OnaKhabar

ଆଜି କାଳବୈଶାଖୀ ସମ୍ଭାବନା, କାଲିଠୁ ମିଳିପାରେ ଆଶ୍ୱସ୍ତି

66

ଭୁବନେଶ୍ୱର : ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ପ୍ରଭାବ ଯୋଗୁ କାଳବୈଶାଖୀ ବଢ଼ୁଛି । ଦିନର ପ୍ରବଳ ଖରା ହେଉଥିବା ବେଳେ ସନ୍ଧ୍ୟା ହେଲେ ବର୍ଷା ସହ ପବନ ହେଉଛି । ଉପକୂଳ ଆଭ୍ୟନ୍ତରୀଣ ଓଡ଼ିଶାରେ ଗତ କିଛିଦିନ ଧରି ଏହିପରି ଲାଗି ରହୁଛି । ପାଣିପାଗ ବିଭାଗ ଆକଳନ କରିଛି ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ । ଆସନ୍ତା କାଲିଠାରୁ ଟିକିଏ ଆସ୍ୱାସ୍ତି ମିଳିପାରେ । ଆଜି ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିଯିବ । ଆଭ୍ୟନ୍ତରୀଣରୁ ନେଇ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଭୀଷଣ ଗରମ ଅନୁଭୂତ ହେବ । କିନ୍ତୁ ଅପରାହ୍ନରେ ବଦଳିଯିବାର ସମ୍ଭାବନା ଅଛି । ଘଡ଼ଘଟି ସହ ବର୍ଷା ମଧ୍ୟ ହୋଇପାରେ ।
ଝାରସୁଗୁଡ଼ା ତାପମାତ୍ରା ୪୧.୮, ସୋନପୁର ୪୧.୪, ସମ୍ବଲପୁର ୪୧.୧, ଭବାନୀପାଟଣା ୪୧, ହୀରାକୁଦ ୪୦.୯, ମାଲାକାନଗିରି ୪୦.୬ ଡିଗ୍ରୀ ଛୁଇଁଛି । ଭୁବନେଶ୍ୱର ତାପମାତ୍ରା କ୍ରମାଗତ ଭାବେ ବଢ଼ି ଆଜି ଟିକିଏ କମିବାର ସମ୍ଭାବନା ଅଛି ।
ପାଣିପାଗ ବିଭାଗରୁ ସୂତ୍ରରୁ ପ୍ରକାଶ ଯେ, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ରାୟଗଡ଼ା, ବଲାଙ୍ଗିର, ଅନୁଗୁଳ, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । କେତେକ ଜାଗାରେ ଜୋର୍ରେ ପବନ ବହିପାରେ । ଆସନ୍ତାକାଲିଠାରୁ କାଳବୈଶାଖୀର ପ୍ରଭାବ କମିଯିବା ସମ୍ଭାବନା ଅଛି ।

https://www.onakhabar.com/2019/04/yet-another-explosion-in-a-sri-lanka-church/