OnaKhabar

ହଜରେ ନିଅ ରୋଡ଼ସୋକୁ ଚାଲ, ହୁଳହୁଳି ପକା

0 13

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ବିଜେଡି ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା ଅନୁଭବ ମହାନ୍ତିଙ୍କୁ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ଼ ସୋ ଓ ସାଧାରଣ ସଭା କରି ମାରାଥନ ପ୍ରଚାର ପରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରୋଡ଼ସୋ ଓ ସଭାମାନଙ୍କରେ ବହୁସଂଖ୍ୟକ ମହିଳା ଯୋଗ ଦେଇ ହୁଳହୁଳି ପକାଉଥିବା ଦେଖା ଯାଉଛି । ମୁଖ୍ୟତଃ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟମାନଙ୍କୁ ଦଳ ପକ୍ଷରୁ ଗାଡ଼ିରେ ସଭାସ୍ଥଳ ଓ ରୋଡ଼ସୋକୁ ଅଣାଯାଉଛି । ତେବେ ଗତ କିଛିଦିନ ହେଲା ମୁଖ୍ୟମନ୍ତ୍ରୀଙ୍କ ରୋଡ଼ସୋରେ ଯୋଗ ଦେଉଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠିଗୁଡ଼ିକୁ ବିଜେଡି ପକ୍ଷରୁ ହଜାରେ ଟଙ୍କା ଲେଖା ଦିଆଯାଉଥିବା ସାଧାରଣରେ ଆଲୋଚନା ହେଉଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠିଗୁଡ଼ିକୁ ଦଳ ପକ୍ଷରୁ ହଜାରେ ଟଙ୍କା ଲେଖା ଦିଆଯାଇ ରୋଡ଼ସୋ ଓ ସଭାକୁ ନିଆଯାଉଛି ଓ ମୁଖ୍ୟମନ୍ତ୍ରୀ ସଭାମଂଚକୁ ଯିବା କ୍ଷଣି ଏବଂ ଭାଷଣ ଆରମ୍ଭ କରିବା ମାତ୍ରେ ହୁଳହୁଳି ପକାଇବା ପାଇଁ ମହିଳାମାନଙ୍କୁ କୁହାଯାଉଥିବା ମଧ୍ୟ ଆଲୋଚନାର ବିଷୟ ପାଲଟିଛି । ତେବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଗୁଡ଼ିକୁ ୩ ହଜାର ଟଙ୍କା ଲେଖା ଦେବା ପାଇଁ ଦଳ ପକ୍ଷରୁ ସ୍ଥାନୀୟ କର୍ମୀଙ୍କୁ ଦିଆଯାଇଥିଲେ ହେଁ ଦଳର କୁଜିନେତାମାନେ ୨ ହଜାର ଟଙ୍କା ଲେଖା ନିଜ ପକେଟ ଗରମ କରିବାକୁ ରଖିଦେଇ ସ୍ୱୟଂ ସହାୟକ ଗୋଷ୍ଠି ଗୁଡ଼ିକୁ ହଜାରେ ଟଙ୍କା ଲେଖା ଦେଉଥିôବା ପ୍ରଚାର ହୋଇଯିବା ପରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ଓ ଶନିବାର ଅନୁଷ୍ଠିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ରୋଡ଼ସୋକୁ ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ଦଳ ପକ୍ଷରୁ ଡକା ଯାଇଥିଲେ ବି ସେମାନେ ଆସିନଥିବା ନେଇ ଆଲୋଚନା ଜୋର ଧରିଛି ।

Leave A Reply

Your email address will not be published.