OnaKhabar

ପାଟକୁରାରେ ଲଢ଼ିବା ପାଇଁ ନବୀନଙ୍କୁ ବିଜୟଙ୍କ ଆହ୍ୱାନ

44

ଭୁବନେଶ୍ୱର (ଓଏନଏ) : ବାତ୍ୟା ଆଳରେ ଆସନ୍ତା ୧୯ରେ ହେବାକୁ ଥିବା ପାଟକୁରା ନିର୍ବାଚନ ଘୁଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ କମିଶନରଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ଯାଇ ପହଂଚିଲା ପରେ ଏହାକୁ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ର କଡ଼ା ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ସହ ପାଟକୁରାରୁ ଲଢ଼ିବା ପାଇଁ ଆହ୍ୱାନ ଦେଇଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଏଥିସହ ସେ ମଧ୍ୟ ନିର୍ବାଚନ କମିଶନରଙ୍କୁ ଏ ନିର୍ବାଚନମଣ୍ଡଳୀରେ ଭୋଟ ନ କରିବା ପାଇଁ ଚାଲିଥିବା ଷଡ଼ଯନ୍ତ୍ର ସମ୍ପର୍କରେ ଅବଗତ କରାଇବେ ବୋଲି କହିଛନ୍ତି ।
ବିଜୟ ଗଣମାଧ୍ୟମକୁ କହିଛନ୍ତି ବିଜେଡିରେ କାହାକୁ ପ୍ରାର୍ଥୀ କରିଛନ୍ତି ନ କରିଛନ୍ତି ତାହା ତାଙ୍କ ଦଳର ନିଷ୍ପତ୍ତି । କିନ୍ତୁ ତାଙ୍କ ଦଳରେ ନିର୍ବାଚନକମିଟି କିଛି ନାହିଁ । ଗୋଟିଏ ଦଳ ଭାରତ ବର୍ଷରେ ଯାହାର ନିର୍ବାଚନ କମିଟି ନାହିଁ । ସେ ଜଣେ ଦୁଇଜଣ ନିଷ୍ପତ୍ତି ନିଅନ୍ତି କାହାକୁ ପ୍ରାର୍ଥୀ କରିବେ କାହାକୁ ପ୍ରାର୍ଥୀ କରିବେ ନାହିଁ । ଏଣୁ ସେ ଯେତେବେଳେ ନିଷ୍ପତ୍ତି ନିଅନ୍ତି, ତୁରନ୍ତ ସେ ନିଷ୍ପତ୍ତି ନିଅନ୍ତୁ ମୁଁ ନିଜେ ନିର୍ବାଚନ ଲଢ଼ିବାକୁ ଚାହୁଁଛି । କେନ୍ଦ୍ରାପଡ଼ା ବିଜୁବାବୁଙ୍କ କର୍ମଭୂମି ଥିଲା । ଅବଦାନ ବି ଥିଲା । ଏଣୁ ତାଙ୍କ ପୁଅ ହିସାବରେ ନିଜେ ଲଢ଼ିବାରେ କୌଣସି ଆପତ୍ତି ନାହିଁ । ସିଧାସଳଖ ସାମ୍ନା କରିବା ପାଇଁ ପଦକ୍ଷେପ ନିଅନ୍ତୁ । ପଛପଟୁ ରହିକି ପଦକ୍ଷେପ ନେବା ଓ ପଛପଟୁ ରହି ହୀନ ଚକ୍ରାନ୍ତ କରିବା, ଷଡ଼ଯନ୍ତ୍ର କରିବା ଏସବୁ କଥାକୁ ଲୋକେ ବରଦାସ୍ତ କରିବେ ନାହିଁ ବୋଲି ବିଜୟ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଗତକାଲି ସୁଦ୍ଧା ଯାହା ସେ ସ୍ଥିତି ଦେଖିଛନ୍ତି ୧୯ ତାରିଖ ନିର୍ବାଚନ ପାଇଁ ଅଧିକ ଉତ୍ସାହ ଲୋକଙ୍କ ମନରେ ରହିଛି । ଯେହେତୁୁ ଗୋଟିଏ ଜାଗାରେ ଓଡ଼ିଶାରେ ନିର୍ବାଚନ ହେବ ତେଣୁ ଏ ନିର୍ବାଚନର ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇଛି । ବିଜେଡି ପାଟକୁରା ନିର୍ବାଚନମଣ୍ଡଳୀ ପାଇଁ, ସେ ପାଟକୁରାବାସୀଙ୍କ ପାଇଁ ହେଉ କି ମୋ ପାଇଁ ହେଉ ଚକ୍ରାନ୍ତ ଓ ଷଡ଼ଯନ୍ତ୍ରର ଯେଉଁ ଚକ୍ରବ୍ୟୁହ ରଚନା କରିଛନ୍ତି । ମୋର ସେଥିରେ ଗୋଟିଏ ନିବେଦନ ଯେହେତୁ ସେ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଦୁଇଟି ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରି ନିର୍ବାଚନ ଲଢ଼ିଛନ୍ତି ତେଣୁ ଆଇନ ଅନୁଯାୟୀ ବାଧା ନାହିଁ ଆଉ ଗୋଟିଏ ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀ ହେବାପାଇଁ । ନିଜର କା’ ପଠାଇ ଯେଉଁ ଚକ୍ରବ୍ୟୁହ ରଚନା କରିଛନ୍ତି ତାହା ନ କରି ସିଧାସଳଖ ଆସି ଲଢ଼ନ୍ତୁ । ଏଥିପାଇଁ ସମୟ ଅଛି, ସେ ଚିନ୍ତା କରନ୍ତୁ, ନିଜର ସମୟ ନିୟନ୍ତୁ ଓ ନିର୍ବାଚନରେ ନିଜେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ ବୋଲି ନବୀନଙ୍କୁ ବିଜୟ ତାଙ୍କ ସହ ଲଢ଼ିବାକୁ ଆହ୍ୱାନ ଜଣାଇଛନ୍ତି ।
ବିଜୟ କହିଛନ୍ତି ପାଟକୁରା ନିର୍ବାଚନ ନ କରାଇବା ପାଇଁ ଏକ ଷଡ଼ଯନ୍ତ୍ର ଚାଲିଛି । ତାଙ୍କ ପାଖରେ ଖଣି, ଚିଟଫଣ୍ଡ ଓ ବ୍ଲକ ଚୋରି ପଇସା ଅଛି । ତେଣୁ ସେମାନେ ଯାହା କିଛି କାରିପାରିବେ । ପାଟକୁରାରେ ବେଦ ପ୍ରକାଶଙ୍କ ବିୟୋଗ ପରେ କୌଣସି ଅନୁକମ୍ପା ନାହିଁ । ପାଟକୁରାବାସୀ କାହାକୁ ଭୋଟଦେବେ ଜାଣିଛନ୍ତି । ବିଜୁ ଯୁବ ବାହିନୀଙ୍କୁ ବୁଥମାନଙ୍କରେ ସ୍ୱେଚ୍ଛାସେବୀ ଭାବେ ନିଯୁକ୍ତ କରାଯାଇଛି । ସେମାନେ ନିର୍ବାଚନ କରାଯାଇ ଦେଉନାହାଁନ୍ତି । ଏ ନେଇ ସେ ନିର୍ବାଚନ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସେ କହିଛନ୍ତି ।