OnaKhabar

ଟେଲି ଦୁନିଆରେ ଦାମୀ ନାୟିକା, ଆସନ୍ତୁ ଜାଣିବା କେତେ ପାଉଣା ନିଅନ୍ତି ଏହି ଅଭିନେତ୍ରୀମାନେ….

0 21

ନୂଆଦିଲ୍ଲୀ : ପୂର୍ବରୁ ଟେଲି ଦୁନିଆରେ ପାରିଶ୍ରମିକ ପାଇବା ବହୁତ କଷ୍ଟକର ହେଉଥିଲା । କାରଣ ସେତେବେଳେ ସିରିୟଲ ଏତେ ମାତ୍ରାରେ ଡିମାଣ୍ଡ ନଥିଲା । କିନ୍ତୁ ବର୍ତ୍ତମାନ ଏହି ସିରିୟଲ ଗୁଡ଼ିକର ଲୋକପ୍ରିୟତା ବୃଦ୍ଧି ପାଇବା ସହିତ ମୁଖ୍ୟ ନାୟିକାମାନେ ବେଶ ଭଲ ରୋଜଗାର କରୁଥିବାର ଦେଖିବାକୁ ମିଳୁଛନ୍ତି । ସେମାନେ ମଧ୍ୟ ଫିଲ୍ମ ଷ୍ଟାରଙ୍କ ଭଳି ପପୁଲାର । ବିଗତ ଦିନର ପପୁଲାର ଟେଲି ଅଭିନେତ୍ରୀ ସ୍ମୃତି ଇରାନୀ ଆଜି କେନ୍ଦ୍ର ରାଜନୀତିରେ ଜଣେ ସଫଳ ବ୍ୟକ୍ତିତ୍ୱ । ଟିଭି କଳାକାରଙ୍କ ଲୋକପ୍ରିୟତା ଏବେ ଏତେ ବଢ଼ି ଗଲାଣି ଯେ, ଘରେ ଘରେ ସେମାନଙ୍କ ନାଁ ଶୁଣିବାକୁ ମିଳୁଛି । ସେମାନଙ୍କ ପାରିଶ୍ରମିକ ମଧ୍ୟ ସେହିଭଳି ଆକାଶ ଛୁଆଁ ହେବାର ଲାଗିଛି । ଭାରତୀୟ ଟିଭି ଇଣ୍ଡଷ୍ଟ୍ରିରେ ସର୍ବାଧିକ ପାରିଶ୍ରମିକ ନେଉଥିବା ଶ୍ରେଷ୍ଠ ଅଭିନେତ୍ରୀଙ୍କ ବିଷୟରେ କିଛି ।
୧.ସାକ୍ଷୀ ତନୱର- ଭାରତୀୟ ଟେଲି ଦୁନିଆର ସର୍ବକାଲୀନ ପ୍ରତିଷ୍ଠିତ ଅଭିନେତ୍ରୀ ସାକ୍ଷୀ ତନୱର । ‘କାହାନୀ ଘର ଘର କି’ର ପାର୍ବତୀ ଭାଟି ନାମରେ ସେ ଅଧିକ ପରିଚିତ । ‘ବଡ଼େ ଅଚ୍ଛେ ଲଗତେ ହେଁ’ରେ ରାମ କପୁରଙ୍କ ସହ ତାଙ୍କ କେମେଷ୍ଟ୍ରୀ ଦର୍ଶକଙ୍କ ମନ କିଣି ନେଇଥିଲା । ତାଲିକାରେ ସବୁଠୁ ବୟସ୍କା ଏହି ଅଭିନେତ୍ରୀ ଦୂରଦର୍ଶନରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ଟପ ଟେନ ସବୁଠୁ ମହାଙ୍ଗା ଅଭିନେତ୍ରୀ ତାଲିକାରେ ଶୀର୍ଷରେ ଅଛନ୍ତି ସାକ୍ଷୀ । ଏପିସୋଡ ପିଛା ସେ ୧ଲକ୍ଷ ୨୫ହଜାରରୁ ୧ଲକ୍ଷ ୫୦ହଜାର ପାରିଶ୍ରମିକ ନିଅନ୍ତି ।
୨.ଅଙ୍କିତା ଲୋଖଣ୍ଡେ- ସିରିୟଲ ‘ପବିତ୍ର ରିଶତା’ ରେ ତାରକୀୟ ପ୍ରଦର୍ଶନ ପାଇଁ ରାତାରାତି ଖ୍ୟାତି ଅର୍ଜନ କରିଥିଲେ ଅଙ୍କିତା ଲୋଖଣ୍ଡେ । ଟିଭି ସିନ ପାଇଁ ସମ୍ପୁର୍ଣ୍ଣ ନୂଆ ହୋଇଥିଲେ ହେଁ ଟ୍ୟାଲେଟଂ ଦୃଷ୍ଟିରୁ ତାଙ୍କ ସ୍ଥାନ ବହୁ ଉଚ୍ଚରେ । ଏହି ସିରିୟଲ ପାଇଁ ଏକାଧିକ ପୁରସ୍କାର ହାସଲ କରିଛନ୍ତି । ତନ୍ମଧ୍ୟରୁ ଉଲ୍ଲେଖଯୋଗ୍ୟ ହେଉଛି ଭାରତୀୟ ଟିଭି ଏକାଡେମି ସମ୍ମାନ, ଯେଉଁଥିରେ ଫେସ ଅଫ ଦ ଇୟର, ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ମହାରାଷ୍ଟ୍ରର ଏହି ସୁନ୍ଦରୀ ଜଣେ ଉଚ୍ଚକୋଟୀର ନୃତ୍ୟଶିଳ୍ପୀ । ଡ୍ୟାନ୍ସ ରିଆଲିଟି ଶୋ “ଝଲକ ଦିଖଲାଜା-ସିଜିନ-୪”ରେ ସେ ପ୍ରତିଯୋଗିତା କରିଥିଲେ । ପ୍ରତି ଏପିସୋଡରେ ଅଙ୍କିତା ୯୦ରୁ ୯୫ ହଜାର ଟଙ୍କା ନିଅନ୍ତି, ଯେଉଁଥିପାଇଁ ଟେଲି ଦୁନିଆରେ ଅନ୍ୟତମ ମହଙ୍ଗା ଅଭିନେତ୍ରୀ ପରିଚୟ ପାଇଛନ୍ତି ।
୩.ହିନା ଖାନ- ତାଲିକାରେ ୨ୟ ସ୍ଥାନରେ ଥିବା ହିନା ଟିଭି ସ୍କିନରେ ଅନ୍ୟତମ ସବୁଠୁ ସୁନ୍ଦରୀ ଅଭିନେତ୍ରୀ । ୨୦୧୩-୧୪ର ସେକ୍ସିଏଷ୍ଟ ଏସିଆନ ୱିମେନ ତାଲିକାରେ ସ୍ଥାନ ପାଇଥିବା ୫୦ଜଣ ସୁନ୍ଦରୀଙ୍କ ମଧ୍ୟରେ ହିନା ବି ଥିଲେ । ସେ ଜଣେ କାଶ୍ମିରୀ ଝିଅ । କାଶ୍ମିରୀ ପରିବେଶର ସରଳତା ଓ ଆକର୍ଷଣକୁ ସେ ନିଜ ଭୂମିକା ମାଧ୍ୟମରେ ପ୍ରଦର୍ଶନ କରିଛନ୍ତି । ‘ୟେ ରିସତା କ୍ୟା କହଲାତା ହୈ’ର ଅକ୍ସରା ହେଉଛି ଟେଳିଭିଜନରେ ସବୁଠୁ ତାଙ୍କର ସ୍ମରଣୀୟ ଭୂମିକା । ଟିଭି ଇଣ୍ଡର୍ଷ୍ଟ୍ରିରେ ତାଙ୍କର ମୂଲ୍ୟ ଏପିସୋଡ ପିଛା ୧ଲକ୍ଷରୁ ୧ଲକ୍ଷ ୨୫ହଜାର ଟଙ୍କା । ଏଥିପାଇଁ ସେ ତାଲିକାରେ ୨ୟ ସ୍ଥାନରେ ଅଛନ୍ତି ।
୪.ସନାୟା ଇରାନୀ- ଟିଭି ଦୁନିଆରେ ହାତ ଗଣତି ଅଭିନେତ୍ରୀଙ୍କ ମଧ୍ୟରୁ ସନାୟା ଇରାନୀ ଜଣେ, ଯିଏକି ରାତାରାତି ଷ୍ଟାର ପାଲଟି ଯାଇଛନ୍ତି । ‘ମିଲେ ଜବ ହମ ତୁମ’ ସିରିୟଲ ମାଧ୍ୟମରେ ପ୍ରଥମ ଥର ଟିଭି ସାମ୍ନାକୁ ଆସିଥିବା ଏହି ତନୁପାତଳୀ ରାତାରାତି ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଥିଲେ । ତାଙ୍କ ସରଳ ଓ ନିଷ୍ପାପ ମୁହଁ ଦେଖିଦେଲେ ଯେ କେହି ତାଙ୍କ ଆଡ଼କୁ ଢ଼ଳିଯାଉଥିଲା । ଏବେ ସେ ସବୁଠୁ ଗର୍ଜିୟସ ଟିଭି ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ । ‘ରଙ୍ଗରସିୟା’ରେ ରହିଣୀ ଭୂମିକାରେ ବାନ୍ଧିରଖିଛନ୍ତି ଭାରତୀୟ ଟିଭି ପ୍ରେମୀଙ୍କୁ । ସବୁଠୁ ମହଙ୍ଗା ଅଭିନେତ୍ରୀ ତାଲିକାରେ ୫ମ ସ୍ଥାନରେ ଥିବା ସନାୟା ଏପିସୋଡ ପିଛା ୭୫ ହଜାରରୁ ୮୦ ହଜାର ଟଙ୍କା ପାରିଶ୍ରମିକ ନିଅନ୍ତି ।
୫.ଦିବ୍ୟାଙ୍କା ତ୍ରୀପାଠି- ଟେଲିଭିଜନ ପ୍ରେମୀ ସନାୟରା ଇରାନୀ ଓ ନିଶା ଶର୍ମାଙ୍କ ପାଇଁ ଦିୱାନା ହେଲେ ମଧ୍ୟ ଦିବ୍ୟଙ୍କା ତ୍ରିପାଠୀଙ୍କ ଭଳି ଅନୁଭବି ଅଭିନେତ୍ରୀଙ୍କ ଦବଦବା ବି କିଛି କମ ନୁହେଁ । ‘ୟେ ହୈ ମୋହବତ’ର ମୁଖ୍ୟ ନାୟିକା ଇଶିତା ଭୂମିକା ପାଇଁ ସେ ଆଜି ଘରେ ଘରେ ପରିଚିତ । ଏଥିପାଇଁ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ମଧ୍ୟ ହୋଇଛନ୍ତି । ଦିବ୍ୟଙ୍କା ଜଣେ ଉଚ୍ଚକୋଟୀର ନୃତ୍ୟଶିଳ୍ପୀ । ରିଆଲିଟି ଶୋ ନଚ ବଲିୟେ-୮ ରେ ସ୍ୱାମୀ ବିବେକଙ୍କ ସହ ସେ ଅଂଶଗ୍ରହଣ କରିଥିଲେ । ଜଣେ ପପୁଲାର ଟିଭି ଷ୍ଟାର ଭାବେ ଏପିସୋଡ ପିଛା ୮୦ ର ୮୫ ହଜାର ଟଙ୍କା ସେ ପାରିଶ୍ରମିକ ନିଅନ୍ତି । ଏଥିପାଇଁ ସେ ତାଲିକାର ୪ର୍ଥ ସ୍ଥାନରେ ସ୍ଥାନ ପାଇଛନ୍ତି ।

https://www.onakhabar.com/2019/04/popular-tv-artistes-honoured-with-dadasaheb-phalke-award/

Leave A Reply

Your email address will not be published.