OnaKhabar

ଭାରତକୁ ବଡ ସଫଳତା: ମାସୁୁଦ ଆଜାରକୁ ଆର୍ନ୍ତଜାତୀୟ ଆତଙ୍କୀ ଘୋଷଣା କଲା ଜାତିସଂଘ

0 29

ନୂଆଦିଲ୍ଲୀ: ଶେଷରେ ମାସୁୁଦ ଆଜାରଙ୍କୁ ଆର୍ନ୍ତଜାତୀୟ ଆତଙ୍କାବାଦୀ ଭାବେ ଜାତିସଂଘ ଘୋଷଣା କରିଛି । ଏହା ଭାରତ ପାଇଁ ସବୁଠାରୁ ବଡ କୁଟନୈତିକ କ୍ଷେତ୍ରରେ ବିଜୟ ବୋଲି କୁହାଯାଉଛି । ଜାତିସଂଘର ସୁରକ୍ଷା ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଜାତିସଂଘରେ ଭାରତର ପ୍ରସ୍ତାବ କ୍ରମେ ମାସୁଦକୁ ଆର୍ନ୍ତଜାତୀୟ ଆତଙ୍କବାଦୀ ଘୋଷଣା କରିବା ପାଇଁ ଆଲୋଚନା ହୋଇଥିଲା । ଆମେରିକା, ଲଣ୍ଡନ, ଫ୍ରାନ୍ସ ପ୍ରଭୃତି ରାଷ୍ଟ୍ର ରାଜି ହୋଇଥିଲା ବେଳେ ଜାତିସଂଘର ସ୍ଥାୟୀ ସଦସ୍ୟ ଥିବା ଚୀନ ବିରୋଧ କରିଥିଲା । ବାରମ୍ବାର ଏହି ପ୍ରସ୍ତାବ ଉପରେ ଚୀନ ବିରୋଧ କରିବାରୁ ଏହା ଗୃହୀତ ହୋଇ ପାରୁନଥିଲା । କୂଟନୀତିକ କ୍ଷେତ୍ରରେ ଭାରତ ଅନୁକ୍ରମେ ଆମେରିକା, ଲଣ୍ଡନ ଓ ଫ୍ରାନ୍ସର ବାରମ୍ବାର ଚାପ ଦ୍ୱାରା ଶେଷରେ ଚୀନ ଲଗାଇଥିବା କଟକଣାରୁ ଓହରି ଯାଇଛି । ଚୀନ ତାର ଆପତ୍ତି ଉଠାଇନେବା ପରେ ଜାତିସଂଘ ମାସୁଦକୁ ଜାତୀୟ ଆତଙ୍କବାଦୀ ଭାବେ ଘୋଷଣା କରିଛି । ଫଳରେ କୌଣସି ଦେଶରେ ସେ ତାକୁ ଆଉ କେହି ଗ୍ରହଣ କରିବେ ନାହିଁ । କୌଣସି ଦେଶକୁ ତାକୁ ଭିସା ମିଳିବ ନାହିଁ ।
କାଶ୍ମୀରର ପୁଲଓ୍ବାମାରେ ଆତଙ୍କାବାଦୀ ଆକ୍ରମଣରେ ୪୦ ଜଣ ଭାରତୀୟ ଯବାନଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ଓଡିଶାର ଦୁଇ ଜଣ ଯବାନ ମଧ୍ୟ ସହିଦ ହୋଇଥିଲେ । ଏହି ଆକ୍ରମଣ ପଛରେ ଜୈସ ଇ ମହମ୍ମଦର ହାତ ଥିବା ଜଣାପଡିଥିଲା । ଏପରିକି ଏହି ଆକ୍ରମଣ ପାଇଁ ଜୈସ ଇ ମହମ୍ମଦ ନିଜକୁ ଦାୟୀ କଲା । ଏଣୁ ଏହାର ମୁଖ୍ୟ ମାସୁଦକୁ ପାକିସ୍ଥାନରେ ଥିବାରୁ ତାକୁ ଆତଙ୍କାବାଦୀ ଘୋଷଣା କରିବା ପାଇଁ ଭାରତ ଦାବୀ କରିଥିଲା । ପାକିସ୍ତାନ ପ୍ରମାଣ ମାଗିଥିଲା । ଭାରତ ପ୍ରମାଣ ଦେବା ସତ୍ତେବ୍ୱ ପାକିସ୍ତାନ ବିଭିନ୍ନ ଆଳରେ ପ୍ରସ୍ତାବକୁ ଟାଳିଥିଲା । ଶେଷରେ ଭାରତ ଯାଇ ଜାତିିସଂଘର ଦ୍ୱାରସ୍ଥ ହୋଇଥିଲା । ଜାତିସଂଘର ସ୍ଥାୟୀ ସଦସ୍ୟ ଥିବା ଦେଶମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ । କୂଟନୀତିକ କ୍ଷେତ୍ରରେ ଆଲୋଚନା ସଫଳ ହୋଇଥିଲା । ଚୀନକୁ ଛାଡି ଅନ୍ୟ ସବୁ ରଷ୍ଟ୍ର ଭାରତକୁ ସହାୟତା ଲାଗି ଆଗେଇ ଆସିଥିଲେ । ପାକିସ୍ତାନରେ ଥିବା ଜୈସ ଇ ମୁଖ୍ୟ କାର୍ଯ୍ୟଳୟକୁ ଭାରତ ସର୍ଜିକାଲ ଷ୍ଟ୍ରାଇକ ଉଡାଇ ଦେଇଥିଲା । କୁହାଯାଏ ଭାରତର ଏହି ଆକ୍ରମଣରେ ଜୈସ-ଇ ର ପ୍ରାୟ ୨୦୦ରୁ ଉଦ୍ଧ୍ୱ ସଦସ୍ୟ ମୃତ୍ୟୁ ବରଣ କରିଥିଲେ । ଏଥିରେ ମାସୁଦର ଭାଇ ମଧ୍ୟ ଥିବା କଥା କୁହାଯାଏ ।

https://www.onakhabar.com/2019/04/pakistan-isi-planning-attack-to-india/

Leave A Reply

Your email address will not be published.