OnaKhabar

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି କଲେ ହତ୍ୟା

58

ସୋନପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଜଣେ ଯୁବକକୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିଥିବାର ଅଭିଯୋଗ ହୋଇଛି | ଏପରି ଅଭାବନୀୟ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ସୁବଳୟା ଥାନା ଲୁତୁରପଙ୍କ ବାବୁପାଲିଗାଁରେ ହୋଇଥିବା ସୂଚନା ମିଳିଛି | ମୃତ ଯୁବକ ଜଣଙ୍କ ହେଉଛନ୍ତି ମକାରୁ ଥପା । ପୂର୍ବ ଶତ୍ରୁତାର ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଥିବା ବେଳେ ପୁଲିସ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଜି ସକାଳ ପ୍ରାୟ ୧୦ଟା ବେଳେ ଗାଁର ହାଇସ୍କୁଲ୍ ସମ୍ମୁଖ ପଡ଼ିଆରେ ମକାରୁ ଓ ତିନି ଅଭିଯୁକ୍ତଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ପରେ ସେମାନେ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ ଓ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ପୁଲିସ୍ ମକାରୁଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଥିବାର ସୂଚନା ମିଳିଛି ।

https://www.onakhabar.com/2019/05/man-allegedly-killed-his-elder-brother-in-kendujhar/