OnaKhabar

ପାଟକୁରାରୁ ବେଦପ୍ରକାଶଙ୍କ ପତ୍ନୀ କୌଶଲ୍ୟା ହେବେ ବିଜେଡି ପ୍ରାର୍ଥୀ

0 11

ଭୁବନେଶ୍ୱର : ମେ’ ୧୯ ତାରିଖରେ ପାଟକୁରାରେ ହେବାକୁ ଯାଉ ଥିବା ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିବ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି |
କିନ୍ତୁ ସ୍ବର୍ଗତ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ଶ୍ରୀ ଅଗ୍ରୱାଲ ଅସୁସ୍ଥ ଥିବାବେଳେ ମଧ୍ୟ ଏହା ଚାହୁଁଥିଲେ | ଏଥିପାଇଁ ଶ୍ରୀ ଅଗ୍ରୱାଲଙ୍କ ବଦଳରେ ପୁଅକୁ ଟିକଟ ଦେବାକୁ ତାଙ୍କ ପତ୍ନୀ ନବୀନ ନିବାସ ଯାଇ ନବୀନଙ୍କୁ ଅନୁରୋଧ କରିଥିଲେ | ପୁଅକୁ ସାଥିରେ ଧରି ମଧ୍ୟ ସେ ନବୀନ ନିବାସ ଯାଉଥଲେ | ପିତାଙ୍କ ବିୟୋଗ ପରେ ସଞ୍ଜୟ ଭାବିଥିଲେ | ସେଥିପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇ ବିଜେଡି ପ୍ରାଥୀଙ୍କ ପାଇଁ ପ୍ରଚାର କରୁଥିଲେ | ତେବେ ଆଜି ସମସ୍ତ ଚର୍ଚ୍ଚା ଓ ଆଲୋଚନାର ଅନ୍ତ ଘଟାଇ ସାବିତ୍ରୀ ଅଗ୍ରୱାଲଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଆସନରୁ ପୂର୍ବରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପିରୁ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସରୁ ମଇଦାନରେ ଅଛନ୍ତି ଜୟନ୍ତ ମହାନ୍ତି |

Leave A Reply

Your email address will not be published.