OnaKhabar

କ୍ୟାନ୍ସର ସହ ଲଢୁଛନ୍ତି ଓଡିଆ ଟେଲିଭିଜନ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର

0 18

ଭୁବନେଶ୍ୱର: ବଲିଉଡ ଅଭିନେତ୍ରୀ ପରେ ଏବେ ଓଡ଼ିଆ ଟେଲିଭିଜନ ଅଭିନେତ୍ରୀଙ୍କୁ କ୍ୟାନ୍ସର ହୋଇଥିବାର ସୂଚନା ମିଳିଛି | ପପ୍ୟୁଲାର ଟିଭି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କୁ କ୍ୟାନସର ହୋଇଥିବା ଜଣାପଡିଛି । ସେ ତାଙ୍କ ଫେସ୍‌ବୁକ୍ ପେଜ୍‌ରେ ଏହି ସୂଚନା ଦେଇଛନ୍ତି । ନିଜର ଦୁଇଟି ଫଟୋ ଶେୟାର କରି ସେ ଫେସ୍‌ବୁକ୍‌ରେ ଲେଖିଛନ୍ତି- ମୁଁ ବ୍ରେନ୍ (ମସ୍ତିଷ୍କ) ଓ ଲଙ୍ଗ୍ (ଫୁସ୍‌ଫୁସ୍) କ୍ୟାନସର ସହିତ ଲଢ଼େଇ କରୁଛି । ମୁଁ ନିଶ୍ଚିତ ଯେ ଏ ଲଢ଼େଇରେ ମୁଁ ଜିତିବି । ସେ ଆହୁରି ଲେଖିଛନ୍ତି- ତାରା ପଟ୍ଟନାୟକ (ଏକ ଧାରାବାହିକରେ ସେ ଅଭିନୟ କରିଥିବା ଚରିତ୍ର) ଖୁବ୍‌ଶୀଘ୍ର ଏକ ନୂଆ ଲୁକ୍‌ରେ ଫେରିବ । ଭଗବାନ ମୋ ସହିତ ଅଛନ୍ତି । ଆପଣମାନେ ବି ମୋତେ ଆଶୀର୍ବାଦ ଦିଅନ୍ତୁ । ତେବେ ପ୍ରଶ୍ନ ଉଠୁଛି ସେ କେବେ ଏହି ରୋଗରେ ପୀଡିତ ଓ କେଉଁଥାରେ ସେ କ୍ୟାନ୍ସରର ଚିକିତ୍ସିତ ହେଉଛନ୍ତି ତାହା ବର୍ତ୍ତମାନ ଜଣାପଡିନାହିଁ |  ଏହି ଖବର ପାଇବା ପରେ ତାଙ୍କର ଫେସ୍‌ବୁକ୍ ଫ୍ରେଣ୍ଡ୍ ମାନେ କ୍ୟାନସର ସହିତ ଲଢ଼ିବା ପାଇଁ ତାଙ୍କ ସାହସ ବଢ଼ାଇଛନ୍ତି ।

https://www.onakhabar.com/2019/05/amitabachan-does-not-meet-his-fans-due-to-sickness/

Leave A Reply

Your email address will not be published.