OnaKhabar

ପାହାଡ ଧସି ହୋଇ ଦୁଇ ମହିଳା ସମେତ ତିନି ମୃତ

0 0

କୋରାପୁଟ: ପାହାଡ ଧସି ହୋଇ ଦୁଇ ମହିଳାଙ୍କ ସମେତ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏପରି ଅଭାବନୀୟ କାଣ୍ଡ କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଦଳିପତିଗୁଡା ଅନ୍ତର୍ଗତ କରିଞ୍ଜିଗୁଡା ପାହାଡରେ । ସୂଚନାନୁସାରେ, ଚୂନମାଟି ଆଣିବା ଲାଗି ସମ୍ପୃକ୍ତ ଗ୍ରାମର ୧୦ ଜଣ ପାହାଡକୁ ଯାଇଥିଲେ । ପାହାଡ ଖୋଳିବା ବେଳେ ହଠାତ ପାହାଡଟି ଧସି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ଜଣ ପୋତି ହୋଇଯାଇଥିଲେ । ପୋତି ହୋଇଥିବା ପୁରୁଷ ଓ ମହିଳାଙ୍କ ଭିତରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ଅନ୍ୟ ଦୁଇ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଉଭୟ ଆହତଙ୍କ ଅବସ୍ଥା ଗୁରୁତର ଥିବାର ସୂଚନା ମିଳିଛି ।

https://www.onakhabar.com/2019/05/dead-body-of-a-man-found-in-sonepur/

Leave A Reply

Your email address will not be published.