OnaKhabar

ରାଜ୍ୟରେ ପୁଣି ବଢିଲା ଧଳା ପାଉଡରର ସଂଖ୍ୟା, ଗିରଫ ହେଲେ ଦୁଇ ଅଭିଯୁକ୍ତ

ଯାଜପୁର: ରାଜ୍ୟରେ ଦିନକୁ ଦିନ ଅପରାଦର ସଂଖ୍ୟା ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି | ତେବେ ଗଲା କିଛି ବର୍ଷ ମଧ୍ୟରେ ରାଜ୍ୟରେ ବ୍ରାଉନସୁଗାର ସଂଖ୍ୟା ଅଧିକରୁ ଅଧିକ ବୃଦ୍ଧି ପାଉଛି | ତେବେ ଆଜି ଦୁଇଟି ଜାଗାରୁ ଏହି ବ୍ରାଉନ ସୁଗର ଜବତ କରାଯାଇଥିବାର ସୂଚନା ମିଳିଛି । ଯାହାର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଗୋଟିଏ କଟକ ଫ୍ଲାଇଂ ସ୍କ୍ୱାଡ଼ରୁ ଜବତ ହୋଇଥିବା ବେଳେ ଦ୍ୱିତୀୟଟି ଯାଜପୁରରୁ ଜବତ ହୋଇଚି | ଆଜି ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳରୁ ୯୦ ଗ୍ରାମର ବ୍ରାଉନ ସୁଗର ଜବତ କରାଯାଇଛି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ ପାଣିକୋଇଲି ଅଞ୍ଚଳର ସୁଜିତ କୁମାର ଧଳ ଏବଂ ଆଶିଷ ପରିଡା ପାଣିକୋଇଲି ଛକ ଠାରେ ଏହି ବେପାର ଚଳାଇ ଥିଲେ । ଅବକାରୀ ବିଭାଗର କିଛି କର୍ମଚାରୀ ଗ୍ରାହକ ହୋଇ ବ୍ରାଉନ ସୁଗର କ୍ରୟ କରିବା ଆଳରେ ବେପାରର ପର୍ଦ୍ଦାଫାର୍ଶ କରିଥିଲେ । ସେମାନଙ୍କ ଠାରୁ ୯୦ ଗ୍ରାମର ବ୍ରାଉନ ସୁଗର ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୯ଲକ୍ଷ ଟଙ୍କା ହେବ । କିଛି ଦିନ ତଳେ ବ୍ୟାସନଗର ଅଞ୍ଚଳରୁ ବ୍ରାଉନ ସୁଗର ଜବତ ହୋଇଥିଲା ।
ସେହିପରି ଭୁବନେଶ୍ୱର ହଳଦୀପଡ଼ଇା ବସ୍ତିରୁ ବ୍ରାଉନସୁଗର ଜବତ କରାଯାଇଛି । ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ଼ ବସ୍ତିରେ ଚଢ଼ଉ କରି ୪୫ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ଜଣକୁ ଗିରଫ କରିଛି । ଜବତ ବ୍ରାଉନ ସୁଗରର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତେବେ ଏତେମାତ୍ରାରେ ବ୍ରାଉନସୁଗାର କେଉଁଠୁ ଏବଂ ଆଣିକରି ଦେଉଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି |

https://www.onakhabar.com/2019/04/excise-team-sezie-huge-amount-of-liquor/