OnaKhabar

ଅପହୃତ ଠିକାଦାର ଓ ସହଯୋଗୀଙ୍କୁ ପୁଲିସ କଲା ଉଦ୍ଧାର, ଅପହରଣକାରୀଙ୍କ ମିଳୁନି ପତ୍ତା

0 6

ଆସିକା: ରାଜ୍ୟରେ ପଣି ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି | ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଆଲିପୁରରେ ଠିକାଦାର ଏବଂ ତାଙ୍କ ସହଯୋଗୀଙ୍କୁ ଅପହରଣ ଅଭିଯୋଗ ହୋଇଛି । ଉଭୟ ହେଲେ ପ୍ରସନ୍ନ ଗୌଡ ଏବଂ କାଳୁ ଜେନା ।
ଅଭିଯୋଗ ଅନୁସାରେ ଗୁରୁବାର ରାତିରେ ଉଭୟେ କାମ ସାରି ଘରକୁ ଫେରୁଥିଲେ । ଏହି ସମୟରେ ୪ଜଣ ଯୁବକ ଆଲିପୁର ଗ୍ରାମ ରାସ୍ତାରେ ହଠାତ ଆକ୍ରମଣ କରିଥିଲେ । ଏହାପରେ ବନ୍ଧୁକ ଦେଖାଇ ଅପହରଣ କରିଥିବା ଅଭିଯୋଗ ହୋଇଛି ।
ଏନେଇ ପରିବାର ଲୋକଙ୍କ ତରଫରୁ ଥାନାରେ ଏକ ମାମଲା ରୁଜୁ ହେବା ପରେ ପୁଲିସ ମଧ୍ୟରାତ୍ରରେ ଚଢାଉ କରି ଉଭୟଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ତେବେ କିଏ ଏବଂ କାହିଁକି ଅପହରଣ କରିଥିଲା ସେନେଇ ବର୍ତ୍ତମାନ ସୁଦ୍ଧା ଜଣାପଡିନି । ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।

https://www.onakhabar.com/2019/04/man-killed-in-nayagarh/

 

Leave A Reply

Your email address will not be published.