OnaKhabar

କ୍ୟାନସର ରୋଗୀଙ୍କ ପାଇଁ ଛତୁ ଉପକାରୀ ଖାଦ୍ୟ, ଆସନ୍ତୁ ଜାଣିବା ଏବିଷୟରେ…

0 0

ଛତୁ ଏକ ସୁସ୍ୱାଦୁ ଖାଦ୍ୟ । ଢ଼ାବା ହୋଟେଲରୁ ଆରମ୍ଭ କରି କି ସମସ୍ତଙ୍କ ଘରେ ମଧ୍ୟ ଛତୁକୁ ନେଇ ନାନା ପ୍ରକାର ସୁସ୍ୱାଦ ବେଞ୍ଜନ ପ୍ରସ୍ତୁତ କରାଯାଇଥାଏ । ବିଶେଷଜ୍ଞଙ୍କ ମତରେ ସପ୍ତାହକ ଅନ୍ତତଃ ଥରେ ଛତୁ ଖାଇବା ନିହାତି ଆବଶ୍ୟକ । ଏହା ସୁସ୍ଥ ପାଇଁ ବହୁତ ଉପକାରୀ । ଛତୁରେ ମହୁଜୁତ ଥିବା ଆଟିଂ-ଅକି୍ସଡାଟଂ ବିଭିନ୍ନ ରୋଗରୁ ମଣିଷକୁ ରକ୍ଷା କରିଥାଏ ।
ଆସନ୍ତୁ ଜାଣିବା ସେ ସବୁ ବିଷୟରେ
୧.ନିୟମିତ ଭାବେ ଏହାକୁ ନିଜ ଖାଦ୍ୟ ତାଲିକାରେ ସାମିଲ କଲେ ହୃଦରୋଗ ତଥା ଯକୃତ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମ ହେବ ବୋଲି ପ୍ରକାଶ ।
୨.ଛତୁ ଖାଇଲେ ରକ୍ତଚାପ ନିୟନ୍ତ୍ରିତ ରହିବା ସହ ମଧୁମେହ ରୋଗୀଙ୍କ ପାଇଁ ଏକ ଉତମ ଖାଦ୍ୟ ।
୩.କର୍କଟ ରୋଗୀ ପ୍ରତିଦିନ ଛତୁ ଖାଇଲେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ସହ ସାଧାରଣ ଲୋକେ ଏହା ଖାଇବା ଦ୍ୱାରା ସେମାନଙ୍କ ଶରୀରରେ କର୍କଟ ବିରୋଧୀ ଶକ୍ତି ବଢ଼ିଥାଏ ।
୪. ଛତୁରେ ଥିବା ଲିନ ପ୍ରୋଟିନ ଓଜନ କମ କରିବାରେ ସହାୟକ ହୋଇଥାଏ ।
୫.ଏହା ସହ ଏଥିରେ ଥିବା ଭିଟାମିନ ମଧ୍ୟ ଶରୀରକୁ ଶକ୍ତି ପ୍ରଦାନ କରେ । ନିୟମିତ ଭାବେ ଛତୁ ଖାଇଲେ ଶରୀରକୁ ଥକ୍କା ଲାଗେନାହିଁ ।
୬.ଛତୁ ଖାଇଲେ କୋଲେଷ୍ଟୋରଲ ନିୟନ୍ତ୍ରିତ ହେବା ସହ ଶରୀରର ହାଡ଼ ଶକ୍ତ ରଖିଥାଏ ।
୭.ଛତୁ ଆମ ତ୍ୱାଚା ଓ କେଶ ପାଇଁ ଉପକାରୀ । ଏହା ଶରୀରର ହିମଗ୍ଲୋବିନର ମାତ୍ରା ଠିକ ରଖିଥାଏ ।
୮.ଏକ ଗବେଷଣାରୁ ଜଣାପଡ଼ିଛି ଯେ, ସଲୋକାଇବିନ ମସରୁମ ବା ଆମ ବାଡ଼ିରେ ଫୁଟୁଥିବା ଦ୍ୱାରା ଡିପ୍ରେସନ ବା ମାନସିକ ଚାପର ସଫଳ ଚିକିତ୍ସା କରାଯାଇ ପାରିବ । ଏ ପ୍ରକାର ଛତୁ ମାନସିକ ଚାପରେ ଥିବା ବ୍ୟକ୍ତିଙ୍କ ମସ୍ତିଷ୍କର ପ୍ରମୁଖ ତନ୍ତୁକୁ ସକ୍ରିୟ କରିବାରେ ସାହାଯ୍ୟ କରିଥାଏ ।

Leave A Reply

Your email address will not be published.