OnaKhabar

ବାପ-ପୁଅ ହେଲେ ଏକ, ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କ ପରେ ପୁଅକୁ ୧ ଲକ୍ଷ ଟଙ୍କା ଜରିମାନା ସହ ଆଜୀବନ କାରାଦଣ୍ଡ

0 11

ସୁରଟ: ଆତ୍ମଘୋଷିତ ଈଶ୍ୱର ବୋଲି ନିଜକୁ ପରିଚୟ ଦେଉଥିବା ତଥା ଦୁଷ୍କର୍ମ ଅଭିଯୁକ୍ତ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ ମିଳିଥିବା ବେଳେ ଆଜି ଦୁଷ୍କର୍ମ ଅଭିଯୁକ୍ତ ନାରାୟଣ ସାଇଙ୍କୁ ସୁରଟ ସେସନ୍‌ କୋର୍ଟ ମଙ୍ଗଳବାର ଅଜୀବନ କାରାଦଣ୍ଡ ଘୋଷଣା କରିଥିବା ସୂଚନା ମିଳିଛି | ଆଶାରାମ ବାପୁଙ୍କ ପୁଅ ନାରାୟଣ ୧୧ ବର୍ଷ ତଳେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ନାରାୟଣ ସାଇଙ୍କ ବିରୋଧରେ ଦୁଇ ଭଉଣୀ ଅଭିଯୋଗ ଆଣିବା ପରେ କୋର୍ଟ ଏହି ମାମଲାର ଶୁଣାଣି ଏପ୍ରିଲ୍‌ ୩୦ରେ କରିବେ ବୋଲି କହିଥିଲେ । ନାରାୟଣ ସାଇଙ୍କୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜମିମାନା ମଧ୍ୟ କରାଯାଇଛି । ତେବେ ଚର୍ଚ୍ଚା ହେଉଛି ଯେ, ନିଜକୁ ଆତ୍ମଘୋଷିତ ଇଶ୍ୱର କରିଥିବା ବାପ ପୁଅ କିପରି ଏପରି ଲଜ୍ଜ୍ୟଜନକ କାଣ୍ଡ କରିପାରିଛନ୍ତି ତାହାକୁ ନେଇ ସାଧାରଣରେ ନିନ୍ଦା ହେଉଛି |

https://www.onakhabar.com/2019/04/asaram-bapu-biopic/

Leave A Reply

Your email address will not be published.