OnaKhabar

ସାରା ରାଜ୍ୟ ଜଳୁଛି , ୪ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

35

ଭୁବନେଶ୍ବର : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ୪ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି । ସମ୍ପୂର୍ଣ୍ଣ ରାଜ୍ୟ ଜଳୁଛି | ସପ୍ତାହେ ହେଲା ପଶ୍ଟିମ ଓଡିଶା ତତଲା ପାଲଟିଛି । ଅଧିକାଂଶ ସହର ୪୨ ଡିଗ୍ରୀ ଉପରେ ରହୁଛି । ଟିଟିଲାଗଡ ତତଲାଗଡରେ ପରିଣତ ହୋଇଛି । ଏଠାରେ ତାପମାତ୍ରା ଲଗାତାର ଭାବେ ୪୪ ଡିଗ୍ରୀ ଉପରେ ରହୁଛି । ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ରହୁଥିବା ବେଳେ ଉପକୂଳ ଓଡିଶାରେ ବି ତାପମାତ୍ରା ଏକରୁ ଦୁଇ ଡିଗ୍ରୀ ବଢିଛି । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ ।
ଆଜି ପାଣିପାଗ ବିଭାଗ ୪ ଜିଲ୍ଲା ପାଇଁ କାଳବୈଶାଖୀ ଆଶଙ୍କା ନେଇ ସତର୍କ ସୂଚନା ଜାରି କରିଛି ।ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ୪ ଜିଲ୍ଲା ହେଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏବଂ ରାୟଗଡା । ଏହି ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।