OnaKhabar

ବିନା କନିଆରେ ବାହାଘର, କଣ ପଢନ୍ତୁ ପୂରା ଖବର…

0 8

ଗୁଜୁରାଟ: ପଦାକୁ ଆସିଛି ଏକ ନିଆରା ବାହାଘର । ସମ୍ପୃକ୍ତ ବାହାଘରରେ ବର ଥିଲା, ବର ଯାତ୍ରୀ ଥିଲେ, ରୋଷଣୀ ମଧ୍ୟ ଥିଲା କିନ୍ତୁ ନଥିଲା ବର ପାଇଁ କନ୍ୟା । ଆଜ୍ଞା ହଁ ଆଜି ଆପଣ ଏପରି ଏକ ବାହାଘର ବିଷୟରେ ଅବଗତ ହେବେ ଯେଉଁ ବାହାଘରରେ ବିନା କନିଆରେ ବାହାଘର ହୋଇଛି । ଏପରି ଅଦ୍ଭୁତ ବାହାଘର ଗୁଡୁରାଟର ସାବରକଣ୍ଠା ଜିଲ୍ଲା ଅନ୍ତର୍ଗତ ଚମ୍ପଲାନର ଗ୍ରାମରେ । ନିଜର ମାନସିକ ଅନଗ୍ରସର ପୁଅର ଇଚ୍ଛା ପୂଣ୍ଣ ର୍ କରିବାକୁ ଏକ ଦମ୍ପତ୍ତି ଏଭଳି କରିଥିବାର ସୂଚନା ମିଳିଛି । ତେବେ ଏହି ବିବାହ ଲାଗି ଦୁଇ ଲକ୍ଷ ଟଙ୍କା ବ୍ୟୟ ମଧ୍ୟ ହୋଇଛି ।
ସୂଚନାନୁଯାୟୀ, ୨୭ ବର୍ଷୀୟ ଅଜୟ ବାରେଟ ପିଲାଦିନରୁ ମାନସିକ ଅନଗ୍ରସର ଅଟନ୍ତି । ଏହି କାରଣରୁ ସେ ବେଶୀ ପାଠ ମଧ୍ୟ ପଢିପାରିନାହାନ୍ତି । ଅଜୟ ଜଣେ ମାନସିକ ଅନଗ୍ରସର ହୋିଥିଲେ ମଧ୍ୟ ତାଙ୍କୁ ତାଙ୍କ ପରିବାର ଲୋକ ଖୁବ ଭଳ ପାଆନ୍ତି । ତେବେ ଅଜୟଙ୍କ ଛୋଟ ବେଳୁ ବାହା ହେବାକୁ ଇଚ୍ଛା ଥିଲା । ନିଜ ଗାଁ ତଥା ଆଖପାକରେ କାହାରି ବାହାଘର ହେଲେ ସେ ସେଠାକୁ ଯାଆନ୍ତି ଏବଂ ବର ଯାତ୍ରୀଙ୍କ ସହ ମିଶି ନାଚିଥାନ୍ତି । ଆଉ ସେଠାରୁ ସେ ଗରକୁ ପେରିଲେ ବାପାଙ୍କୁ ପଚାରନ୍ତି କି ତାଙ୍କର କେବେ ବାହାଘର ହେବ? ତେବେ ବାପାମାଆଙ୍କ ଇଚ୍ଛା ଥିଲେ ମଧ୍ୟ ଅଜୟଙ୍କ ପାଇଁ କୌଣସି କନ୍ୟା ମିଳିବା ସମ୍ଭବ ନୁହେଁ ବୋଲି ସେମାନେ ଜାଣିଥିଲେ । ତେଣୁ ନିଜ ପୁଅ ଖୁସି ଲାଗି ସେ ବିନା କନିଆରେ ବାହାଘର କରିବେ ବୋଲି ସ୍ଥିର କଲେ । ନିକଟରେ ଅଜୟଙ୍କ ବିବାହ ଉତ୍ସବ ହୋଇଥିଲା । ସେ ବର ବେଶରେ ଘୋଡାରେ ବସି ବିବାହ କରିବାକୁ ବାହାରି ଥିଲେ । ସାଧାରଣ ବିବାହ ଉତ୍ସବ ପରେ ଅଜୟକଙ୍କର ମଧ୍ୟ ବାହାଘର ହୋଇଥିଲା । ୮୦୦ ଲୋକଙ୍କୁ ନିମନ୍ତ୍ରଣ କାର୍ଡ ମଧ୍ୟ ବଣ୍ଟା ଯାଇଥିଲା ।

https://www.onakhabar.com/2019/05/parents-lap-is-best-for-new-born-baby/

Leave A Reply

Your email address will not be published.