OnaKhabar

ଟେଲି ଦୁନିଆର ଆଗଧାଡିର ଅଭିନେତ୍ରୀଙ୍କ ନାକ ଆଗରେ ରାଗ, ଆସନ୍ତୁ ଜାଣିବା କିଏ ସେ…

50

ନୂଆଦିଲ୍ଲୀ: ରାଗ ବ୍ରହ୍ମଚଣ୍ଡାଳ, ସମସ୍ତେ ଜାଣି ସୁଦ୍ଧା କ’ଣ ପାଇଁ ଯେ ରାଗନ୍ତି ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଆପଣମାନଙ୍କ ମନରେ ରହିଥିବା ଟେଲିଭିଜନରେ ପ୍ରତିଦିନ ସୁନ୍ଦର ଅଭିନୟ କରି ସମସ୍ତଙ୍କ ମନ ଏବଂ ହୃଦୟ ଜିତୁଥିବା ସୁନ୍ଦରୀ ନାୟିକାମାନେ ବୋଧେ ରାଗୁ ନଥିବେ । କିନ୍ତୁ ବ୍ୟକ୍ତିଗତ ଜୀବନରେ ସେମାନେ ଯେ କେତେ ରାଗି ତାହା କଳ୍ପନା କରିପାରିବେ ନାହିଁ ।
୧.ହୀନା ଖାନ: ହୀନା ଖାନ ତାଙ୍କ ଅଭିନୟ ଜୀବନର ଶୁଭାରମ୍ଭ କରିଥିଲେ ଧାରାବହିକ ‘ୟେ ରିସ୍ତା କ୍ୟା କହଲାତା ହୈ’ରୁ । ଧାରାବାହିକଟିରେ ତାଙ୍କୁ ଜଣେ ସଂସ୍କାରୀ ବୋହୂ ଭାବେ ସମସ୍ତେ ଗ୍ରହଣ ମଧ୍ୟ କରନ୍ତି । କିନ୍ତୁ ରିୟଲ ଲାଇଫରେ ସେ କେମିତି ତାହା ଦେଖିବାକୁ ମିଳିଥିଲା ବିଗବସ ହାଉସରୁ । ଗୃହରେ ପ୍ରତିଦିନ ସେ ଯେମିତି ବି ହେଲେ କାହା ସହିତ ଝଗଡ଼ା ଝାଟି କରୁଥିବା ଦେଖିବାକୁ ମିଳୁଥିଲା । ସବୁକିଛିକୁ ବିଚାର କରିବା ପରେ ଜଣାପଡ଼ିଥିଲା ଯେ, ହୀନା ରାଗି କରି ଏପରି କରୁଥିଲେ । ହୀନାଙ୍କ ଏଭଳି ରୂପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ରିଲର ଶାନ୍ତ ସରଳ ଝିଅଠାରୁ ବ୍ୟକ୍ତିଗତ ଜୀବନରେ ସେ ଥିଲେ ସମ୍ପୁର୍ଣ୍ଣ ବୀପରିତ ।
୨. ଶିବାଙ୍ଗି ଯୋଶୀ: ଟେଲିଭିଜନ ସୁନ୍ଦରୀ ଶିବାଙ୍ଗି ଯୋଶୀଙ୍କ ଫ୍ୟାନ ଫଲୋଇଂ ବହୁତ ରହିଛି । ଆଜିକାଲି ତାଙ୍କୁ ଦେଖିବାକୁ ମିଳୁଛି ପପୁଲାର ଧାରାବାହିକ ‘ୟେ ରିସ୍ତା କ୍ୟା କହଲତା ହୈ’ରେ । ଶିବାଙ୍ଗି ଖୁବ ଚୁଲବୁଲି ସ୍ୱଭାବର ସତ କିନ୍ତୁ ଅତି ଛୋଟ ଛୋଟ କଥାରେ ରାଗି ଫାୟାର ହୋଇଯାଆନ୍ତି । ତାଙ୍କ ସହିତ ଯେଉଁମାନେ କାମ କରନ୍ତି ସେମାନେ ଏ ବିଷୟରେ ବହୁତ ଭଲ ଭାବେ ଜାଣନ୍ତି ।
୩. ଅଦା ଖାନ: ଜଣେ ମଡେଲ ଭାବେ ଅଦା ଖାନ ମାୟା ନଗରୀକୁ ପ୍ରବେଶ କରିଥିଲେ ଏବଂ ତାଙ୍କର ଟେଲିଭିଜନ ଡେବ୍ୟୁ ଥିଲା ‘ପାଲମପୁର ଏକ୍ସପ୍ରେସ’ । ଏହାପରେ ସେ ବହୁ ଟିଭି ସିରିୟଲରେ କାର୍ଯ୍ୟ କରିଛନ୍ତି ସତ କିନ୍ତୁ ନାଗିନରେ ତାଙ୍କର ଭୂମିକା ଦର୍ଶକ ଅଧିକ ପସନ୍ଦ କରିଥିଲେ । ଖୁବ କମ ଲୋକ ଜାଣନ୍ତି ଅତି ସରଳିଆ ଦେଖାଯାଉଥିବା ଅଦା ରିୟଲ ଲାଇଫରେ ଭାରି ରାଗି । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କର ଏହି ଗୁଣ ପାଇଁ ଇଣ୍ଡଷ୍ଟ୍ରିରେ ତାଙ୍କୁ କଳା ନାଗୁଣି ବୋଲି ଡ଼ାକିଥାଆନ୍ତି ।
୪. ଜେନିଫର ୱିନଗେଟ: ଟେଲିଭିଜନରେ ସବୁଠୁ ଚର୍ଚ୍ଚିତ ନାୟିକାଙ୍କ ମଧ୍ୟରୁ ଜେନିଫର ୱିନଗେଟ ଅନ୍ୟତମ । ସେ ବର୍ତମାନ ସୁଦ୍ଧା ବହୁ ବଡ଼ ବଡ଼ ଧାରାବାହିକରେ ଅଭିନୟ କରିସାରିଲେଣି । ହେଲେ ବ୍ୟକ୍ତିଗତ ଜୀବନରେ ସେ ଯେ କେମିତି ଏକଥା କେବେ ଚିନ୍ତା କରିଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରିୟଲ ଲାଇଫରେ ଜେନିଫର ଭାରି ରାଗି । ଏକଥା ତାଙ୍କ ସହ କାମ କରୁଥିବା କଳାକାରମାନେ ହିଁ ଭଲଭାବେ ଜାଣନ୍ତି ।
୫. ଦିବ୍ୟାଙ୍କା ତ୍ରିପାଠୀ: ଟେଲିଭିଜନର ପପୁଲାର ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ରାଗି ବୋଲି ତାଙ୍କ ଫ୍ୟାନମାନେ ନିଶ୍ଚିନ୍ତ ଭାବେ ରିଆକ୍ଟ ନିଶ୍ଚିତ କରିବେ । କିନ୍ତୁ ନିରାଟ ସତକଥା ହେଲା ଦିବ୍ୟାଙ୍କା ରିୟଲ ଲାଇଫରେ ଭୟଙ୍କର ରାଗି । ଟିକେ କଥା ଏପାଖ ସେପାଖ ହେଲେ ସେ ରାଗି ଫାୟାର ହୋଇଯାଆନ୍ତି । ‘ୟେ ହୈ ମୋହବତଁ’ର ଏହି ସୁନ୍ଦରୀ ନାୟିକା ଜଣଙ୍କ ବିବେକ ଦହିଆଙ୍କୁ ବିବାହ ପରେ ରାଗ ଟିକେ ଶାନ୍ତ କରିଛନ୍ତି । ତେବେ ତାଙ୍କର ଏହି ସ୍ୱାଭବରେ କିଛି ପରିବର୍ତ୍ତନ ଆସିଥିବା ତାଙ୍କ ସ୍ୱାମୀ ଏକ ସାକ୍ଷାତକାରରେ କହିଛନ୍ତି ।

https://www.onakhabar.com/2019/04/serial-actress-salary-revile/