OnaKhabar

ଦୋକାନରୁ ଉଠାଇ ନେଇ ଯୁବତୀଙ୍କୁ ଗଣ ଦୁଷ୍କର୍ମ

0 12

ଯାଜପୁର: ରାଜ୍ୟରେ ପୁଣି ଲଜ୍ୟା । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଚଂଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ତାଙ୍କ ବାପା ଗତକାଲି ସଂନ୍ଧ୍ୟାରେ ସୁକିନ୍ଦା ଥାନାରେ ଏତଲା ଦେଇଛନ୍ତି ।
ଘଟଣାରୁ ପ୍ରକାଶ, ଗତକାଲି ଯୁବତୀ ଜଣଙ୍କ ତାଙ୍କ ବାପାଙ୍କ ଦୋକାନରେ ବସିଥିବା ବେଳେ ଅପରାହ୍ନ ୪ଟାରେ ଜନୈକ ବ୍ୟକ୍ତି ଆସି ଖାଇବା ପାଇଁ ସଫଲ ମାଗିଥିଲା । ଯୁବତୀ ଜଣଙ୍କ ତାଙ୍କୁ ସଫଲ ପ୍ୟାକେଟ ଦେବାବେଳେ ସେ ତାଙ୍କ ହାତ ଧରି ଘୋଷାଡ଼ି ଘୋଷାଡ଼ି ଗାଡ଼ି ଭିତରକୁ ନେଇଯାଇଥିଲା । ସେତେବେଳେ ଯୁବତୀଙ୍କ ଘରେ କେହି ନ ଥିଲେ । ଅଭିଯୁକ୍ତ ଜଣଙ୍କ ଯାଜପୁର ମାଇନିଂସ ଏରିଆ ଡୁବୁରି ରାସ୍ତାକୁ ନେଇ ବାଟରେ ଏକ ନିଛାଟିଆ ରାସ୍ତାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରେ ଯୁବକ ଜଣଙ୍କ ଯୁବତୀଙ୍କୁ ଚାକିରି କରାଇ ଦେବା ବାହାନା ଦେଖାଇ ଅନ୍ୟ ଏକ ସ୍ଥାନରେ ପୁଣି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏସବୁ କଥା କାହାକୁ କହିଲେ ବା ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପରେ ଯୁବକ ଜଣକ ତାଙ୍କୁ ଆଣି ତାଙ୍କ ଘର ପାଖରେ ଛାଡ଼ି ଦେଇଥିଲେ । ଘର ଲୋକେ ଝିଅ ଠାରୁ ଏସବୁ କଥା ଶୁଣିବା ପରେ ବାପା ସୁକିନ୍ଦା ଥାନାରେ ଏତଲା ଦେଇଥିଲେ । ସୁକିନ୍ଦା ଥାନା ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.