OnaKhabar

କ୍ଷୀର ପିଉଥିଲେ ହୋଇଯାଆନ୍ତୁ ସାବଧାନ, ହୋଇପାରେ କ୍ୟାନ୍ସର…

0 96

ଭୁବନେଶ୍ୱର: ସାଧାରଣତଃ ଆମ ଦେଶରେ ପ୍ରସ୍ତୁତ ସାମଗ୍ରୀର ତିନି ଚତୁର୍ଥାଂଶ ଭାଗରେ ଅପମିଶ୍ରଣ ହୋଇଥାଏ ବୋଲି ଜାଣିଛୁ । ଅପମିଶ୍ରଣ ପାଇଁ ସାଧାରଣତଃ ସବୁଠୁ ଅଧିକ ଡିଟରଜେଣ୍ଟ, କାଷ୍ଟିକ ସୋଡା, ଗ୍ଲୁକୋଜ, ଧଳା ରଙ୍ଗ ଏବଂ ରିଫାଇନ ତେଲର ବ୍ୟବହାର କରାଯାଇଥାଏ । ଯଦି ଏହି ଅପ ମିଶ୍ରଣ ତୁରନ୍ତ ରୋକା ନଯାଏ ତେବେ ଆସନ୍ତା ଭବିଷ୍ୟତରେ ପାଖାପାଖି ୮୭ ପ୍ରତିଶତ ଲୋକେ କ୍ୟାନସର ଭଳି ମାରାତ୍ମକ ରୋଗର ଶୀକାର ହେବେ ।
ଆମ ଦେଶରେ ଯେତିକ ମାତ୍ରାରେ କ୍ଷୀର ଉତ୍ପାଦନ କରାଯାଏ, ତା’ଠାରୁ ଚାରିଗୁଣ ଅଧିକ କ୍ଷୀର ଆବଶ୍ୟକ ହୋଇଥାଏ । ଦେଶରେ ପ୍ରତିଦନ ପାଖାପାଖି ୬୪ କୋଟି ଲିଟରରୁ ଅଧିକ କ୍ଷୀର ବ୍ୟବହୃତ ହେଉଛି । କିନ୍ତୁ ଉତ୍ପାଦାନ ୧୫କୋଟି ଲିଟର ହୋଇଥାଏ । ଏବେ ପ୍ରଶ୍ନ ଉଠୁଛି ଯେ ବାକି କ୍ଷୀର ଆସୁଛି କେଉଁଠୁ । ଏହାର ଅର୍ଥ ବ୍ୟବହାର ଓ ଉତ୍ପାଦନର ବ୍ୟବଧାନକୁ ପୂରଣ କରିବା ପାଇଁ କ୍ଷୀରରେ ଅପମିଶ୍ରଣ କରାଯାଇଥାଏ ।
କିନ୍ତୁ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଏଥିରେ ଡିଟରଜେଣ୍ଟ ଏବଂ ଧଳାରଙ୍ଗ ଭଳି ବିଷାକ୍ତ ଜିନିଷର ଅପମିଶ୍ରଣ କରାଯାଉଛି । ଏହି ଅପମିଶ୍ରଣ କ୍ଷୀରର ରଙ୍ଗକୁ ଗାଢ଼ କରିବା ପାଇଁ ଏବଂ ଦୀର୍ଘ ସମୟ ଯାଏଁ ସୁରକ୍ଷିତ ରଖିବା ପାଇଁ କରାଯାଇଥାଏ । ଏପରି ମିଶ୍ରଣ ପାଇଁ ମଧ୍ୟ ଡିଟରଜେଣ୍ଟ, ୟୁରିଆ ଏବଂ ଫର୍ମାଲିନ ଭଳି ବିଷାକ୍ତ ଜିନିଷ ବ୍ୟବହାର କରାଯାଇଥାଏ । ତେଣୁ କ୍ଷୀରକୁ ବ୍ୟବହାର କରିବା ବେଳେ କ୍ଷୀରକୁ ଯାଞ୍ଚ କରିବା ଏକାନ୍ତ ଜରୁରୀ ।

https://www.onakhabar.com/2019/04/rice-water-benifits/

Leave A Reply

Your email address will not be published.