OnaKhabar

ଲାଞ୍ଜିଗଡ଼ ବେଦାନ୍ତ କାରଖାନା ବନ୍ଦ କରିବାକୁ ସିଭିଲସୋସାଇଟିର ଦାବି

47

ଭୁବନେଶ୍ୱର: ନିୟମଗିରି ସୁରକ୍ଷା ପାଇଁ ଲଢ଼େଇ କରୁଥିବା ସାଥିମାନଙ୍କୁ କ୍ରମାଗତ ଭାବରେ ‘ମାଓବାଦୀ’ ନାମରେ ପୁଲିସ ଓ ଅର୍ଦ୍ଧସାମରିକ ବଳ ଅତ୍ୟାଚାର  କରିଚାଲିଛନ୍ତି । ୨୦୧୩ ଗ୍ରାମସଭା ପରଠାରୁ ଜୋରଦାର ହୋଇଛି ବୋଲି ଏକ ୧୬ ଜଣିଆ ତଥ୍ୟାନୁସନ୍ଧାନ ଟିମ୍‌ ପ୍ରକାଶ କରିଛି। ଯେହେତୁ ଗୟାମବାସୀମାନେ ବେଦାନ୍ତକୁ ଖଣି ନଦେବା ଲାଗି ପ୍ରସ୍ତାବକୁ ପାରିତ କରିଛନ୍ତି ଏବଂ ସୁପ୍ରିମ୍‌କୋର୍ଟ ଏହାକୁ କାଏମ ରଖିଛନ୍ତି, ଅଦାଲତଙ୍କୁ ସମ୍ମାନ ଦେଇ ସରକାର ବେଦାନ୍ତ କମ୍ପାନୀକୁଚ ବନ୍ଦ କରିବା ଲାଗି ଆଦେଶ ଦେବାକୁ କମିଟି ସୁପାରିସି କରିଛି । ସର୍ବ ଭାରତୀୟସ୍ତରର ‘ସିଡିଆରଓ’ ଓ ଓଡିଶାର ‘ଗାସ’ର ଏକ ୧୬ ଜଣିଆ ତଥ୍ୟ ଅନୁସନ୍ଧାନୀ ଦଳ ଗଲା ଏପ୍ରିଲ୨୬ ରୁ ୨୮ ତାରିଖ   ମଧ୍ୟରର ନିୟମଗିରିର ବିଭିନ୍ନ ଗ୍ରାମ ଓ ଲାଞ୍ଜିଗଡ ପ୍ଳାଣ୍ଟ ଅଞ୍ଚଳକୁ ଯାଇଥିଲେ । ସେମାନେ ପ୍ଳାଣ୍ଟ ଅଞ୍ଚଳର ଛତ୍ରପୁର, ରେଙ୍ଗାପାଲି, ବନ୍ଧଗୁଡା ଗ୍ରାମ ଓ ନିୟମଗିରି ପାହାଡ ମଧ୍ୟରେ ଥିବା ଲାକପଦର, ଡଙ୍ଗାମାଟି ଓ ବେଲାଙ୍ଗ ମଣ୍ଡଳ ପ୍ରଭୃତି ଗାଁକୁ ଯିବା ସହିତ ନିୟମଗିରି ସୁରକ୍ଷା ସମିତିର  ନେତୃବର୍ଗଙ୍କୁ ଭେଭଟିଥିଲେ । ଅନୁସନ୍ଧାନକାରୀ ଦଳ ଲାଞ୍ଜିଗଡ ଥାନା ଅଧିକାରୀଙ୍କୁ ଭେଟିବା ସହିତ ଜିଲ୍ଲାପାଳ ଓ ଏସପିଙ୍କ ସହିତ କଥା ହୋଇଥିବା ଗଣମାଧ୍ୟମକୁ ଜଣାଇଛନ୍ତି। ତଥ୍ୟାନୁସନ୍ଧାନ ଟିମ୍‌  ରିପୋର୍ଟରେ ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାର କ୍ରମାଗତ ଭାବରେ ନିମୟଗିରିର ଡଙ୍ଗରିଆ ଆଦିବାସୀ ଭୟଭୀତ କରିବାରେ ଲାଗିଛନ୍ତି ।

ଫେବୃୟାରି ୨୭, ୨୦୧୭ରେ ଡଙ୍ଗାମାଟି ଗ୍ରାମର ମନ୍ଦ କାଡ୍ରାକାଙ୍କୁ ଏନକାଉଣ୍ଟରରେ ହତ୍ୟା କରିବା ହେଉ କି  ଲଦ ସିକକାଙ୍କୁ ବାରମ୍ବାର ଉଠାଇ ନେଇ ଧମକ ଦେବା ହେଉ ଅଥବା ମେ’ ୧, ୨୦୧୭ ଦିନ ଗାରଟା ଗ୍ରାମର କୁନି ସିକକାଙ୍କୁ ରାତି ଅଧରେ ଉଠାଇ ନେବା ଓ ଗିରଫ କରିବା, ଦାସୁରୁ କାଡ୍ରାକାଙ୍କୁ ମେ’ ୨୦୧୬ର ‘ମାଓବାଦୀ’ ନାମରର ଗିରଫ କରି ଜେଲ ପଠାଇବା, ନିୟମଗିରି ସୁରକ୍ଷା ସମିତିର ରନତା ଲିଙ୍ଗରାଜ ଆଜାଦଙ୍କୁ ‘ମାଓବାଦୀ ସମର୍ଥକ’ ଆଖ୍ୟା ଦେବା ଓ ଗିରଫ କରିବା ପ୍ରଭୃତି ଏହାର ଉଦାହରଣ । ସେତିକି ନୁହେଁ, ସାମାଜିକ ସଚେତନତା ତଥା ସ୍ଥାନୀୟ ଲୋକଙ୍କ ଅଧିକାର ପାଇଁ ଲଢ଼ୁଥିବା  ‘ନିୟମାଗରୀ ସୁରକ୍ଷା ସମିତି’କୁ  ଏପଅିଲ୍‌ ୨୦୧୭ରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମାଓବାଦୀ ସଂଗଠନ ‘ପରିଚାଳନା’  ଆଖ୍ୟା ଦେବା ଆଜି ୧୮ ଟି ଘଟଣା ଏହାର ଉଦାହରଣ ବୋଲି ତଥ୍ୟାନୁସନ୍ଧାନ ଟିମ୍‌ ପକ୍ଷରୁ କୁହାଯାଇଛି।

ନିୟମଗିରି ପାଦଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତରର ଏକ ସିଆରପିଏଫ କ୍ୟାମ୍ପ ନିର୍ମାଣ ପ୍ରସ୍ତାବକୁ ସ୍ଥାନୀୟ ଲୋକେ  ବିରୋଧ କରି ଗ୍ରାମସଭା କରିଥିଲେ। ଏହା ସତ୍ତେ୍ବ ରାଜ୍ୟ ସରକାର ସେଠାରେ କ୍ୟାମ୍ପ ନିର୍ବାଣ କଲେ। ଯେଉଁ ଜମିରେ ବେଲଗୁଡ଼ା ଗ୍ରାମର ଲାୟି ମାଝୀର ପରିବାର ପିଢ଼ି ପରେ ପିଢ଼ି ଚାଷ ଉପରେ ନିର୍ଭର କରୁଥିଲେ ସେଠାରେ କ୍ୟାମ୍ପ ଗଢ଼ାଗଲା। ଏହି ଜଙ୍ଗଲ ଜମି  ପାଇଁ ସେ ଦୀର୍ଘଦିନ ହେଲା ପଟ୍ଟା ପାଇଁ ଆବେଦନ କରିଥିଲେ ।

ନିୟମଗିରିର , ଲୋକେ ଗ୍ରାମକୁ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ଚିକିତ୍ସା ସୁବିଧା ଲାଗି ଦାବି କରୁଥିଲା ବେଳେ ସରକାର ସେମାନଙ୍କ ଆନ୍ଦୋଳନକୁ ବନ୍ଦ କରିବା ଲାଗି ସିଆରପିଏଫ କ୍ୟାମ୍ପ ସ୍ଥାପନ କରୁଛନ୍ତି, ଯାହା କି କେବଳ ଭୟ ସୃଷ୍ଟି କରିବା ଓ ବେଦାନ୍ତ କମ୍ପାନୀକୁ ସହରଯାଗ କରିବା ଲାଗି ଉଦ୍ଦିଷ୍ଟ ବୋଲି ଏହି କମିଟି କହିଛି।