OnaKhabar

ନିରାଶ ତାପସୀ

54

ଫିଲ୍ମ ‘ବଦ୍ଲା’ ପାଇଁ ତାପସୀଙ୍କୁ ବେଶ୍ ପ୍ରଶଂସା ମିଳିଛି । ଆହୁରି ମଧ୍ୟ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଉଥିବା ତାପସୀ ପନ୍ନୁଙ୍କ ଅଭିନୟର ବେଶ ଭଲ ପ୍ରଶଂସା ମିଳିଛି । ତେବେ ‘ପିଙ୍କ୍’, ‘ମନ୍ମର୍ଜିୟାଁ’ ଏବଂ ‘ମୁଲ୍କ’ ଭଳି ଫିଲ୍ମ ଜରିଆରେ ଇଣ୍ଡଷ୍ଟ୍ରିରେ ନାଁ କରିଥିବା ତାପସୀ ବେଶ୍ ନିରାଶ ହୋଇପଡ଼ିଛନ୍ତି । ଏହା ପଛର କାରଣ ବି ଠିକ୍ ସେମିତି ରହିଛି । ତାଙ୍କ କହିବା ଅନୁସାରେ, ହିଟ୍ ଫିଲ୍ମ ସାଙ୍ଗକୁ ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଥିଲେ ମଧ୍ୟ ଦୁଇ ବର୍ଷ ମଧ୍ୟରେ ତାଙ୍କୁ ଗୋଟିଏ ହେଲେ ବି ଆୱାର୍ଡ ମିଳିନାହିଁ । ବର୍ତ୍ତମାନ ଫିଲ୍ମ ‘ସାଣ୍ଢ୍ କି ଆଙ୍ଖ୍’ର ଶୁଟିଂରେ ବ୍ୟସ୍ତ ତାପସୀ କହିଛନ୍ତି, ଏ ଭଳି ବ୍ୟବହାରକୁ ନେଇ ଯଦିଓ ସେ କ୍ରୋଧାନ୍ୱିତ ନାହାନ୍ତି ତଥାପି ନିରାଶ ଅବଶ୍ୟ ଅଛନ୍ତି । ଦୁଇ ବର୍ଷ ଭିତରେ ଯେତେବେଳେ ପ୍ରଥମେ ‘ପିଙ୍କ୍’ ଫିଲ୍ମରେ ସେ ଅଭିନୟ କଲେ, ସେତେବେଳେ ଇଣ୍ଡଷ୍ଟ୍ରି ପାଇଁ ନୂଆ ଥିଲେ । ସେତେବେଳେ ସେ ଅନୁଭବ କରୁଥିଲେ, ବୋଧହୁଏ ଆୱାର୍ଡ ପାଇବା ଯୋଗ୍ୟତା ଏଯାଏଁ ହାସଲ କରିନାହାନ୍ତି । ହୁଏତ ଏପର୍ଯ୍ୟନ୍ତ ୧୦୦ କୋଟି କ୍ଲବ୍ର ଫିଲ୍ମରେ କାମ କରିନଥିବାରୁ ତାଙ୍କ ନାମ ଆୱାର୍ଡ ପାଇଁ ମନୋନୀତ ହୋଇନାହିଁ । କିନ୍ତୁ ତା’ ପରେ ପରେ ‘ଜୁଡ୍ୱା-୨’ରେ କଠିନ ପରିଶ୍ରମ କରିଥିଲେ । ହେଲେ ଆୱାର୍ଡର ନାଁ ଗନ୍ଧ ମିଳିଲାନି । ଏସବୁକୁ ଦେଖିଲେ ଲାଗୁଛି, ଯେମିତି ଆୱାର୍ଡ ତାଙ୍କ କୁଣ୍ଡଳୀରେ ନାହିଁ ବୋଲି କହିଛନ୍ତି ତାପସୀ । ଏବେ ତାଙ୍କ ହାତରେ ବେଶ୍ ଭଲ ଭଲ ଫିଲ୍ମ କେତୋଟି ରହିଛି ।