହି ଘଟଣାର ସତ୍ୟତା ନେଇ କିଛି ସ୍ପଷ୍ଟ ତଥ୍ୟ ସାର୍ବଜନୀନ ହୋଇ ନଥିବା ବେଳେ ଏହାକୁ ନେଇ ଆଗାମୀ ଦିନରେ ଏଇ ଅଞ୍ଚଳରେ ଯୁଦ୍ଧ ଲାଗିଯିବାର ଆଶଙ୍କା ରହିଛି । ଇରାନ ଓ ସାଉଦି ଆରବ ପରସ୍ପରର କଡ଼ା ବିରୋଧୀ ବୋଲି ସମସ୍ତେ ଜାଣନ୍ତି । ସାଉଦିଆରବକୁ କିନ୍ତୁ ଆମେରିକା ଏବଂ ଅନ୍ୟ ଦେଶଗୁଡ଼ିକ ସମର୍ଥନ କରୁଛନ୍ତି । ତେଣୁ ଗୋଟିଏ ପଟରେ ଇରାନ ରହିଥିଲାବେଳେ ଅନ୍ୟପଟରେ ଆମେରିକା, ସାଉଦିଆରବ ଓ ଅନ୍ୟ ଆରବ ଦେଶଗୁଡ଼ିକ ଅଛନ୍ତି । ଇରାନ ପୂର୍ବରୁ କହିସାରିଛି କି ଯଦି ତା ଉପରେ କେହି ବି ଆକ୍ରମଣ କରେ, ତାହାହେଲେ ସିଏ ଚୁପ ବସିବନି, ଏହାର ଦୃଢ଼ ଜବାବ ଦେବ । ତେଣୁ ଦୁଇ ପକ୍ଷ ଧୀରେ ଧୀରେ ଯୁଦ୍ଧ ଆଡ଼କୁ ମୁହାଁଉଥିବାର ମନେହେଉଛି । ଏଭଳି ଘଟିଲେ ଏହି ଅଞ୍ଚଳରେ ଶାନ୍ତି ବ୍ୟାହତ ହେବା ଥୟ । ତା’ ସହିତ ସମଗ୍ର ବିଶ୍ୱର ଅର୍ଥନୀତି ବି ଏହାଯୋଗୁ ପ୍ରଭାବିତ ହେବ । କାରଣ ଇରାନ, ସାଉଦି ଆରବ ଏବଂ ଏଠାକାର ଅନ୍ୟ ଦେଶଗୁଡ଼ିକ ବିଶ୍ୱର ପ୍ରମୁଖ ଇନ୍ଧନ ତୈଳ ରପ୍ତାନୀକାରୀ ଦେଶଭାବେ ବିବେଚିତ ହୋଇଥାନ୍ତି । ତେଣୁ ଯୁଦ୍ଧ ହେଲେ ବିିଭିନ୍ନ ଦେଶରେ ତୈଳ ଦର ଅହେତୁକ ବୃଦ୍ଧି ପାଇବ ଏବଂ ଏହାର ପ୍ରଭାବ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ଉପରେ ପଡ଼ିବ ବୋଲି ମନେ କରାଯାଉଛି ।

Leave A Reply

Your email address will not be published.