OnaKhabar

ଆଇପିଏଲ2019 : ରାଜସ୍ଥାନକୁ ହରାଇ ଦିଲ୍ଲୀ ଶୀର୍ଷରେ

0 23

ଜୟପୁର: ରାଜସ୍ଥାନ ରୟାଲସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲସ ଗତକାଲି ଋଷଭ ପନ୍ତଙ୍କ ଅପରାଜିତ ୭୮ ରନ ବଳରେ ଆଇପିଏଲର ଦ୍ୱାଦଶ ସଂସ୍କରଣରେ ନିଜର ୭ମ ବିଜୟ ହାସଲ କରିଛି । ଏଥି ସହିଦ ଦିଲ୍ଲୀ ୧୪ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ପହଂଚିଛି । ପନ୍ତ ୩୬ଟି ବଲ ସମ୍ମୁଖୀନ ହୋଇ ୬ ଚୌକା ଓ ୪ ଛକା ମାରିଥିଲେ । ରୟାଲ୍ସ ଟିମ ସୱାଇ ମାନସିଂହ ଷ୍ଟାଡିୟମରେ ଦିଲ୍ଲୀକୁ ୧୯୨ ରନ ଲକ୍ଷ୍ୟ ଦେଇଥିଲା । ମାତ୍ର ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଦିଲ୍ଲୀ ୪ଟି ବଲ ବାକି ଥାଇ ବିଜୟ ଲକ୍ଷ୍ୟ ପୂରା କରିଥିଲା ।
ଦ୍ୱିତୀୟ ଇନିଂସରେ ୧୯୨ ରନ ଟାର୍ଗେଟ ନେଇ ଦିଲ୍ଲୀ ବ୍ୟାଟିଂ କରିଥିଲା । ଓପନର ଶିଖର ଧାୱନ ୫୪ ରନ କରିଥିଲେ । ସ୍କୋର ୭୨ ରନରେ ଶିଖର ଆଉଟ ହୋଇଥିଲେ । ପନ୍ତ ପଡ଼ିଆକୁ ପ୍ରବେଶ କରୁ କରୁ ନିଜର ଆଧିପତ୍ୟ ଜାରି ରଖିଥିଲେ । ପୃଥ୍ୱୀ ୩୯ଟି ବଲ ଖେଳି ୪୨ ରନ କରିବା ପରେ ଆଉଟ ହୋଇଯାଇଥିଲେ । ଏହି ସମୟରେ ଦିଲ୍ଲୀ ବିଜୟ ଠାରୁ ୩୨ ରନ ଦୂରରେ ଥିଲଶ । ଋଷଭ ପନ୍ତଙ୍କୁ ମ୍ୟନ ଅଫ ଦ ମ୍ୟାଚ ପୁରସ୍କାର ଦିଆଯାଇଥିଲା ।
ପ୍ରଥମ ଇନିଂସରେ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଶତକ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ ହରାଇ ୧୯୧ ରନ କରିଥିଲା । ଜବାବରେ ଦିଲ୍ଲୀ ୧୯.୪ ଓଭରରେ ୧୯୩ ରନ କରି ମ୍ୟାଚ ବିଜୟ ହାସଲ କରିଥିଲା ।

Leave A Reply

Your email address will not be published.