OnaKhabar

ଗାଧୁଆ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

65

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଲ ଗାଁ ନିକଟ ପୋଲ ପାଖରେ ଥିବା ଗାଧୁଆ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ ସିକରପାଲ ଗାଁର ଝଡ଼ିଆ ସାହିର କିରଣ ୱାଡ଼କା । ସୂଚନାରୁ ପ୍ରକାଶ, ବୁଧବାର ରାତି ପ୍ରାୟ ୯ଟା ବେଳେ କିରଣ ଖାଇସାରି ତାଙ୍କର ଜଣେ ସାଙ୍ଗଙ୍କ ସହିତ ଗାଧୋଇବାକୁ ଯାଇଥିଲେ । ହେଲେ ରାତିରେ ସେ ଆଉ ଘରକୁ ଫେରି ନଥିଲା । ଆଜି ସକାଳେ ପରିବାର ଲୋକେ ଖୋଜା ଖୋଜି କରିଥିଲେ କିନ୍ତୁ ପୁଅକୁ ଆଉ ପାଇ ନଥିଲେ । ଏହି ସମୟରେ ନଦୀକୁ ଗାଧୋଇବାକୁ ଆସିଥିବା ଗ୍ରାମବାସୀମାନେ କିରଣର ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ ଆରମ୍ଭ କରିୁଛି । ଏ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

https://www.onakhabar.com/2019/04/murder-due-to-borrowed-money/