OnaKhabar

ମୋଦିଙ୍କ ବିରୋଧରେ ଲଢିବେ ତେଜବାହାଦୁର, ଘରଘର ବୁଲି କରୁଛନ୍ତି ପ୍ରଚାର..

0 13

ବାରଣାସୀ : ବିଏସ୍‌ଏଫ୍‌ କ୍ୟାମ୍ପରେ ଖରାପ ଖାଇବା ଦିଆଯାଉଥିବାର ଅଭିଯୋଗ କରି ଚାକିରିରୁ ବହିଷ୍କୃତ ହୋଇଥିବା ଜବାନ ତେଜ ବାହାଦୂର ଯାଦବ ଏବେ ରାଜନୀତିରେ ପାଦ ଥାପିଥିବାର ସୂଚନା ମିଳିଛି | ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବା ଜଣାପଡିଛି | ତେଜବାହାଦୁର ବୁଧବାର ବାରଣାସୀ ଲୋକସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି । ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ମଇଦାନକୁ ଓହ୍ଲାଇଥିବାର ସୂଚନା ମିଳିଛି | ତେଜବାହାଦୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶାଳିନୀ ଯାଦବ ଓ ତେଜବାହାଦୁର ମିଶାଇ ମୋଟ ୯ ଜଣ ପ୍ରାର୍ଥୀଙ୍କ ନାଁ ବାରଣାସୀ ଆସନ ପାଇଁ ଘୋଷଣା ହୋଇଥିଲେ | ସେପଟେ ତେଜବାହାଦୁର ଘର ଘର ବୁଲି ପ୍ରଚାର କରୁଛନ୍ତି । ତାଙ୍କ ସହିତ ଅଢ଼େଇ ହଜାର ଯବାନ ସାମିଲ ଅଛନ୍ତି ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଗତ ୨୦୧୭ରେ ଖରାପ ଖାଇବା ମିଳୁଥିବା ନେଇ ତେଜବାହାଦୁର ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରିଥିଲେ । ଏହା ପରେ ଅନୁଶାସନହୀନତା ଅଭିଯୋଗରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ତେବେ ସିଏ ଜଣେ ଯବାନ ହୋଇଥିଲା ବେଳେ ରାଜନୀତିରେ କେତେ ମାଇଲେଜ ପର୍ଯ୍ୟନ୍ତ ଯାଉଛନ୍ତି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି |

https://www.onakhabar.com/2019/04/shatrughan-joined-in-congress/

 

Leave A Reply

Your email address will not be published.