OnaKhabar

ଆସନ୍ତୁ ଜାଣିବା ରାଜନେତାଙ୍କ ନିବେଶ ପ୍ରୀତି

0 9

ବର୍ତ୍ତମାନ ସାରା ଦେଶରେ ନିର୍ବାଚନ ଚାଲିଛି । ସବୁ ରାଜନେତା ତାଙ୍କର ସମ୍ପତ୍ତି ତାଲିକା ଦେଇଛନ୍ତି । କିନ୍ତୁ କିଛି ରାଜନେତାଙ୍କ ସମ୍ପତ୍ତିକୁ ନେଇ ସେମାନେ ଚର୍ଚ୍ଚାରେ ଅଛନ୍ତି । କିଏ ରିୟଲ ଇଷ୍ଟେଟ ତ କିଏ ଷ୍ଟକ ଆଉ କିଏ ସ୍ଥାୟୀ ଜମାରେ ନିବେଶ କରିଛନ୍ତି । ତେବେ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ୮ଜଣ ପ୍ରାର୍ଥୀଙ୍କ ନିବେଶ ପୋର୍ଟଫୋଲିଓକୁ ନେଇ ଆସନ୍ତୁ ଜାଣିବା…
ଶଶି ଥରୁର (କଂଗ୍ରେସ)
ନିର୍ବାଚନ କ୍ଷେତ୍ର: ଥିରୁଅନନ୍ଥପୁରମ(କେରଳ)
ନେଟ ସମ୍ପତି: ୩୫କୋଟି
ଶଶି ଥରୁରଙ୍କ ମୋଟ ସମ୍ପତି ମଧ୍ୟରୁ ୧୫.୮%(୫.୫୨ କୋଟି ଟଙ୍କା) ନଗଦ ଆକାରରେ ରହିଛି, ଯାହାକୁ ଆମେ ବିଚାରହୀନ ନିଷ୍ପତି କରିପାରିବା । ମୋଟ ସମ୍ପତି ମଧ୍ୟରୁ ୩୬.୮% (୧୨.୮୭ କୋଟି ଟଙ୍କା) ମ୍ୟୁଚୁଆଲ ଫଣ୍ଡରେ ରହିଛି । ଏଠାରେ ବର୍ଣ୍ଣନା କରାଯାଇଥିବା ଅନ୍ୟ ରାଜନେତାଙ୍କ ତୁଳନାରେ ଏହା ନିଶ୍ଚିନ୍ତ ଭାବେ ଅଧିକ । ରିୟଲ ଇଷ୍ଟଟରେ ତାଙ୍କର ନିବେଶ ପରିମାଣ ମାତ୍ର ୨.୮% (୧ କୋଟି ଟଙ୍କା)ରହିଛି । ଏହା ଅନ୍ୟମାନଙ୍କ ତୁଳନାରେ କମ ।
ନକୁଳ ନାଥ (କଂଗ୍ରେସ)
ନିର୍ବାଚନ କ୍ଷେତ୍ର : ଛିନ୍ଦାୱାରା(ମଧ୍ୟ ପ୍ରଦେଶ)
ନେଟ ସମ୍ପତି : ୬୫୬.୮କୋଟି
କଂଗେସ ନେତା କମଲ ନାଥଙ୍କ ପୁଅ ନକୁଳ ନାଥଙ୍କ ସମ୍ପତି ତାଲିକା ବଳିଷ୍ଠ ରହିଛି । ନେଟ ସମ୍ପତି୬୫୬.୮ମୋଟି ଟଙ୍କା । ବିଭିନ୍ନ କମ୍ପାନୀରେ ସେୟାର ରଖିଥିବା ଏକ ଟ୍ରଷ୍ଟର ସେ ଜଣେ ହିତାଧିକାରୀ । ରିୟଲ ଇଷ୍ଟେଟ ଆକାରରେ ତାଙ୍କର ୬.୩%(୪୧.୭୭କୋଟି ଟଙ୍କା) ସମ୍ପତି ରହିଛି । ନଗଦ ପରିମାଣ ମାତ୍ର ୧.୪%(୮.୪୮କୋଟି ଟଙ୍କା) । ୭୮.୪୫ ଲକ୍ଷ ଟଙ୍କର ସୁନା ସେ ରଖିଛନ୍ତି । ଇକ୍ୱିଟିରେ ୪.୩୯ କୋଟି ଟଙ୍କା ନିବେଶ କରିଛନ୍ତି ।
କାନିମାଝି କରୁଣାନିଧି (ଡିଏମକେ)
ନିର୍ବାଚନ କ୍ଷେତ୍ର: ଥୁଥୁକୁଡି (ତାଳିଲନାଡୁ)
ନେଟ ସମ୍ପତି: ୨୮.୧୫କୋଟି
ତାଳିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କରୁଣାନିଧିଙ୍କ ଝିଅ କାନିମାଝି ରିୟଲ ଇଷ୍ଟେଟରେ ମୋଟ ସମ୍ପତିର ୨୯.୬% (୮.୯୨ କୋଟି ଟଙ୍କା) ନିବେଶ କରିଛନ୍ତି । ଇକ୍ୱିଟରେ ନିବେଶ ପରିମାଣ ମାତ୍ର ୨.୧ କୋଟି ଟଙ୍କା ରହିଛି । ନଗଦ ଆକାରରେ ସେ ୧.୧୮ କୋଟି ଟଙ୍କା ରଖିଛନ୍ତି ।
ରାହୁଲ ଗାନ୍ଧୀ (କଂଗ୍ରେସ)
ନିର୍ବାଚନ କ୍ଷେତ୍ର: ଆମେଥି (ଉତରପ୍ରଦେଶ), ୱାୟନାଡା (କେରଳ)
ନେଟ ସମ୍ପତି:୧୫.୧୬କୋଟି
କଂଗ୍ରେସ ଅଧ୍ୟକ୍ଷ ରହୁଲ ଗାନ୍ଧୀ ନିବେଶ କ୍ଷେତ୍ରରେ ଇକ୍ୱିଟି ଏବଂ ରିୟଲ ଇଷ୍ଟେଟକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି । ତାଙ୍କର ମୋଟ ସମ୍ପତି ମଧ୍ୟରୁ ରିୟଲ ଇଷ୍ଟେଟର ଭାଗ ସର୍ବାଧିକ ୬୩.୪% ରହିଛି । ଏହା ପଛକୁ ୩୩% ସେ ଇକ୍ୱଇଟିରେ ନିବେଶ କରିଛନ୍ତି । ୫.୧୯କୋଟି ଟଙ୍କା ସେ ମ୍ୟୁଚାଲ ଫଣ୍ଡରେ ନିବେଶ କରିଛନ୍ତି । ତାଙ୍କର ମୋଟ ସମ୍ପତି ମଧ୍ୟରୁ ୦.୭%(୧୧.୩୩ ଲକ୍ଷ ଟଙ୍କା) ସେ ନଗଦ ଆକାରରେ ରଖିଛନ୍ତି । ୦.୧% (୨.୯୧ କୋଟି ଟଙ୍କା) ସୁନା ଗହଣାରେ ସେ ନିବେଶ କରିଥିବା ତାଙ୍କ ଘୋଷଣାପତ୍ରରୁ ଜଣାଯାଇଛି । ଏଠାରେ ବିବରଣୀ ପ୍ରଦାନ କରାଯିବାରୁ ଥିବା ଅନ୍ୟ ପ୍ରାର୍ଥୀମାନଙ୍କ ତୁଳନାରେ ରାହୁଲ ଗାନ୍ଧୀଙ୍କ ନେଟ ସମ୍ପତି ଯଥେଷ୍ଟ କମ । ତାଙ୍କର ଋଣ ପରିମାଣ ୭୨.୦୧ ଲକ୍ଷ ଟଙ୍କା । ଏଥି ମଧ୍ୟରୁ ୩୯.୮ଲକ୍ଷ ଟଙ୍କରା ଋଣ ସେ ପିପିଲଫ ଆକାଉଣ୍ଟ ଜରିଆରେ ନେଇଛନ୍ତି ।
ହେମା ମାଲିନୀ (ଭାଜାପା)
ନିର୍ବାଚନ କ୍ଷେତ୍ର: ମଥୁରା (ଉତର ପ୍ରଦେଶ)
ନେଟ ସମ୍ପତି:୧୦୮.୫୯ କୋଟି
ଡ୍ରିମ ଗାର୍ଲ ହେମାଙ୍କ ସମ୍ପତି ପୋର୍ଟଫୋଲିଓ ମଜବୁତ ରହିଛି । ତାଙ୍କର ନେଟ ସମ୍ପତି ପରିମାଣ ହେଉଛି ୧୦୮.୫୯ କୋଟି ଟଙ୍କା । ଏଥି ମଧ୍ୟରୁ ରିୟଲ ଇଷ୍ଟେଟ ଭାଗ ସର୍ବାଧିକ ୮୮.୪% (ପାଖାପାଖି ୧୦୧ କୋଟି ଟଙ୍କା)ରହିଛି । ମୋଟ ସମ୍ପତି ମଧ୍ୟରୁ ତାଙ୍କର ଇକ୍ୱିଟି ପୋର୍ଟଫୋଲିଓ ମାତ୍ର ୦.୨% (୨୬.୩୯ ଲକ୍ଷ ଟଙ୍କା)ରହିଛି । ୨.୯୧ କୋଟି ଟଙ୍କାର ସୁନା ହେମାଙ୍କ ପାଖରେ ଅଛି । ନଗଦ ଆକାରରେ ହେମା ହେମା ୭୮.୮୩ ଲକ୍ଷ ଟଙ୍କା ରଖିଛନ୍ତି । ଋଣ ପରିମାଣ ୫.୭୫ କୋଟି ଟଙ୍କା ରହିଛି ।
ମେହେବୁବା ମୁଫତି (ପିଡିପି)
ନିର୍ବାଚନ କ୍ଷେତ୍ର: ଅନନ୍ତନାଗ (ଜମ୍ମୁ କଶ୍ମୀର)
ନେଟ ସମ୍ପତ: ୮୮.୧୩ଲକ୍ଷ
ପିଡିଟି ସଭାପତି ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତିଙ୍କ ସମ୍ପତି ଏଠାରେ ଉଲ୍ଲେଖ କରାଯାଇଥିବା ସମସ୍ତ ରାଜନେତା ଠାରୁ କମ । ସମ୍ପତିରେ ୬୨.୪%(୫୫ଲକ୍ଷ ଟଙ୍କା) ସେ ରିୟଲ ଇଷ୍ଟଟରେ ନିବେଶ କରିଛନ୍ତି । ନଗଦ ଆକାରରେ ତାଙ୍କ ପାଖରେ ୩୩.୧୩ ଲକ୍ଷ ଟଙ୍କା ରହିଛି ।
ଜୟପ୍ରଦା (ଭାଜାପା)
ନିର୍ବାଚନ କ୍ଷେତ୍ର: ରାମପୁର(ଉତରପ୍ରଦେଶ)
ନେଟ ସମ୍ପତି:୨୬.୨୧କୋଟି
ଅଭିନେତ୍ରୀରୁ ରାଜନୈତିକ ପାଲିଟି ଥିବା ଜୟପ୍ରଦାଙ୍କ ରିୟଲ ଇଷ୍ଟେଟ ଏବଂ ନଗଦ ପ୍ରୀତି ରହିଛି । ରିୟଲ ଇଷ୍ଟେଟ ଆକାରରେ ତାଙ୍କର ୬୭% (୧୮.୬୫ କୋଟି ଟଙ୍କା) ସମ୍ପତି ରହିଛି । ତାଙ୍କ ପାଖରେ ନଗଦ ପରିମାଣ ୫୬.୨୪ଲକ୍ଷ ଟଙ୍କା ରହିଛି । ଇକ୍ୱିଟିରେ ତାଙ୍କର ନିବେଶ ପରିମାଣ ୩୦୧%(୮୪.୮୨ ଲକ୍ଷ ଟଙ୍କା)ରହିଛି । ଜୟପଦାଙ୍କ ଉପରେ ଋଣ ବୋଝ ୧.୭କୋଟି ଟଙ୍କା ରହିଛି ।
ବୈଜୟନ୍ତ ପଣ୍ଡା(ଭାଜାପା)
ନିର୍ବାଚନ କ୍ଷେତ୍ର: କେନ୍ଦ୍ରପଡ଼ା(ଓଡ଼ିଶା)
ନେଟ ସମ୍ପତି:୪୭.୭୦କୋଟି
ଓଡ଼ିଶାରେ ଏହି ପୁରୁଖା ରାଜନେତାଙ୍କ ସମ୍ପତି ତାଲିକା ଅତ୍ୟନ୍ତ ସନ୍ତୁଳିତ । ଆର୍ଥିକ ବଜାରରେ ନିବେଶ କରିବାରେ ସେ ରୁଚି ରଖନ୍ତି । ଇକ୍ୱିଟିରେ ତାଙ୍କର ନିବେଶ ପରିମାଣ ୨୭.୧୨କୋଟି ଟଙ୍କା ରହିଛି । ଏହା ତାଙ୍କର ମୋଟ ସମ୍ପତିର ୫୬.୮% । ରିୟଲ ଇଷ୍ଟେଟରେ ତାଙ୍କର ନିବେଶ ପରିମାଣ ୨୬.୨% ଆର୍ଥାତ ୧୨.୪୭ କୋଟି ଟଙ୍କା ରହିଛି । ମାତ୍ର ୦.୬%(୨୮.୯୧ଲକ୍ଷ ଟଙ୍କା)ର ନଗଦ ଏବଂ ୦.୧%(୬.୪୬ ଲକ୍ଷ ଟଙ୍କା)ର ସୁନା ସେ ରଖିଛନ୍ତି ।

Leave A Reply

Your email address will not be published.