OnaKhabar

ସରକାରଙ୍କ ଉପରେ ବର୍ଷିଲେ ଦାମ

0 19

ଭୁବନେଶ୍ୱର : ବାତ୍ୟା ପରେ ପ୍ରଶାସନିକ କାର୍ଯ୍ୟରେ ଅବ୍ୟବସ୍ଥାକୁ ନେଇ ବରିଷ୍ଟ ବିଜେପି ନେତା ଦାମୋଦର ରାଉତ ସରକାରଙ୍କ ଉପରେ ବର୍ଷିଛନ୍ତି   । ସେ କହିଛନ୍ତି, ପ୍ରଶାସନ ଦେଇଥିବା ପ୍ରତଶ୍ରୁୃତି ରକ୍ଷା କରିନି । ସରକାର ଆଶ୍ରୟ ସ୍ଥଳରେ ସମସ୍ତ ପ୍ରକାର ସୂୁବିଧା ଯୋଗାଇ ଦେଇଥିବା କହୁଛନ୍ତି, ହେଲେ ଗତ ୨ ତାରିଖରେ ଏରସମାର ଆମ୍ବିକି ଅଂଚଳରେ ଥିବା ଆଶ୍ରୟସ୍ଥଳ ଗୁଡିକରେ ସେପରି କିଛି ଦେଖିବାକୁ ମିଳି ନ ଥିବା ସେ ଅଭିଯୋଗ କରିଛନ୍ତି । ସ୍ଥାନାନ୍ତର ହୋଇଥିବା ଲୋକମାନେ ବାତ୍ୟା ଆଶ୍ରୟସ୍ଥଳରେ କିଛି ସୁବିଧା ନଥିବାରୁ ହନ୍ତସନ୍ତ ହୋଇଥିଲେ ।

ଏପରିକି ସେ ଅଭିଯୋଗ ମଧ୍ୟ କରିଛନ୍ତି ଯେ, ଯେଉଁମାନଙ୍କ ରାସନ କାର୍ଡ ନାହିଁ ସେମାନେ ରିଲିଫ୍ ପାଉନାହାନ୍ତି । ସରକାର ବାତ୍ୟା ପ୍ରଭାବିତଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି । ହେଲେ ଏଠାରେ ସେପରି କିଛି ହୋଇନାହିଁ ବୋଲି ଦାମ କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ପ୍ରଶାସନ ଯେଉଁ ପରିମାଣରେ ଖାଦ୍ୟ ଲୋକଙ୍କୁ ଦେଉଛି ତାହା ତାଙ୍କର ପେଟ ପୁରୁନାହିଁ । ତେଣୁ ଏଦିଗରେ ପ୍ରଶାସନ ଚିନ୍ତା କରିବା ଦରକାର ବୋଲି ଶ୍ରୀରାଉତ କହିଛନ୍ତି ।

Leave A Reply

Your email address will not be published.