OnaKhabar

ମାଓବାଦୀଙ୍କ ଚାଲକୁ ପଣ୍ଡ କଲା ପୁଲିସ, ଜଙ୍ଗଲରୁ ଉଦ୍ଧାର କଲା ଦୁଇଟି ଲ୍ୟାଣ୍ଡମ୍ୟାଇନ

61

ପାରଳାଖେମୁଣ୍ଡି: ରାଜ୍ୟକୁ ମିଳିଲା ସଫଳତା | ମାଓବାଦୀଙ୍କ ଚାଲକୁ ପୁଲିସ କଲେ ଫେଲ |ଗଜପତି ଜିଲ୍ଲାର ଢେପାଗୁଡ଼ା ଜଙ୍ଗଲରୁ ପୁଲିସ 2ଟି ଲ୍ୟାଣ୍ଡମ୍ୟାଇନକୁ ଉଦ୍ଧାର କରିଛି । ଅଧବା ପୁଲିସ ଥାନାକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଏକ ଟିମ୍‌ ନିଦ୍ଧିଷ୍ଟ ଜଙ୍ଗଲରେ ପହଂଚିଥିଲା | ଏବଂ ସେଠାରୁ ୧୫ ଓ ୩୫ କେଜିର ଲ୍ୟାଣ୍ଡମାଇନ୍‌ ଉଦ୍ଧାର କରିଥିଲା | ପୁଲିସ କହିଛି, ଏହି ୨ଟି ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲେ ବଡ଼ ଧରଣର କ୍ଷୟକ୍ଷତି ଘଟିଥାନ୍ତା । ମାଓବାଦୀମାନେ ଏକ ବଡ଼ ଧରଣର ବିସ୍ଫୋରଣ କରିବା ପାଇଁ ଯୋଜନା କରିଥିଲେ । ପୁଲିସ ଘଟଣାର ତଦନ୍ତ କରୁଥିବାର ଜଣାପଡିଛି ।

https://www.onakhabar.com/2019/04/narayan-sai-sentenced-to-life-imprisonment-by-surat-sessions-court-for-raping/