OnaKhabar

ଅଙ୍ଗନବାଡି କେନ୍ଦ୍ରରେ ଗରମ ପାଣି ପଡି ଶିଶୁ ଗୁରୁତର

0 7

ସୋନପୁର: ଅଙ୍ଗନବାଡି ସହାୟିକା ଢାଳିଦେଲେ ଗରମ ପାଣି । ଗୁରୁତର ଆଙତ ହେଲେ ୩ବର୍ଷର ଶିଶୁ କନ୍ୟା ।ଏପରି ଏକ ଅଭିଯୋଗ ଆସିଛି ସୋନପୁର ଜିଲ୍ଲା ନଟିଆପଲ୍ଲୀ ଅଙ୍ଗନବାଡି କେନ୍ଦ୍ରରେ ।
ସୂଚନା ମୁତାବକ, ସବୁଦିନ ପରି ଆଜି ମଧ୍ୟ ନଟିଆପଲ୍ଲୀ ଅଙ୍ଗନବାଡି କେନ୍ଦ୍ରକୁ କିଛି ଶିଶୁ ପାଠ ପଢିବାକୁ ଯାଇଥିଲେ । ତେବେ ଜଣେ ତିନି ବର୍ଷର ବାଳିକାଙ୍କ ଉପରେ କୌଣସୀ ଏକ କାରଣରୁ ଗରମପାଣି ପଡିଯାଇଥିଲା । ସେ ଗୁରୁତର ହୋଇଯାଇଥିଲେ ।ଖବର ପାଇ ପରିବାର ଲୋକେ ତାଙ୍କୁ ସୋନପୁର ମେଡିକାଲରେ ଭର୍ତି କରିଥିଲେ ।ତେବେ ସେଠାରେ କାମ କରୁଥିବା ଜଣେ ହେଲପର ଶିଶୁଙ୍କ ଉପରେ ଗରମ ପାଣି ଢାଳିଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.