OnaKhabar

ନିରଞ୍ଜନଙ୍କ ପୁଅ ନବଜ୍ୟୋତି ଦେଶର ସବୁଠୁ ବଡ ଋଣୀ ପ୍ରାର୍ଥୀ(୧୦୮କୋଟି), ବୈଜୟନ୍ତ ସବୁଠୁ ବଡ ରୋଜଗାରୀ ପ୍ରାର୍ଥୀ: ଦିନକୁ ରୋଜଗାର ୨୬ ଲକ୍ଷ

0 15

ଭୁବନେଶ୍ୱର: ନିର୍ବାଚନ ମଇଦାନରେ ଭାଗ୍ୟ ପରୀକ୍ଷା କରିବାକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ଭିତରେ ଯେଉଁ ତିନିଜଣଙ୍କୁ ସର୍ବୋଚ୍ଚ ରୋଜଗାରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ସେମାନଙ୍କ ଭିତରେ ତୃତୀୟ ସ୍ଥାନରେ ରହିଛନ୍ତି କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ତାଙ୍କର ବାର୍ଷିକ ଆୟ ହେଲା ୯ କୋଟି ଟଙ୍କା ଏବଂ ସମୁଦାୟ ସମ୍ପତ୍ତି ପରିମାଣ ହେଉଛି ୫୭ କୋଟି | ନିର୍ବାଚନ କମିଶନଙ୍କ ପାଖରେ ନାମାଙ୍କନ ଦାଖଲ ବେଳେ ଯେଉଁ ସତ୍ୟପାଠ ଦାଖଲ ହୋଇଛି ତାହାକୁ ବିଶ୍ଳେଷଣ କରି ନ୍ୟାସନାଲ୍‌ ଇଲେକ୍ସନ ୱାଚ୍‌ ଏବଂ ଆସୋସିଏସନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମ ଏହି ତଥ୍ୟ ପ୍ରକାଶ କରିଛନ୍ତି ।
ସେହିପରି ବାଲେଶ୍ଵରର କଂଗ୍ରେସ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ହେଉଛନ୍ତି ୪ର୍ଥ ପର୍ଯ୍ୟାୟ ନିର୍ବାଚନର ସବୁଠାରୁ ଅଧିକ ଋଣୀ ପ୍ରାର୍ଥୀ । ତାଙ୍କ ନାଁରେ ୧୦୮ କୋଟି ଋଣ ରହିଛି ।

ଏପ୍ରିଲ୍‌ ୨୯ ତାରିଖରେ ହେବାକୁ ଥିବା ନିର୍ବାଚନରେ ୯୪୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ସେମାନଙ୍କ ଭିତରୁ ୯୨୮ ଜଣ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରାଯାଇଛି । ବିଭିନ୍ନ କାରଣରୁ ଅନ୍ୟମାନଙ୍କ ସତ୍ୟପାଠ ସମ୍ପୂଣ୍ଣ ବିଶ୍ଳେଷଣ ହୋଇପାରି ନାହିଁ । ଏହି ପ୍ରାର୍ଥୀଙ୍କ ଭିତରୁ ୨୩% ଅର୍ଥାତ୍‌ ୨୧୦ ଜଣଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି । ୧୫୮ ଜଣ ସଙ୍ଗୀନ ଅପରାଧରେ ଜଡ଼ିତ ଥିବା ଅଭିଯୋଗ ରହିଛି । ୩୩ ପ୍ରତିଶତ ଅର୍ଥାତ୍‌ ୩୦୬ ଜଣ ପ୍ରାର୍ଥୀ କୋଟିପତି ହୋଇଥିବାବେଳେ ଜଣେ ପ୍ରାର୍ଥୀଙ୍କ ମୁଣ୍ଡପିଛା ସମ୍ପତ୍ତି ହେଉଛି ହାରାହାରା ୪କୋଟି ୫୩ ଲକ୍ଷ ।

ମଧ୍ୟପ୍ରଦେଶର ଛିଣ୍ଡୱାଡ଼ା ସାଂସଦ ପ୍ରାର୍ଥୀ ନକୁଳ ନାଥ ହେଉଛନ୍ତି ସର୍ବାଧିକ ଧନୀ । ତାଙ୍କ ପାଖଷର ୬୬୦ କୋଟି ଟଙ୍କାର ସମ୍ପତ୍ତି ରହିଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି । କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟପନ୍ତ ପଣ୍ଡାଙ୍କ ଦୈନିକ ଆୟ ହେଉଛି ୨୬ ଲକ୍ଷ ୧୫ ହଜାର ୪୭୪ ଟଙ୍କା । ୨୦୧୭-୧୮ ଆର୍ଥିକବର୍ଷର ରିପୋର୍ଟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି । ଓଡ଼ିଶାରେ ଏହି ପୁରୁଖା ରାଜନେତାଙ୍କ ସମ୍ପତି ତାଲିକା ଅତ୍ୟନ୍ତ ସନ୍ତୁଳିତ । ଆର୍ଥିକ ବଜାରରେ ନିବେଶ କରିବାରେ ସେ ରୁଚି ରଖନ୍ତି । ଇକ୍ୱିଟିରେ ତାଙ୍କର ନିବେଶ ପରିମାଣ ୨୭.୧୨କୋଟି ଟଙ୍କା ରହିଛି । ଏହା ତାଙ୍କର ମୋଟ ସମ୍ପତିର ୫୬.୮% । ରିୟଲ ଇଷ୍ଟେଟରେ ତାଙ୍କର ନିବେଶ ପରିମାଣ ୨୬.୨% ଆର୍ଥାତ ୧୨.୪୭ କୋଟି ଟଙ୍କା ରହିଛି । ମାତ୍ର ୦.୬%(୨୮.୯୧ଲକ୍ଷ ଟଙ୍କା)ର ନଗଦ ଏବଂ ୦.୧%(୬.୪୬ ଲକ୍ଷ ଟଙ୍କା)ର ସୁନା ସେ ରଖିଛନ୍ତି ।

ସେହିପରି ଯେଉଁ ପ୍ରାର୍ଥୀମାନେ ସମ୍ପତ୍ତି ଶୂନ୍ୟ ବୋଲି ସତ୍ୟପାଠ କରିଛନ୍ତି ସେମାନେ ହେଲେ ମହାରାଷ୍ଟ୍ରର ପ୍ରୀନ୍ସକୁାମର, ବାବନ ସୋପାନ ଠୋକେ। ଏବଂ ରାଜସ୍ଥାନର ବାବନ ସୋପାନ ଠାକେ । ଏମାନଙ୍କ ପାଖରେ ସ୍ଥାବର ସମ୍ପତ୍ତି ବୋଲି କିଛି ନାହିଁ । ଆଉ ଯାହା ସମ୍ପତ୍ତି ରହିଛି ତାହା ୧୦୦୦ ଟଙ୍କାରୁ ବି କମ୍‌ ।
ଓଡ଼ିଶା ଏହି ତାଲିକାରେ ସ୍ଥାନ ପାଇଛି । ସେମାନଙ୍କ ଭିତରେ ଓଡ଼ିଶାର ବାଲେଶ୍ଵର ଓ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀଙ୍କ ନାଁ ସାମିଲ୍‌ ରହିଛି । ବାଲେଶ୍ଵର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ନାଁରେ ଥିବା ସମ୍ପତ୍ତି ମୂଲ୍ୟ ହେଉଛି ୧୦୪ କୋଟି ଟଙ୍କାରୁ ଅଧିକ । କିନ୍ତୁ ସେ ସମସ୍ତ ପ୍ରାର୍ଥୀଙ୍କଠୁ ଅଧିକ ଋଣୀ । ତାଙ୍କ ନାଁରେ ଥିବା ଋଣ ପରିମାଣ ହେଉଛି ୧୦୭ କୋଟି ୯୫ ଲକ୍ଷ ୮୨ ହଜାର ଟଙ୍କା ।

https://www.onakhabar.com/2019/04/political-leaders-investment/

Leave A Reply

Your email address will not be published.