OnaKhabar

ବାରାଣସୀରୁ ନିର୍ବାଚନ ଲଢ଼ିବାକୁ ପ୍ରିୟଙ୍କା ରାଜି ନୁହଁନ୍ତି

0 13

ନୂଆଦିଲ୍ଲୀ : ବାରାଣସୀରୁ ନିର୍ବାଚନ ନ ଲଢ଼ିବା ଲାଗି ପ୍ରିୟଙ୍କା ଗାନ୍ଧୀ ନିଜେ ନିଷ୍ପତ୍ତି ନେଇଛନ୍ତି । ଏହା କହିଛନ୍ତି କଂଗ୍ରେସ ନେତା ସାମ୍ ପିତ୍ରୋଡ଼ା । କଂଗ୍ରେସ ମୁଖ୍ୟ ପିତ୍ରୋଡ଼ା ଶୁକ୍ରବାର ଏ ସମ୍ପର୍କରେ କହିଛନ୍ତି, ପ୍ରିୟଙ୍କାଜୀଙ୍କର ଅନ୍ୟାନ୍ୟ ଦାୟିତ୍ୱ ଥିବାରୁ ସେ ବାରାଣସୀରୁ ନିର୍ବାଚନ ନ ଲଢ଼ିବାକୁ ସ୍ଥିର କରିଛନ୍ତି । ଗୋଟିଏ ଆସନରେ ସୀମିତ ନ ରହି ତାଙ୍କ ଉପରେ ରହିଥିବା ଦଳୀୟ ଦାୟିତ୍ୱଗୁଡ଼ିକୁ ସୁଚାରୁ ରୂପେ ସମ୍ପାଦନ କରିବା ଲାଗି ପ୍ରିୟଙ୍କା ଏଭଳି ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ ନିକଟରେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରିୟଙ୍କା ଗାନ୍ଧୀ ବାରାଣସୀ ଲୋକସଭା ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରାର୍ଥୀ ହେବେ ବୋଲି କିଛି ଦିନ ହେଲା କଳ୍ପନାଜଳ୍ପନା ଚାଲିଥିଲା । କଂଗ୍ରେସ କର୍ମୀମାନେ ମଧ୍ୟ ପ୍ରିୟଙ୍କା ପ୍ରାର୍ଥୀ ହୁଅନ୍ତୁ ବୋଲି ଦାବି କରୁଥିଲେ । ଉତ୍ତରପ୍ରଦେଶର ପୂର୍ବାଂଚଳ ଦଳୀୟ ଦାୟିତ୍ୱରେ ଥିବା ପ୍ରିୟଙ୍କା ବାରାଣସୀ କିମ୍ବା ଆହ୍ଲାବାଦ ଆସନରୁ ପ୍ରାର୍ଥୀ ହୁଅନ୍ତୁ ବୋଲି କର୍ମୀ ମହଲରେ ଦାବି ହେଉଥିଲା । ଗତ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ନିର୍ବାଚନମଣ୍ଡଳୀ ବାରାଣସୀରେ ମେଗା ରୋଡ୍ ଶୋ’ କରିଥିଲେ ।

https://www.onakhabar.com/2019/04/today-pm-modi-filed-his-nomination-at-baranasi/

Leave A Reply

Your email address will not be published.