OnaKhabar

ସାମାଜିକ ହିତରେ ଆମ ସମ୍ବିଧାନ: କିନ୍ତୁ ଏଥିରେ ଗାନ୍ଧି ଚିନ୍ତାଧାରା ନାହିଁ

68

୧୯୫୦ରେ ଆମ ସମ୍ବିଧାନ ଲାଗୁ କରାଗଲା  । ଏହା ସ୍ୱାଧିନ ଭାରତର ସବୁଠାରୁ ବଡ ଘଟଣା  । ଏହା ପଛରେ ଥିବା ଘଟଣାବଳୀ ଆହୁରି ମଜାଦାର ମଧ୍ୟ  । ଏ ସମ୍ପର୍କରେ ଆଲୋଚନା କରିବା ପୂର୍ବରୁ ଜନ ଷ୍ଟ୍ରାଚୀଙ୍କ ବୟାନ ଉପରେ ନଜର ପକାଇବା ଉଚିତ୍‍ ହେବ  । ତାଙ୍କ ମତରେ ସ୍କଟଲ୍ୟାଣ୍ଡ ଓସ୍ପେନ ମଧ୍ୟରେ ସମାନତା ଆସିପାରେ, କିନ୍ତୁ ଭାରତର ବେଙ୍ଗଲ ଓ ପଞ୍ଜାବ ମଧ୍ୟରେ ସମାନତା ଆସିପାରିବ ନାହିଁ  । ଭାରତ କୋଟିଏ ଦେଶ ନୁହେଁ, ଏହା ଅନେକ ଛୋଟ ଛୋଟ ଦେଶର ସମିଶ୍ରଣ  । ଭାରତ ଭଳି ଆଗରୁ କେହି ନଥିଲେ, କି ଆଗକୁ କେହି
ହୋଇପାରିବେ ନାହିଁ  ।
ଜନ ଷ୍ଟ୍ରାଚୀଙ୍କ ଏହି କଥାକୁ ୱିନଷ୍ଟନ ଚର୍ଚ୍ଚିଲ, ରୁଡୟାର୍ଡ କିପଲିଙ୍ଗ ପ୍ରମୁଖ ସମର୍ଥନ କରୁଥିଲେ  । କିପଲିଙ୍ଗଙ୍କୁ ଭାରତର ସ୍ୱାଧିନତା ସମ୍ପର୍କରେ ପଚାରିବାରୁ ସେ କହିଥିଲେ, ଭାରତର ସଂସ୍କୁତି ୪୦୦୦ବର୍ଷ ପୁରୁଣା  । ଏତେ ପୁରୁଣା ସଭ୍ୟତାର ଲୋକମାନେ ସ୍ୱାଧିନତା ଭଳି ନୂଆ କଥାରୁ କିଛି ଶିଖିପାରିବେ ନାହିଁ  । ୱିନଷ୍ଟନ ଚର୍ଚ୍ଚିଲଙ୍କ ମଧ୍ୟ ସମାନ ଚିନ୍ତାଧାରା ଥିଲା  । ଚର୍ଚ୍ଚିଲଙ୍କ ମତରେ ଯଦି ଗୋରାମାନେ ଭାରତ ଛାଡି ଚାଲିଯିବେ ତେବେ ଏଠାକାର ଲୋକମାନେ ନିଜ ନିଜ ଭିତରେ ଲଢି ଦେଶକୁ ପୁଣି ଆଦିମ କାଳକୁ ନେଇଯିବେ  । କିନ୍ତୁ ଏମାନଙ୍କର ଆଶଙ୍କା ଭୂଲ ପ୍ରମାଣିତ ହୋଇଛି  । ଚର୍ଚ୍ଚିଲଙ୍କ ବିଜୟ ଓ ପରାଜୟ, କ୍ୟାବିନେଟ ମିଶନ ଓ ଆମେରିକାର ଟେଲିଗ୍ରାମ ଇିଶ୍ୱ ଯୁଦ୍ଧରେ ଜାପାନଠାରୁ ହାରିବା ପରେ ଏହାର ପ୍ରଭାବ
ଇଂଲଣ୍ଡ ଉପରେ ପଡିଲା  । ଚର୍ଚ୍ଚିଲ ଯୁଦ୍ଧ ସିନା ଜିତିଲେ, କିନ୍ତୁ ନିର୍ବାଚନରେ ହାରିଗଲେ  । କ୍ଳେମେଌକ୍ଷଗ୍ଧ; ରିଚାର୍ଡ ଏଟଲୀଙ୍କ ଲେବର ପାର୍ଟି ଯମତାକୁ ଆସିବା ପରଠାରୁ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେଲା  । ଏଥିପାଇଁ କ୍ୟାବିନେଟ ମିଶନ ଭାରତ ଗସ୍ତରେ
ଆସିଲେ  । କ୍ୟାବିନେଟ ବିଫଳ ହୋଇ ଇଂଲଣ୍ଡ ଯିବା ପୂର୍ବରୁ କହିଗଲେ,
ଭାରତର ସମ୍ବିଧାନ ଭାରତର ଲୋକମାନେ ଲେଖିବା ଦରକାର  ।
ଏହାପରଠାରୁ ଆଇନ ତିଆରି ପ୍ରକ୍ରିୟା ଆରମ୍ଭ ହେଲା  । ୧୯୪୬ ଡିସେମ୍ବର ୯ତାରିଖରେ ସମ୍ବିଧାନ ସଭା ଗଠନ ହେଲା  । ଏହା ପରେ ଦୁଇ ବର୍ଷ ଏଗାର ମାସ ୧୮ ଦିନର ବିଚାର ବିମର୍ଷ ପରେ ପ୍ରସ୍ତୁତ ସମ୍ବିଧାନକୁ ୧୯୪୯ ନଭେମ୍ବର ୨୬ ତାରିଖରେ ଗ୍ରହଣ କରାଯାଇ ୧୯୫୦ ଜାନୁଆରୀ ୨୬ରେ ଲାଗୁ କରାଗଲା  । ଏହି ସମୟ ମଧ୍ୟରେ ହୋଇଥିବା ବିତର୍କ
ଆଧାରରେ ୯୦ ହଜାର ଶବ୍ଦକୁ ନେଇ ସମ୍ବିଧାନ ପ୍ରସ୍ତୁତ ହୋଇଛି  ।

ସମ୍ବିଧାନ ସଭାର ୩୦୮ ନିର୍ବାଚିତ ସଦସ୍ୟମାନଙ୍କର କେତେକ ବିତର୍କ ସ୍ମରଣୀୟ ଥିଲା  । ୭୮ ବର୍ଷ ପରେ ବି ସମ୍ବିଧାନ ସଭାର ସଦସ୍ୟମାନଙ୍କ ବିଚାର ଓ ବିତର୍କ ପ୍ରାସଙ୍ଗିକତା ରହିଛି  । ଏହି ସମ୍ବିଧାନ ସଭାର ମୂଳ ମନ୍ତ୍ର ଆମେରିକାରୁ ଭାରତ ଆସିଛି  । ଡ଼ା. ରାଜେନ୍ଦ୍ର ପ୍ରସାଦଙ୍କ ଅନୁପସ୍ଥିତିରେ ସଚ୍ଚିଦାନନ୍ଦ ସିହ୍ନା ସମ୍ବିଧାନ ସଭାର ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ  । ୧୯୪୬ ଡିସେମ୍ବର ୯ ତାରିଖରେ ଆମେରିକା ବିଦେଶ ମନ୍ତ୍ରୀ ଡିନ ଅଚେସନ ସିହ୍ନାଙ୍କୁ ଟେଲିଗ୍ରାମ ମାଧ୍ୟମରେ ସମ୍ବିଧାନ ସମିତି ଗଠନ ଓ ତାଙ୍କ ନେତୃତ୍ୱରେ ସମ୍ବିଧାନ ନିର୍ମାଣ ପାଇଁ ଆଗୁଆ
ବଧାଇ ଜଣାଇଥିଲେ  । ନେହେରୁ କାହିଁକି ସମ୍ବିଧାନରେ ଲୋକତନ୍ତ୍ରର ଉଲ୍ଲେଖ ଚାହୁଁନଥିଲେ
ବରିଷ୍ଠ ଆଇନଜୀବୀ କନକ ତିୱାରୀ ତାଙ୍କ ପୁସ୍ତକ ‘ସମ୍ବିଧାନ କି ପଡତାଳ’ରେ ଲେଖିଛନ୍ତି, ନେହେରୁ ଯେତେବେଳେ ସମ୍ବିଧାନ ସମ୍ପର୍କୀତ ଗୁରତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଅନୁଧାନ କଲେ ସେଥିରେ ଲୋକତନ୍ତ୍ର ସମ୍ପର୍କରେ ଉଲ୍ଲେଖ କରାଯାଇନଥିଲା  । କାରଣ ସମ୍ବିଧାନ ସଭା ଚାହୁଁଥିଲା ଦେଶରେ ଏଭଳି କ୍ଷମତାସମ୍ପନ୍ନ ଲୋକତନ୍ତ୍ର ତିଆରି ହେଉ ଯାହା ଦ୍ୱାରା
ରାଷ୍ଟ୍ରମୁଖ୍ୟ ପ୍ରତ୍ୟକ୍ଷ ବା ଅପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହେବା ଦରକାର  । ସମ୍ବିଧାନ ସଭା ଇଂଲଣ୍ଡ ଭଳି ଲୋକତନ୍ତ୍ର ଚାହୁଁନଥିଲା ଯେଉଁଥିରେ ରାଷ୍ଟ୍ରପ୍ରମୁଖ ପଦ ରାଜ ପରିବାର ପର୍ଯ୍ୟନ୍ତ ସୀମିତ ଥାଏ  । ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥାନ୍ତି  । ପରେ ନେହେରୁ ଏ ସମ୍ପର୍କରେ ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି  ।
ଏହା ପରେ ଏଥି ନେଇ ହୋଇଥିବା ବିତର୍କରେ ସମ୍ବିଧାନ ସଭାର ସଦସ୍ୟ କେ.ଟି.ଶାହ ଦେଇଥିବା ଦଲିଲ ଅନୁସାରେ ସମ୍ବିଧାନ ଆତ୍ମା ଲୋକତନ୍ତ୍ରର ତତ୍ତ୍ୱ ରହିଛି ଓ ଲକ୍ଷ୍ୟ ମଧ୍ୟ ଏହା ହେବା ଦରକାର  । ଲିଙ୍କନଙ୍କ ଚିନ୍ତାଧାରା ‘ଲୋକଙ୍କ ପାଇଁ, ଲୋକଙ୍କ ଦ୍ୱାରା ଓ ଲୋକଙ୍କର’ ଏବେ ଦୂର ରହିଛି  । ଭାରତରେ ଯେଉଁ ଲୋକତନ୍ତ୍ର ସ୍ଥାପିତ ହେବାକୁ ଯାଉଛି, ତାହା
ସ୍ୱାଧିନ ଚିନ୍ତାଧାରା ଉପରେ ପର୍ଯ୍ୟବେଶିତ  ।
ଏହାର ୩୦ବର୍ଷ ପୂର୍ବରୁ ମହାତ୍ମା ଗାନ୍ଧୀ ତାଙ୍କ ପୁସ୍ତକ ‘ହିନ୍ଦ ସ୍ୱରାଜ’ରେ ବ୍ରିଟିଶ ପାର୍ଲିଆମେଌକ୍ଷଗ୍ଧ;କୁ ବେଶ୍ୟା ଓ ବାଂଝ ବୋଲି କହିଥିଲେ  । ସେ ଦେଶରେ ଗ୍ରାମ ଆଧାରିତ ସ୍ୱରାଜ୍ୟର ସ୍ୱପ୍ନ ଦେଖୁଥିଲେ  । କିନ୍ତୁ ନେହେରୁ ଗାନ୍ଧୀଙ୍କ ପ୍ରଜାତନ୍ତ୍ର କି ୟୁରୋପର ଲୋକତନ୍ତ୍ରକୁ ଚାହୁନଥିଲେ  । ସେ ୟୁନାନର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚାହୁଁଥିଲେ  ।
ଯାହା ଫଳରେ ଭାରତ ଆଜି ସର୍ବବୃହତ ଲୋକତନ୍ତ୍ର ସହିତ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ ହୋଇଛି । ସମ୍ବିଧାନ ସମିତି ଉପରେ ଇଂରେଜମାନଙ୍କ ପ୍ରଭାବ ଅଭିଯୋଗ

ଦେଶର ଆଇନ ବ୍ୟବସ୍ଥା ସ୍ୱରାଜ୍ୟ ଅନୁସାରେ ହେବାକୁ ହିନ୍ଦ୍‍ ସ୍ୱରାଜ୍ୟରେ ଗାନ୍ଧୀ ଉଲ୍ଲେଖ କରିଥିଲେ  । ତାଙ୍କ ଚିନ୍ତାଧାରା ଅନୁସାରେ ଇଂରେଜ ଶାସନ ବ୍ୟବସ୍ଥା ଅନୁସାରେ ଦେଶ ହିନ୍ଦୁସ୍ଥାନ ନ ହୋଇ ଇଂରେଜସ୍ଥାନ ହୋଇଯିବ  । ସମ୍ବିଧାନ ସମିତିର ସଦସ୍ୟ କେ. ହନୁମନ୍ତେୟା ଗାନ୍ଧୀବାଦୀ ବିଚାରଧାରାର ପ୍ରବଳ ସମର୍ଥକ ଥିଲେ  । ସମ୍ବିଧାନ ତିଆରି ପ୍ରକ୍ରିୟାରେ ଗାନ୍ଧୀବାଦକୁ ଅଣଦେଖା କରାଯାଉଥିବାରୁ ସେ ବିଚଳିତ ଥିଲେ  । ତେଣୁ ସେ କଡା ଶବ୍ଦରେ କହିଥିଲେ, ଅନ୍ୟମାନଙ୍କ ଭଳି ସମ୍ବିଧାନ ସମିତିର ସଦସ୍ୟମାନେ ସ୍ୱାଧିନତା
ଆନ୍ଦୋଳନରେ ଭାଗନେଇନଥିଲେ  ।
ହନୁମନ୍ତେୟାଙ୍କର ଏହି କଥା କିଛି ପରିମାଣରେ ଠିକ୍‍ ଥିଲା  । ବି.ଆର. ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନର ଡ୍ରାଫ୍ଟିଂ କମିଟିର ପ୍ରାୟ ସଦସ୍ୟ ଆଇନ ବିଶାରଦ ଥିଲେ  । ଆଉ କେତେକ ବ୍ୟବସାୟୀ ପୃଷ୍ଠଭୂମିରୁ ଥିଲେ  । ହନୁମନ୍ତେୟାଙ୍କର କହିବା ଅନୁସାରେ
ଏହି ସଦସ୍ୟମାନେ ପଶ୍ଚିମ ଦେଶରୁ ଆହରଣ କରିଥିବା ଜ୍ଞାନକୁ ସମ୍ବିଧାନରେ ସନ୍ନିବେଶିତ କରିଛନ୍ତି  । କିନ୍ତୁ ଯେଉଁ ଜ୍ଞାନ ଦେଶବାସୀଙ୍କ କାମରେ ଆସିବ ତାହା ସମ୍ବିଧାନ ତିଆରୀ କରୁଥିବା ଲୋକମାନଙ୍କ ପାଖରେ ଥିବା ଜରୁରୀ ବୋଲି ସେ ମତ ଦେଇଥିଲେ  ।
ସମ୍ବିଧାନର ମୂଳ ଉଦ୍ଦେଶ୍ୟରେ ସମାଜବାଦ ନଥିଲା ଭାରତୀୟ ସମ୍ବିଧାନର ମୂଳ ଧାରଣା ସାମାଜିତ ଓ ନ୍ୟାୟ ଉପରେ ପର୍ଯ୍ୟବେଶିତ ବୋଲି ଗ୍ରୋନିବଲ ଅଷ୍ଟିନ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି  । ଏହା ପରେ ବି ନେହେରୁଙ୍କ ପ୍ରସ୍ତାବରେ ସାମାଜିକ ନ୍ୟାୟ
ବ୍ୟବସ୍ଥାକୁ ସେଭଳି ପ୍ରଭାବୀ ଢଙ୍ଗରେ ଉପସ୍ଥାପିତ କରାଯାଇନାହିଁ  । ସମ୍ବିଧାନର ମୂଳ ଉଦ୍ଦେଶ୍ୟରେ ସମାଜବାଦ ଶବ୍ଦ ମଞ୍ଜୁର ନ ହେବାରୁ ଆମ୍ବେଦକର ଅସନ୍ତୋଷ ପ୍ରକାଶ କରି ଆଲୋଚନା ସମୟରେ ନେହେରୁଙ୍କ ନିନ୍ଦା କରିବାକୁ ପଛଘୁଞ୍ଚା ଦେଲେ ନାହିଁ  । ଆମ୍ବେଦକର କହିଲେ ଯିଏ ଗୋଳମାଳ ପ୍ରସ୍ତାବ ଆଗତ କରିଛନ୍ତି ତାଙ୍କ ସ୍ୱାର୍ଥ ପାଇଁ ଏଭଳି
ବ୍ୟବସ୍ଥା କରିବାକୁ କୁହାଯାଉଛି  । ସେ ନିଜର ସ୍ୱାର୍ଥ ପାଇଁ ମଧ୍ୟ ରାଜ୍ୟମାନଙ୍କରୁ ସମାଜିକ, ଅର୍ଥନୈତିକ ଓ ରାଜନୈତିକ ସୁବିଧା ହାସଲ ପାଇଁ ବ୍ୟବସ୍ଥା କରିବାକୁ କହୁଛନ୍ତି  ।

ବିଂଶତାବ୍ଦୀ ଲେନିନବାଦ ଦ୍ୱାରା ପ୍ରଭାବିତ ଥିଲା  । ସେ ସମୟରେ ପୁଞ୍ଜିବାଦୀ ଦେଶଙ୍କୁ ଛାଡି ଅନ୍ୟମାନେ ସମାଜବାଦ ନୀତିକୁ ସବୁ ସମସ୍ୟାର ସମାଧାନ ବୋଲି ମାନୁଥିଲେ  । ନେହେରୁ ଓ ଆମ୍ବେଦକର ସମାଜବାଦୀ ôତଲେ ହେଁ ଏହାର କାର୍ଯ୍ୟକାରୀତା ନେଇ ଦୁହିଁଙ୍କ ମଧ୍ୟରେ ମତଭେଦ ଥିଲା  । ନେହେରୁ ଏଭଳି ସମାଜବାଦର ଚିନ୍ତା କରୁଥିଲେ ଯାହାକି ଧିରେ ଧିରେ ଲୋକତାନ୍ତ୍ରିକ ଉପାୟରେ ସମାଜରେ ସମାନତା ଆଣିପାରିବ  । ଇଂଲଣ୍ଡ, ଆୟାରଲ୍ୟାଣ୍ଡ ଓ ଆମେରିକାର ପୁଞ୍ଜିବାଦୀ ନୀତି ଦ୍ୱରା ପ୍ରଭାବିତ ଭାରତ ସମ୍ବିଧାନ ସିଧାସଳଖ ସମାଜବାଦ କଥା କହିପାରୁନଥିଲା  । ଏହାହିଁ ଆମ୍ବେଦକରଙ୍କ ସମସ୍ୟା ଥିଲା  । ଭାରତ ଭଳି ବିସମତାରେ ପରିପୂର୍ଣ୍ଣ ଦେଶ ପାଇଁ ସମାଜବାଦକୁ ସବୁ ସମସ୍ୟାର ସମାଧାନ ବୋଲି ବିଚାର କରାଯାଉଥିଲା  । ତେଣୁ ଆମ୍ବେଦକର କେଉଁଠି ନା କେଉଁଠି ହାରିଯାଇଥିଲେ  । ଏହି ଅଭାବର ପରିପୂରଣ ଇନ୍ଦିରା ଗାନ୍ଧି ସମ୍ବିଧାନର ୪୨ତମ ସଂଶୋଧନ କରି ‘ଧର୍ମ ନିରପେକ୍ଷ ଓ ସମାଜବାଦ’ ଶବ୍ଦ ଯୋଡିଥିଲେ  । ଏଥିରେ ଯୁକ୍ତି ଦର୍ଶାଯାଇଥିଲା ‘ଧର୍ମ ନିରପେକ୍ଷ ଓ ସମାଜବାଦ’ ସମ୍ବିଧାନର ମୂଳ ଲକ୍ଷ୍ୟରେ ନିହିତ ରହିଛି  । ତେଣୁ ଏହା ଦ୍ୱାରା କିଛି ପରିବର୍ତ୍ତନ
ହେବ ନାହିଁ  । ପୁଞ୍ଜିବାଦରୁ ଦୁରତ୍ୱ ସମ୍ବିଧାନ ନିର୍ମାତାମାନେ ସାମାଜିକ ହିତ ପାଇଁ ଏତେ ଉତ୍ସାହିତ ଥିଲେ ଯେ ପୁଞ୍ଜିବାଦ ଯେପରି ସମ୍ବିଧାନର ଆତ୍ମାରେ ପ୍ରବେଶ କରି ନ ପାରିବ ସେଥିପ୍ରତି ସଚେତନ ଥିଲେ  । ରାଜ୍ୟ କୌଣସି ପରିସ୍ଥିତିରେ ପୁଞ୍ଜିବାଦୀ ଚିନ୍ତାଧାରା ଆଧାରେ ସ୍ଥାପିତ ହେବ ନାହିଁ ବୋଲି ସମ୍ବିଧାନରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବାକୁ ସମିତିର ସଦସ୍ୟ ବିଶମ୍ବର ଦୟାଲ ତ୍ରିପାଠୀ ଆଲୋଚନା କାଳରେ କହିଥିଲେ  । ସେ କହିଥିଲେ ସାମାଜିକ, ଆର୍ଥିକ, ରାଜନୈତିକ ନ୍ୟାୟ ଇଛା ସିଦ୍ଧାନ୍ତରେ ଯଦି ଶାସନ କ୍ଷମତା ପୁଞ୍ଜିବାଦୀଙ୍କ ହାତକୁ ଚାଲିଯାଏ, ତେବେ ସେମାନେ ଆର୍ଥିକ ଓ ସାମାଜିକ ନ୍ୟାୟର ଅର୍ଥ ନିଜ ଇଛା ଅନୁସାରେ
ପରିଚାଳନା କରିବେ  । ଆଜିର ବିପର୍ଯ୍ୟସ୍ତ ସାମାଜିକ ବ୍ୟବସ୍ଥାକୁ ଲକ୍ଷ୍ୟ କରି ଶ୍ରୀ ତ୍ରିପାଠୀ ବହୁ ଆଗରୁ ଚେତାଇ ଦେଇଥିଲେ  ।
ପର୍ସନାଲ ଲ’ ରାମଚନ୍ଦ୍ର ଗୁହା ‘ଇଣ୍ଡିଆ ଆଫ୍ଟର ଗାନ୍ଧି’ ପୁସ୍ତକରେ
ଲେଖିଛନ୍ତି ନେହେରୁ ଓ ଆମ୍ବେଦକର ଦେଶରେ ୟୁନିଫର୍ମ ସିଭିଲ କୋର୍ଡ ଲାଗୁ କରିବାକୁ ଚାହୁଁଥିଲେ  । ଏ ସମ୍ପର୍କରେ ଆଲୋଚନା ସମୟରେ ମୁସଲିମ ଲିଗର ସଦସ୍ୟମାନେ ଏହାକୁ ବିରୋଧ କରିଥିଲେ  । ସେମାନେ ଯୁକ୍ତି ଦର୍ଶାଇଥିଲେ ବିଗତ ଦୁଇ ଶହ ବର୍ଷ ଧରି ଇଂରେଜମାନେ ଏହାକୁ ପରିବର୍ତ୍ତନ କରିବାକୁ ସାହସ କରିନଥିଲେ  । ତେଣୁ ଏବେ ଏହା ଲାଗୁ
କରିବା କ’ଣ ଦରକାର  । ମୁସ୍‍ଲିମ ଲିଗର ସଦସ୍ୟମାନେ ଯୁକ୍ତି କରିଥିଲେ ସେମାନଙ୍କର ବିବାହ, ଛାଡପତ୍ର, ସମ୍ପତ୍ତି ଆଦି ପ୍ରସଙ୍ଗରେ ସରିୟା ଆଇନ୍‍ ଅନୁସାରେ ନିଷ୍ପତ୍ତି ନିଆଯାଏ  । ଆଉ କେତେକ କହିଥିଲେ ବର୍ତ୍ତମାନ ୟୁନିଫର୍ମ ସିଭିଲ କୋର୍ଡ ଲଗାଇବାର ଏହା
ଠିକଣା ସମୟ ନୁହେଁ  । କିନ୍ତୁ ଆମ୍ବେଦକର ୟୁନିଫର୍ମ ସିଭିଲ କୋର୍ଡ ଉପରେ ଜୋର ଦେଇଥିଲେ  । ସେ ଯୁକ୍ତ ଦର୍ଶାଇଥିଲେ ପର୍ସନାଲ ଲ’ ଦେଶ ଆଗକୁ ବଢିବାରେ ପ୍ରତିବନ୍ଧକ ସାଜିବ  । ଏହା ଉପରେ ସହମତି ନ ହେବାରୁ ହିନ୍ଦୁ କୋର୍ଡ ବିଲ ପ୍ରସ୍ତାବିତ କରାଗଲା  । ଯାହାକୁ ହିନ୍ଦୁ, ଶିଖ୍‍, ବୌଦ୍ଧ ଧର୍ମାବଲମ୍ବୀମାନେ ମାନିବାକୁ ଲାଗୁ କରାଯିବାର ଥିଲା  ।

ସମ୍ବିଧାନ ସଭାର ଅଧ୍ୟକ୍ଷ ଡ଼ା. ରାଜେନ୍ଦ୍ର ପ୍ରସାଦ ଓ ସର୍ଦ୍ଦାର ପଟେଲ ଏହାକୁ ବିରୋଧ କରିଥିଲେ  । ହିନ୍ଦୁ ଶାସ୍ତ୍ରରେ ଏହାର ସମର୍ଥନ ଓ ବିରୋଧରେ ଦଲିଲ ଦିଆଗଲା  । ସର୍ଦ୍ଦାର ପଟେଲ ଓ ଆମ୍ବେଦକରଙ୍କ ମୃତ୍ୟୁ ପରେ ନେହେରୁ ଏହାକୁ ଲାଗୁ କରିଥିଲେ  ।
ହତିଆର ରଖିବାର ସ୍ୱାଧିନତା ନେଇ ଶ୍ୟାମପ୍ରସାଦ ମୁଖାର୍ଜୀ ଓ ପଟେଲଙ୍କ ମଧ୍ୟରେ ବିତର୍କ
ମୌଳିକ ଅଧିକାର ଆମ ସମ୍ବିଧାନ ମୂଳମନ୍ତ୍ର  । ଏଥିପାଇଁ ଗଠିତ ଉପ ସମିତିର ଅଧ୍ୟକ୍ଷ ସର୍ଦ୍ଦାର ପଟେଲ ଥିଲେ  । ସମ୍ବିଧାନର ସମସ୍ତ ଅଧିକାର ଉପରେ ପଟେଲ ୧୯୪୭ରେ ଏକ ରିପୋର୍ଟ ସମ୍ବିଧାନ ସଭାକୁ ହସ୍ତାନ୍ତର କରିଥିଲେ  । ଆମ ସମ୍ବିଧାନର ଅଧିକାଂଶ ମୌଳିକ ଅଧିକାର
ଆମେରିକାନ ଡିକ୍ଳାରେସନ ଅଫ ରାଇଟ୍‍ସ ଓ ୟୁରୋପୀୟ ଚିନ୍ତାଧାରାରେ ପ୍ରଭାବିତ  ।

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଅସ୍ତ୍ରଶସ୍ତ୍ର ପାଖରେ ରଖିବା ଅଧିକାରକୁ ମୌଳିକ ଅଧିକାରରେ ସାମିଲ କରାଯାଇଥିଲା  । କିନ୍ତୁ ପଟେଲ ଏହାକୁ ବିରୋଧ କରିଥିବାବେଳେ
ଶ୍ୟାମାପ୍ରସାଦ ମୁଖାର୍ଜୀ ଏହାକୁ ସମର୍ଥନ କରିଥିଲେ  । ଯଦି ଅସ୍ତ୍ରଶସ୍ତ୍ର ପାଖରେ ରଖିବା ଅଧିକାରକୁ ମୌଳିକ ଅଧିକାରରେ ସାମିଲ କରାଯାଇଥାନ୍ତା ତେବେ ଭାରତ ଆଜି ଆମେରିକା ଭଳି ବନ୍ଦୁକ ସଂସ୍କୃତିରେ ପୀଡିତ ହୋଇଥାନ୍ତା  । ମୟୁର ସ୍ଥାନରେ ଓଟ ପକ୍ଷୀକୁ ଜାତୀୟ ପକ୍ଷୀର ମାନ୍ୟତା ସମ୍ବିଧାନକୁ ନେଇ ସେତେବେଳେ ବିତର୍କ ହେଉଥିଲା, ଆଜି ବି
ହେଉଛି ଓ ଆଗାମୀ ଦିନରେ ମଧ୍ୟ ହେବ  । ଆଇନବିତ୍‍ ନାନୀ ପାଲ୍‍କିୱାଲଙ୍କ ମତରେ ୧୯୭୯ ସେପ୍ଟେମ୍ବରରେ ସମ୍ବିଧାନ ବିଫଳ ହୋଇଗଲା ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା  । ଏକଥା ସେ ତାଙ୍କ ପୁସ୍ତକ ‘ୟୁଇ ଦି ପିପୁଲ’ରେ ମଧ୍ୟ ଉଲ୍ଲେଖ କରିଛନ୍ତି  । ‘ କେହି ଆଶା କରି ପାରିବେ ନାହିଁ ରାଜନୀତି ଓ ସାମାଜିକ ମୂଲ୍ୟବୋଧ ପରସ୍ପର
ପରିପୂରକ  । କିନ୍ତୁ ସମସ୍ୟା ହେଉଛି, ଆଜିର ୫୦୦୦ ସାଂସଦ ଓ ବିଧାୟକ ଏଭଳି ସ୍ତରକୁ ଖସି ଆସିଛନଦ୍‍ତି, ସେମାନଙ୍କୁ ନିର୍ବାଚନ ବ୍ୟତୀତ ଆଉ କିଛି ଦେଖାଯାଉନାହିଁ  । ଦେଶର ଗଣତନ୍ତ୍ର ଏବେ ବହୁ ତଳକୁ ଖସି ଆସିଛି ।

ସମାଜର ସଚ୍ଚୋଟ ଓ ଜ୍ଞାନୀ ଲୋକମାନେ ଏହି ଚିନ୍ତାଧାରାକୁ ପରିବର୍ତ୍ତନ କରିବା ଆବଶ୍ୟକ  । ଜନସାଧାରଣଙ୍କୁ ସମାନତା, ଆଇନ ଆଗରେ ସମାନତା ଅଧିକାର, ସମାନତାର ବ୍ୟବସ୍ଥା  । ଆଇନ ଆଗରେ ସମାନତାର ଅଧିକାର ଗଣତନ୍ତ୍ରର ମୂଳମନ୍ତ୍ର  । ସମାନତା ହିଁ ସାମାଜିକ ନ୍ୟାୟର ଆଧାର  । କିନ୍ତୁ ଏହି ସମାନତା କେବଳ ଜଣେ ମରିବା ପରେ ମିଳିପାରିବ  । ପ୍ରଗତିଶୀଳ ସମାଜରେ କୌଣସି ସ୍ଥାନରେ ସମାନତା ନାହିଁ  । ଯେଉଁ ଦେଶରେ ସମାନତା ଅଧିକାର ଦିଆଯାଇଛି ସେଠାରେ ମଧ୍ୟ ଏହା ଦେଖିବାକୁ ମିଳୁନାହିଁ  । ଯଦି ଗଣତନ୍ତ୍ରକୁ ବଞ୍ଚାଇବାକୁ ଚାହୁଁଛେ ତେବେ ଉପଯୁକ୍ତ, ଦୁର୍ନୀତିମୁକ୍ତ ଓ ବୁଦ୍ଧିମାନ ଲୋକଙ୍କୁ ଆଗକୁ ଆଣିବାକୁ ପଡିବ  । ମୟୁର ପରିବର୍ତ୍ତେ ଓଟପକ୍ଷୀକୁ ଜାତୀୟ ପକ୍ଷୀର ମାନ୍ୟତା ଦେଇପାରିବେ ନାହିଁ  ।
ସମ୍ବିଧାନ ଅସଫଳ ହୋଇନାହିଁ, ଏହାକୁ ପାଳନ କରୁଥିବା ଲୋକମାନେ ଅସଫଳ ହୋଇଛନ୍ତି  । ରାଜନୀତିକୁ ପେଶା କରିଥିବା ଲୋକଙ୍କ ପରିବର୍ତେ ଉପଯୁକ୍ତ ଲୋକମାନେ କିପରି ସରକାରକୁ ଆସିବେ ସେଥିପାଇଁ ଦେଶବ୍ୟାପୀ ବିଚାରବିମର୍ଷ ଆବଶ୍ୟକ  ।’
ଗାନ୍ଧି ଓ ସମ୍ବିଧାନ ମହାତ୍ମା ଗାନ୍ଧି ଯେଉଁଭଳି କ୍ଷମତାର ବିକେନ୍ଦ୍ରୀ କରଣ କଥା
କହିଥିଲେ, ବର୍ତ୍ତମାନ ଦେଶରେ ସେଭଳି ବ୍ୟବସ୍ଥା ନାହିଁ  । ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ କ୍ଷମତାର ବିକେନ୍ଦ୍ରୀକରଣ ସମ୍ପର୍କରେ ଗାନ୍ଧିଙ୍କ ବିଚାର ଏବେ ଅଳିଆ ଗଦାରେ ପଡିଛି  । ସରକାର ସାମାଜିକ ଉନ୍ନତି ଦୃଷ୍ଟିକୋଣରୁ ନୁହେଁ ବରଂ ରାଜନୈତିକ ଓ ବ୍ୟବସାୟିକ ଫାଇଦା
ପାଇଁ ପଞ୍ଚାୟତ ପର୍ଯ୍ୟନ୍ତ ପହଞ୍ôଚବାକୁ ପ୍ରୟାସ କରୁଛନ୍ତି  । ଗାଁ ଗାଁ ପର୍ଯ୍ୟନ୍ତ ମୋବାଇଲ ପହଞ୍ôଚସାରିଥିଲେ ହେଁ ସ୍ୱଚ୍ଛ ପାଣି, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବେ ବି ପହଞ୍ôଚ ନାହିଁ  ସମ୍ବିଧାନରେ ସାମାଜିକ ଉନ୍ନତି ବିଷୟ ରହିଥିଲେ ହେଁ ପ୍ରକୃତରେ ତାହା କାର୍ଯ୍ୟକାରୀ ହେଉନାହିଁ  ।