OnaKhabar

ବେବି ପାଉଡରର ଉପକାରିତା

0 11

ଭୁବନେଶ୍ୱର: ଆମେ ସମସ୍ତେ ଜାଣନ୍ତି ଯେ ବେବି ପାଉଡର ପିଲାମାନଙ୍କ ପାଇଁ ବ୍ୟବହାର କରାଯାଏ । ଶିଶୁଙ୍କ ସ୍କ୍ରିନ ବହୁତ କୋମଳ ଥିବାରୁ ଏହି ପାଉଡରକୁ ବ୍ୟବହାର ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି । କିନ୍ତୁ ବେବି ପାଉଡରକୁ କେବଳ ଶିଶୁ ନୁହେଁ ଏମିତି କିଛି କାମରେ ଆସେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ କେଉଁ କେଉଁ କାମ ପାଇଁ ବେବି ପାଉଡରକୁ ବ୍ୟବହାର କରିପାରିବ ଜାଣିବା ।
୧) ଯଦି ଆପଣଙ୍କ କେଶ ଅଧିକ ତେଲିଆ ଅଛି, ଏହାକୁ ଶାମ୍ଫୁ କରିବା ପାଇଁ ଆପଣଙ୍କ ପାଖରେ ସମୟ ନାହିଁ, ତେବେ କେଶରେ କିଛି ବେବି ପାଉଡର ପାନିଆରେ ଲଗାଇ କୁଣ୍ଡାଇ ଦିଅନ୍ତୁ । ଏହା ଦ୍ୱାରା କେଶରୁ ତେଲ ଅଂଶ ଦୂର ହୋଇଯିବ । ଶାମ୍ଫୁ କରିବା ପରେ ଆପଣଙ୍କ କେଶ ସିଲ୍କି ଓ ସାଇନ ଦେଖାଯିବ ।
୨)ଖରାଦିନେ ଅନେକଙ୍କ ପାଦରୁ ଝାଳ ବାହାରି ଜୋତାରୁ ଦୁର୍ଗନ୍ଧ ଆସିଥାଏ । ଆପଣଙ୍କ କ୍ଷେତ୍ରରେ ଯଦି ଏମିତି ହେଉଛି, ତେବେ ବେବି ପାଉଡର ଜୋତା ଭିତରେ ପକାଇ ଦିଅନ୍ତୁ । ଦେଖିବେ କିଛି ସମୟପରେ ଆପଣଙ୍କ ଜୋତାରୁ ଦୁର୍ଗନ୍ଧ ପାହାରିବା ବନ୍ଦ ହୋଇଯିବ ।
୩) ଅନେକ ସମୟରେ ଅସାବଧାନତା ଯୋଗୁ ଆପଣଙ୍କ ମନପସନ୍ଦର ଡ୍ରେସ ବା ଅନ୍ୟ କପଡ଼ାରେ ତେଲ ପଡ଼ି ଦାଗ ହୋଇଯାଇଥାଏ । ଏହା ଦେଖିବାକୁ ଖରାପ ଲାଗିବା ସହ ଏଥିରୁ ତେଲିଆ ଗନ୍ଧ ମଧ୍ୟ ଆସିଥାଏ । କିଛି ବେବି ପାଉଡର ନେଇ ତେଲ ପଡ଼ିଥିବା ସ୍ଥାନରେ ଘସିଦିଅନ୍ତୁ । ଏହାପରେ କପଡ଼ାକୁ ସଫା କରିଦିଅନ୍ତୁ, ଦେଖିବେ ତେଲ ଦାଗ ସପୁର୍ଣ୍ଣ ଚାଲିଯିବ ।

Leave A Reply

Your email address will not be published.