OnaKhabar

ଶେଷରେ ଶିକ୍ଷକଙ୍କ ଗୁହାରି ଶୁଣିଲେ ସରକାର, ମଞ୍ଜୁର କଲେ ୨୨ କୋଟି ଟଙ୍କା

54

ଭୁବନେଶ୍ୱର: ଶେଷରେ ଶିକ୍ଷକଙ୍କୁ ମିଳିଲା ଆସ୍ୱସ୍ଥି । ଦରମା ବୃଦ୍ଧି ଲାଗି ଦିନ ରାତି ଏକ କରି ରାସ୍ତାକୁ ଓହ୍ଲାଇଥିବା ଶିକ୍ଷକଙ୍କ ଗୁହାରି ଶୁଣିଲେ ସରକାର । ସୂଚନାନୁଯାୟୀ, ଦାବୀପୂରଣ ପାଇଁ ଧର୍ମଘଟ କରିଥିବା ବେସରକାରୀ କଲେଜ ଏବଂ ହାଇସ୍କୁଲ ଶିକ୍ଷକଙ୍କ ସେହି ସମୟର ଦରମା ମଞ୍ଜୁର କରାଯାଇଛି । ୨୦୧୬ ଜୁନ ମାସରେ ଧର୍ମଘଟ ପାଇଁ ଦରମା ବନ୍ଦ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ସରକାର ଏହାକୁ ବିଚାରକୁ ନେଇ ସଂଘର ଦାବି ଅନୁଯାୟୀ ସେହି ସମୟର ଦରମା ଦେବାକୁ ନିଷ୍ପତ୍ତି କରିଥିଲେ । ବିଧିବଦ୍ଧ ଭାବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହାକୁ ମଞ୍ଜୁର କରାଯାଇଛି । ଏ ବାବଦରେ ମୋଟ ୨୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

https://www.onakhabar.com/2019/03/teachers-rally/