OnaKhabar

ଖରା ଦିନେ ବଢୁଛି ସାଉଥ୍‌ ଇଣ୍ଡିଆନ୍‌ ଷ୍ଟାଇଲ୍‌ କଙ୍କଡ଼ା ତରକାରୀର କ୍ରେଜ

72

ଭୁବନେଶ୍ୱର: ଆମିଷଙ୍କ ମଧ୍ୟରେ କଙ୍କାଡା ଏକ ସ୍ୱତନ୍ତ୍ର ସ୍ଥାନ ରହିଛି | ଏହାକୁ ଖାଇବାକୁ ଯେତିକି ସୁସ୍ୱାଦୁ ହୋଇଥାଏ ସେତିକି ରାନ୍ଧିବାରେ କଷ୍ଟ ହୋଇଥାଏ | ତେବେ କଙ୍କଡ଼ା ତରକାରୀ ପ୍ରାୟ ସମସ୍ତଙ୍କୁ ପସନ୍ଦ ହୋଇଥାଏ କିନ୍ତୁ ଅନେକ ଲୋକ ଏହାକୁ ପ୍ରସ୍ତୁତ କରିବା ଶିଖି ନ ଥାନ୍ତି ବୋଲି ଘରେ ତିଆରି କରି ଖାଇ ପାରନ୍ତି ନାହିଁ । ଆଉ ଯେଉଁମାନେ ଏହାକୁ ତିଆରି କରିଥାନ୍ତି, ସେମାନେ ଚିକେନ ଏବଂ ମାଛ ତରକାରୀ ଭଳି ତିଆରି କରିଥାନ୍ତି । ତେବେ ଆଜି ଆପଣଙ୍କୁ ଏକ ଅଲଗା ପ୍ରକାର କଙ୍କଡ଼ା ତରକାରୀ ତିଆରି କରିବା ଶିଖାଇବୁ ଯାହାର ନାଁ ହେଉଛି, ସାଉଥ୍‌ ଇଣ୍ଡିଆନ୍‌ ଷ୍ଟାଇଲ୍‌ କଙ୍କଡ଼ା ତରକାରୀ । ତେବେ ଏହା କିପରି ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା ….
ଆବଶ୍ୟକ ସାମଗ୍ରୀ- କଙ୍କଡ଼ା, ତେଲ, ଗୋଲମରିଚ, ଜିରା, ପାନମଧୁରୀ, ପିଆଜ, ଲୁଣ, କଞ୍ଚା ଲଙ୍କା, ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପାଉଡ଼ର୍‌, ଟମାଟୋ, ନଡ଼ିଆ କୋରା,, ଗୁଜୁରାତି, ଲବଙ୍ଗ, ସୋରିଷ ଏବଂ ଭୃଷଙ୍ଗ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ସେଥିରେ ତେଲ, ଗୋଲମରିଚ, ଜିରା, ପାନମଧୁରୀ ପକାଇ ଅଳ୍ପ ଭାଜନ୍ତୁ। ଏହା ପରେ ସେଥିରେ କଟା ପିଆଜ, ଅଳ୍ପ ଲୁଣ, କଞ୍ଚା ଲଙ୍କା, ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପାଉଡ଼ର୍‌, ଟମାଟୋ ପକାଇ ଭାଜନ୍ତୁ । ପିଆଜକୁ ପୁରା ଲାଲ୍‌ କରି ଭାଜିବେ ନାହିଁ | ଅଳ୍ପ ସମୟ ପରେ ସେଥିରେ ଲୁଣ ଏବଂ କଙ୍କଡ଼ା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାପରେ କଙ୍କଡ଼ା ଗୁଡ଼ିକୁ ସିଝିବା ପାଇଁ ଡାଙ୍କୁଣି ଦେଇ ଛାଡ଼ି ଦିଅନ୍ତୁ । କିଛି ସମୟ ପରେ କଙ୍କଡ଼ା ସିଝି ଗଲେ ସେଥିରେ ଭୃଷଙ୍ଗ ପତ୍ର ପକାଇ ଆଉ କିଛି ସମୟ ଗ୍ୟାସ୍‌ରେ ବସାନ୍ତୁ । ୫ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ସାଉଥ୍‌ ଇଣ୍ଡିଆନ୍‌ ଷ୍ଟାଇଲ୍‌ କଙ୍କଡ଼ା ତରକାରୀ । ଏବେ ଏହାକୁ ଆପଣ ରୁମାଲି ରୁଟି, ସାଧା ରୁଟି କିମ୍ବା ଭାତ ସହ ମଧ୍ୟ ଖାଇ ପାରିବେ ।

https://www.onakhabar.com/2019/04/chilly-jackfruit-curry-recipe/