OnaKhabar

ବବଲ ଟି ପିଅନ୍ତୁ ସୁସ୍ଥ ରୁହନ୍ତୁ

0 67

ଭୁବନେଶ୍ୱର:ଆପଣମାନେ ଏବେ ଯାଏଁ ବ୍ଲାକ ଟି, ଗ୍ରୀନ ଟି, ମିଲ୍କ ଟି, ଲେମନ ଟି , ୟଲୋ ଟି ଓ ଜିଞ୍ଜର ଟି ନାଁ ଶୁଣିଥିବେ । କିନ୍ତୁ ଏବେ ମାର୍କେଟରେ ଏକ ନୂଆ ପ୍ରକାର ଚାହା ଆସିଛି । ଯାହାର କ୍ରେଜ ମାର୍କେଟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଚାହା ନାଁ ହେଉଛି ବବଲ ଟି । ଏହି ଚା ଏବେ ଚର୍ଚ୍ଚାରେ ରହିଛି କିନ୍ତୁ ଏହାର ଉତ୍ପତି ୧୯୮୦ ମସିହା ତାଇୱାନରେ ହୋଇଥିଲା । ଏବେ ଧିରେ ଧିରେ ଏହା ବିଶ୍ୱବାପି ଲୋକପ୍ରିୟ ହୋଇଛି ।
ଏବେ ଆପଣ ଭାବୁଥିବେ ଯେ, ଏହି ଚାହାର ନାଁ ବବଲ ଟି କାହିଁକି ହେଲା । ଏହାର ନାଁ ଏଥିରେ ଥିବା ଉପାଦାନ ପାଇଁ ଦିଆଯାଇଛି । ଏହାକୁ ପର୍ଲ ମିଲ୍କ ଟି ମଧ୍ୟ କୁହାଯାଉଛି । ବବଲର ଅର୍ଥ ହେଉଛି ଗୋଲ ଗୋଲ ଜେଲି ଭଳି ସାବୁଦାନା ଯେଉଁ ଗୁଡ଼ିକୁ ଚାହାରେ ମିଶାଯାଉଛି । ଏହା ସହିତ ଏଥିରେ ବରଫ ମଧ୍ୟ ମିଶାଯାଉଛି ।
ଏହୀ ବବଲ ଚାହାର ସ୍ୱାଦ ସାଧାରଣ ଚାହାଠୁ ପୁରା ଅଲଗା । ଏହାକୁ ପ୍ରସ୍ତୁତ କରିବା ପାଇଁ କେଉଁ ଫଳ ଏବଂ ସିରପର ବ୍ୟବହାର ମଧ୍ୟ କରାଯାଇଥାଏ ତାହା ଗୁରୁତ୍ୱପୁର୍ଣ୍ଣ । ଏକ କପ ବବଲ ଚାହା ଯେଉଁଥିରେ ପାଲୁଅ ବଲ ରହିଥାଏ ଏଥିରେ ୨୯୯ରୁ ୪୦୦ ମଧ୍ୟରେ କ୍ୟାଲୋରୀ ରହିଥାଏ ।
ବବଲ ଟି ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭପ୍ରଦ । ଏଥିରେ ଆପଣଙ୍କୁ ଠିକ ଉପାଦାନ ଏବଂ କମ ଚିନି ପ୍ରୟୋଗ କରିବାକୁ ପଡ଼ିବ । ଅଧିକ ଚିନି ମିଶାଇଲେ କ୍ୟାଲୋରୀର ମାତ୍ରା ବଢ଼ିଯିବ ଏବଂ ଅଧିକ ମାତ୍ରାର ପାନୀୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ୧୯୯୦ ମସିହାରେ ଏହି ଚାହା ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା ।
ବବଲ ଟିର ସବୁଠୁ ଲୋକ ପ୍ରିୟ ଫ୍ଲେବର ଗ୍ରୀନ ଟି ଯେଉଁଥିରେ କ୍ୟାଟେଚିନ ଏବଂ ପଲିଫେନୋଲ ନାମକ ଆଟିଂ ଅକ୍ସିଡାଟଂ ରହିଥାଏ । ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ଏବଂ ଥକ୍କାପଣ ଏବଂ ମାନସିକ ଚିନ୍ତାକୁ ମଧ୍ୟ ଦୂର ରଖିଥାଏ । ଏହା ଶକ୍ତିବର୍ଦ୍ଧନ ହୋଇଥାଏ ।

https://www.onakhabar.com/2019/04/chilly-jackfruit-curry-recipe/

Leave A Reply

Your email address will not be published.