OnaKhabar

ଟଙ୍କା ବାଣ୍ଟୁଥିବାବେଳେ ପିଇଓଙ୍କୁ ବାନ୍ଧିଲେ ଲୋକ

0 16

ନୟାଗଡ : ସରକାରୀ ଅଫିସର୍‌ମାନେ ଶାସକ ଦଳ ପାଇଁ ନିର୍ବାଚନ ପ୍ରଚାର କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା । ବିଜେଡ଼ି ଅଫିସରମାନଙ୍କୁ ନିଜର ପ୍ରଚାର କାର୍ଯ୍ୟରେ ଲଗାଉଥିବା ଦେଖିବାକୁ ମିଳିଛି ନୟାଗଡରେ । ସରକାରୀ ଅଫିସର ହୋଇ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବାବେଳେ ଲୋକଙ୍କ ହାବୁଡ଼ରେ ପଡ଼ିଛନ୍ତି ଜଣେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ (ପିଇଓ) ।
ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କାଣ୍ଡପଡ଼ା ପଞ୍ଚାୟତ ପିଇଓଙ୍କୁ ଲୋକମାନେ ବାନ୍ଧି ଅଟକ ରଖିଛନ୍ତି । ଆଜି ନୟାଗଡ଼ରେ ନିର୍ବାଚନ ହେଉଥିବାବେଳେ ସେ ଗତକାଲି ରାତିରେ ମତଦାତାଙ୍କୁ ଟଙ୍କା ଦେଇ ପ୍ରଲୋଭନ ଦେଖାଉଥିବା ଅଭିଯୋଗ ହୋଇଛି । ଏହା ସହିତ ତାଙ୍କ ନିକଟରୁ ପକେଟରୁ ବିଜୁ ଜନତା ଦଳର ପତାକା ମଧ୍ୟ ବାହାରିଥିବା ସୂଚନା ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଁଚି ସଂପୃକ୍ତ ପିଇଓଙ୍କୁ ଅଟକ ରଖିବା ସହ ପଚରାଉଚରା କରୁଛି ।

https://www.onakhabar.com/2019/04/man-kills-wife-3-children-for-money-problem/

Leave A Reply

Your email address will not be published.