OnaKhabar

ରିଲିଜ୍‌ ହେଲା ‘ଭାରତ’ ଫିଲ୍ମର ଟ୍ରେଲର, ପ୍ରଥମେ ଶାହାରୁଖ୍‌ ଖାନ୍‌ ଟ୍ୱିଟ କରି କହିଲେ ‘ବହୁତ ବଢ଼ିଆ ଭାଇ’

43

ମୁମ୍ବାଇ: ବହୁ ପ୍ରତିକ୍ଷୀତ ପରରେ ଆଜି ରିଲିଜ୍‌ ହୋଇଛି ଚର୍ଚ୍ଚିତ ଫିଲ୍ମ ‘ଭାରତ’ର ଟ୍ରେଲର। ଟ୍ରେଲର ରିଲିଜ୍ ହେବା ପରେ ସୋଶାଲ ମିଡିଆରେ ସଲ୍‌ମାନ୍‌ଙ୍କ ଫ୍ୟାନ୍‌ଙ୍କର ପ୍ରଶଂସାର ସୁଅ ଛୁଟିଛି । କିନ୍ତୁ ଟ୍ରେଲର ରିଲିଜ୍‌ ହେବା ମାତ୍ରେ ପ୍ରଥମେ ଯେଉଁ ଅଭିନେତା ଟ୍ୱିଟ୍‌ କରି ପ୍ରଶଂସା କରିଥିଲେ ସେ ହେଉଛନ୍ତି, ଶାହାରୁଖ୍‌ ଖାନ୍‌। କିଙ୍ଗ୍‌ ଖାନ୍‌ ସଲ୍‌ମାନ୍‌ଙ୍କ ଟ୍ରେଲରକୁ ଜବରଦସ୍ତ କହି ଟ୍ୱିଟ୍‌ କରିଥିଲେ। ସେ ଲେଖିଥିଲେ,‘ବହୁତ ବଢ଼ିଆ ଭାଇ’।
ଆହୁରି ଅନେକ ସେଲିବ୍ରିଟି ‘ଭାରତ’ର ଟ୍ରେଲର ରିଲିଜ୍‌ ହେବା ପରେ ସଲ୍‌ମାନ୍‌ ଖାନ୍‌ଙ୍କ କାମର ପ୍ରଶଂସା କରିଥିଲେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲି ଜଫର। ଫିଲ୍ମ ଈଦ୍‌ ଅବସରରେ ଜୁନ୍‌ ୫ରେ ରିଲିଜ୍‌ ହେବ। ଟ୍ରେଲର ଆସିବା ମାତ୍ରେ ସୋଶାଲ୍‌ ମିଡିଆରେ ‘ଭାରତ’ର ଫ୍ୟାନ୍ସ ବି ବେଷ୍ଟ ଟ୍ରେଲର ଆଖ୍ୟା ଦେଇ ସାରିଛନ୍ତି। ଏହାସହ ସଲ୍‌ମାନ୍‌ ଓ କ୍ୟାଟ୍ରିନାଙ୍କ ଯୋଡ଼ିକୁ ସମସ୍ତେ ଖୁବ୍‌ ପ୍ରଶଂସା କରୁଛନ୍ତି।