OnaKhabar

ନାମାଙ୍କନ କଲେ ପ୍ରଧାନମନ୍ତ୍ରୀ

42

ବାରଣାସୀ : ଆଜି ନାମାଙ୍କନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାରଣାସୀ ଲୋକସଭା ଆସନ ପାଇଁ ନାମାଙ୍କନ କରିଛନ୍ତି | ବାରଣାସୀରେ ମେ ୧୯ ତାରିଖରେ ସପ୍ତମ ପର୍ଯ୍ୟାୟରେ ମତଦାନ ହେବ। ନାମାଙ୍କନ ପୂର୍ବରୁ ମୋଦି ଜିଲ୍ଲାପାଳଙ୍କ ଅଫିସରେ ଏକାଠି ହୋଇଥିବା ଏନଡିଏ ନେତାଙ୍କୁ ଦେଖା କରିଥିଲେ। ଶିରୋମଣି ଅକଳୀ ଦଳର ନେତା ପ୍ରକାଶ ସିଂହ ବାଦଲଙ୍କ ଗୋଡ଼ ଛୁଇଁ ପ୍ରଣାମ କରିଥିଲେ ପ୍ରଧାନମନ୍ତ୍ରୀ। ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ, ଶିରୋମଣୀ ଅକାଳି ଦଳର ସଭାପତି ପ୍ରକାଶ ସିଂହ ବାଦଲ, ଲୋକ ଜନଶକ୍ତି ପାର୍ଟିର ସଭାପତି ରାମବିଳାସ ପାଶଓ୍ୱାନ, ଜେଡିୟୁ ସଭାପତି ନୀତୀଶ କୁମାର, ଏଆଇଡିଏମକିର ସଂଯୋଜକ ପନ୍ନିର ସେଲଭମ, ଉତ୍ତର ପୂର୍ବ ରାଜ୍ୟର ସହଯୋଗୀ ଦଳର ନେତା ପ୍ରମୁଖ ସାମିଲ ଥିଲେ।https://www.facebook.com/BJP4Odisha/videos/1197277200440372/?t=6

ବିଜେପିରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଏହି ସମୟରେ ସାମିଲ ଥିଲେ।
ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଦେଶରେ ପ୍ରଥମ ଥର ପାଇଁ ନିର୍ବାଚନ ବେଳେ ଶାସକ ଦଳଙ୍କ ସପକ୍ଷରେ ହାଓ୍ୱା ବହୁଛି। ମୁଁ କାଶୀକୁ ପରିବର୍ତ୍ତନ କରି ନାହିଁ, ବରଂ କାଶୀ ମୋତେ ପରିବର୍ତ୍ତନ କରିଛି ବୋଲି ନରେନ୍ଦ୍ର ମୋଦି କହିଛନ୍ତି, ଏଥିସହ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିବାକୁ ଯାଇ କହିଛନ୍ତି ସମସ୍ତେ ଜଣେ ଜଣେ ନରେନ୍ଦ୍ର ମୋଦି ଓ ଚୌକିଦାର ବୋଲି ମୋଦି କର୍ମୀମାନଙ୍କୁ କହିଥିଲେ |