OnaKhabar

ପ୍ରସବ ପରେ ମହିଳାଙ୍କୁ ଦିଅନ୍ତୁ ଏହି ଖାଦ୍ୟ, ସୁସ୍ଥ ରହିବେ ଉଭୟ ମା ଓ ଶିଶୁ

61

ଭୁବନେଶ୍ୱର: କେବଳ ପ୍ରସବ ପୂର୍ବରୁ ନୁହେଁ, ପ୍ରସବ ପରେ ମଧ୍ୟ ଉଭୟ ମା’ ଓ ନବଜାତକଙ୍କ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ବହୁତ ମହିଳା ପ୍ରସବ ପରେ ଛୁଆ କାମରେ ବ୍ୟସ୍ତ ରହି ନିଜ ଡାଏଟକୁ ଗୁରୁତ୍ୱ ଦେଇ ନ ଥାନ୍ତି । କିନ୍ତୁ ଏହା ଉଭୟଙ୍କ ସ୍ୱାସ୍ଥ୍ୟ ଲାଗି କ୍ଷତିକାରକ । ଡାକ୍ତରଙ୍କ କହିବାନୁଯାୟୀ, ନବଜାତକକୁ ପ୍ରଥମ ବର୍ଷ ମା’ଠାରୁ ସ୍ତନ୍ୟପାନ କରାଇବା ଉଚିତ । ଏଥିଲାଗି ନିଜ ଖାଦ୍ୟ ଉପରେ ମା’ମାନଙ୍କୁ ଗୁରୁତ୍ୱ ଦେବା ଉଚିତ । ଆସନ୍ତୁ ଜାଣିବା ପ୍ରସବ ପରେ ମା’ମାନଙ୍କୁ କେଉଁପରି ଖାଦ୍ୟ ନିଜ ଡାଏଟରେ ସାମିଲ କରିବା ଉଚିତ । ଯାହାଦ୍ୱାରା କି ସେ ଓ ଛୁଆ ସୁସ୍ଥ ରହି ପାରିବେ ।
1. ଓଟସ୍- ପ୍ରୋଟିନ ଓ ଫାଇବରରେ ଭରପୁର ଓଟସ୍‌ ଶରୀରରେ ଆଇରନ୍‌ର ଅଭାବକୁ ପୂରଣ କରିବାରେ ସାହାଯ୍ୟ କରିଥାଏ । ଏହାବ୍ୟତୀତ ଏହାକୁ ନିୟମିତ ରୂପେ ଖାଇଲେ ମା’ମାନଙ୍କ ଏମର୍ଜୀ ସ୍ତର ବଢିଥାଏ ତଥା ସେମାନେ ଅବସାଦରୁ ଦୂରେଇ ରହିଥାନ୍ତି ।
2. ଅଣ୍ଡା- ପ୍ରସବ ପରେ ମହିଳମାନଙ୍କୁ ପ୍ରଚୁର ମାତ୍ରାରେ ପ୍ରୋଟିନର ଆବଶ୍ୟକତା ହୋଇଥାଏ । ଆଉ ପ୍ରୋଟିନର ସବୁଠୁ ଭଲ ସ୍ରୋତ ହେଉଛି ଅଣ୍ଡା । ଏହାଦ୍ୱାରା ଶରୀରକୁ ଏନର୍ଜୀ ମିଳିଥାଏ ଓ ଭିଟାମିନ ‘ଡି’ର ଅଭାବ ମଧ୍ୟ ଦୂର ହୋଇଥାଏ ।
3. ପାଳଙ୍ଗ ଶାଗ- ଶରୀରକୁ ଆଇରନ ଯୋଗାଇବା ଲାଗି ପାଳଙ୍ଗ ଶାଗ ପ୍ରକୃତିର ଏକ ବରଦାନ । ଏହାବ୍ୟତୀତ ଏହା ଭିଟାମିନ ‘ଏ’ର ବି ଏକ ଭଲ ସ୍ରୋତ ଅଟେ । ଆପଣ ଚାହିଁଲେ ଏହାକୁ ଜୁସ୍‌, ସାଲାଡ, କିମ୍ୱା ରାନ୍ଧିକି ମଧ୍ୟ ଖାଇ ପାରିବେ ।
4. କ୍ଷୀରଜାତୀୟ ଉତ୍ପାତ- ଡେଲିଭରି ପରେ କ୍ଷୀର ଓ କ୍ଷୀରଜାତୀୟ ଖାଦ୍ୟ ଖାଇବା ବହୁତ ଲାଭଦାୟକ ହୋଇଥାଏ। ନବଜାତ ଶିଶୁ ମା’ଠାରୁ କ୍ୟାଲସିୟମ ଗ୍ରହଣ କରିଥାଏ । ଯାହାକି ତା ହାଡକୁ ଶକ୍ତ କରିଥାଏ । ତେଣୁ ମା’ ଲାଗି କ୍ୟାଲସିୟମ ଖାଦ୍ୟ ସେବନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ।
5. ନଟସ୍‌- ଡେଲିଭରି ପରେ ନଟସ୍‌ର ସେବନ କରିବା ଦ୍ୱାରା ବି ବହୁତ ଫାଇଦା ମିଳିଥାଏ। ଏଥିରେ କାବ୍ରୋହାଇଡ୍ରେଡ, ଭିଟାମିନ ଇ, ମ୍ୟାଗନେସିୟମ, ଜିଙ୍କ, କପର, ଫାଇବର୍ସ, ଭିଟାମିନ ବି୨, କ୍ୟାଲସିୟମ ଓ ପୋଟାସିୟମ ଭରପୁର ମାତ୍ରାରେ ମହଜୁଦ ଥାଏ। ଯାହାକି ଡେଲିଭରି ପରେ ମହିଳାଙ୍କୁ ସାମାନ୍ୟ ଅବସ୍ଥାକୁ ଫେରିବାକୁ ସାହାଯ୍ୟ କରିଥାଏ ।

 

https://www.onakhabar.com/2019/05/besic-tips-for-pregnant-woman/