OnaKhabar

ବିଦ୍ୟୁତ ଖୁଣ୍ଟ ପଡି ବାଳକ ମୃତ

56

କଟକ: ବାତ୍ୟା ଫନିରେ ଉପୁଡି ଯାଇଥିବା ବିଦ୍ୟୁତ୍ ଖୁଣ୍ଟି ପୁଣି ଥରେ ପୋତାଯାଉଥିବା ସମୟରେ ଖୁଂଟ ଖସି ପଡି ଜଣେ ନାବାଳକର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି | 14 ବର୍ଷର ନାବାଳକ ଜଣକ ମାମୁଘରକୁ ଆସିଥିବା ସମୟରେ ଏଭଳି କାଣ୍ଡ ଘଟିଥିବାର ସୂଚନା ମିଳିଛି | ଏହି ଘଟଣା ପରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ, ବାତ୍ୟା ଫୋନିରେ କଟକ ସହର ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ବିଭିନ୍ନ ଜିନିଷ କ୍ଷୟକ୍ଷତି ହୋଇଯାଇଛି । ସହରରେ ବହୁ ବିଦ୍ୟୁତ ଖୁଂଟ ଉପୁଡି ଯାଇଛି । ଏଭଳି ସ୍ଥିତିରୁ ବାହାରିବା ପାଇଁ ଲୋକମାନେ ଏବେ ଅଂଟା ଭିଡିଲେଣି । ସଦର ଥାନା ନୂଆପଡା ଗ୍ରାମରେ ଗ୍ରମବାସୀଙ୍କ ଉଦ୍ୟମରେ ଏକ ବିଦ୍ୟୁତ ଖୁଂଟ ପୋତାଯାଉଥିଲା । ଏହି ସମୟରେ ଖୁଣ୍ଟଟି ଖସି ପଡି ଜଣେ ବାଳକଙ୍କ ଉପରେ ପଡିଯାଇଛି । ଫଳରେ ଘଟଣା ସ୍ଥଳରେ ନାବାଳକଙ୍କର ମୃତ୍ୟୁ ହୋଇଛି । ନାବାଳିକାକଙ୍କ ଘର ତେନ୍ତୁଳି ନାଳିରେ, ସେ ମାମୁଁ ଘରକୁ ଆସିଥିବା ସମୟରେ ଏହି ଅଘଟଣ ଘଟିଛି । ଘଟଣା ପରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି । ତେବେ ଥାନାରେ ଏଯାଏଁ ଅଭିଯୋଗ ହୋଇ ନଥିବା ସୂଚନ ମିଳିଛି ।

https://www.onakhabar.com/2019/05/man-dies-in-attack-in-sonepur/