OnaKhabar

ଶେଷରେ ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ସ୍ୱଳ୍ପ ଆଶ୍ୱସ୍ଥି, ଦୁଷ୍କର୍ମ କରିଥିବା ମାମୁଁ ଭଣଜା ଗିରଫ, ସେପଟେ ମୁଖ୍ୟ ଅଭିଯୁକ୍ତ ଫେରାର

0 9

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି । ତେବେ ଏପରି ଲଜ୍ଜ୍ୟଜନକ ଘଟଣା ଅନ୍ୟ ଜିଲ୍ଲାରେ ପ୍ରବଳ ହେଉଥିବା ବେଳେ ଏବେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଜୋରସୋରରେ ହେଉଥିବାର ଦେଖିବାକୁ ମିଳୁଛି । ତେବେ ଆଜି ସେହିପରି ଏକ ଲଜ୍ଜ୍ୟଜନକ ଘଟଣା ସାମନାକୁ ଆସିଛି । ଜଣେ ଯୁବତୀଙ୍କୁ ଅପହରଣ କରି ବଳାତ୍କାର କରି ଦୁଇ ମାମୁଁ ଭଣଜା ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରି ଘୃଣ୍ୟକାଣ୍ଡ ଖଣ୍ଡଗିରି ଥାନା ଅନ୍ତର୍ଗତ ହୋଇଥିବା ଜଣା ପଡିଛି । ଏହି ଘୃଣ୍ୟ କାଣ୍ଡ କରିଥିବା ଦୁଇ ମାମୁଁ ଭଣଡା ହେଲେ ମଚେଂଶ୍ୱର ଥାନା ଅନ୍ତର୍ଗତ ଇଞ୍ଝଣା ଗ୍ରାମର ୪୨ ବର୍ଷୀୟ ତ୍ରିଲୋଚନ ପ୍ରଧାନ ଓ ମଚେଂଶ୍ୱରର ୨୧ବର୍ଷୀୟ ଭଣଜା ପଙ୍କଜ ମହାନ୍ତି । ତେବେ ଏହି ଅପହରଣ ଓ ବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତ ତ୍ରିଲୋଚନଙ୍କ ପୁଅ ପିଟୁଂ ଓରଫ ତପନ ପ୍ରଧାନ ଫେରାର ଥିବା ସୂଚନା ମିଳିଛି । ତାକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।
ପୁଲିସ ସୂଚନା ଅନୁଯାୟୀ, ଚନ୍ଦକା ଥାନା ଅଚଂଳରେ ୧୯ବର୍ଷିୟା ରିମାଲି(ଛଦ୍ମନାମ) ଘର ନିକଟରେ ଅଭିଯୁକ୍ତ ତପନଙ୍କ ଭଉଣୀ ବାହା ହୋଇଛନ୍ତି । ଭଉଣୀ ଘରକୁ ଯିବା ଆସିବା ସମୟରେ ତପନଙ୍କ ରିମାଲିଙ୍କ ସହିତ ସପଂର୍କ ଯୋଡ଼ି ହୋଇଥିଲା । ଥରେ ସେମାନେ ପୁରୀ ବୁଲିବାକୁ ଯାଇଥିଲେ । ପୁରୀ ସମୂଦ୍ରକୂଳର ବୁଲିବା ବେଳର ଦୃଶ୍ୟକୁ ତପନ ମୋବାଇଲରେ ସୁଟ କରିଥିଲେ । ପରେ ତପନ ରିମାଲିଙ୍କୁ ବ୍ଲାକ୍ମେଲିଂ କରିବା ଆରମ୍ଭ କରି ଦେଇଥିଲେ । ସପ୍ତାହକ ତଳେ ତପନ ରିମାଲିଙ୍କୁ କଳିଙ୍ଗ ଷ୍ଟୁଡିଓ ଛକକୁ ଡ଼ାକିଥିଲେ । ସେଠାରୁ ତାଙ୍କୁ କାରରେ ଅପହରଣ କରି ନେଇଥିଲେ । ତାଙ୍କୁ ପୁରୀରେ ଏକ ଲଜରେ ରଖି ବଳାତ୍କାର କରିଥିଲେ । ତେବେ ରିମାଲିଙ୍କ ସହ ସର୍ପକଙ୍କୁ ତପନଙ୍କ ପରିବାର ଲୋକେ ବିରୋଧ କରିଥିଲେ । ସେମାନେ ପୁରୀରେ ପହଁଚିଂ ଉଭୟଙ୍କୁ ଦୁଇଟି କାରରେ ନେଇ ଆସିଥିଲେ । ଅଧା ବାଟରେ ଉତରା ଛକ ନିକଟରେ ରିମାଲିଙ୍କୁ କାରରୁ ଠେଲି ଦେଇଥିଲେ ।
ଏହି ଖବର ପାଇ ତପନ ରିମାଲିଙ୍କୁ ନେଇ ଚନ୍ଦ୍ରଶେଖରପୁରରେ ଏକ ଲଜରେ ରଖିଥିଲେ । ତା’ପରେ ତାଙ୍କୁ ଛାଡ଼ି ତପନ ଫେରାର ହୋଇ ଯାଇଥିଲେ । ତପନଙ୍କ ବାପା ତ୍ରିଲୋଚନ ଉକ୍ତ ଲଜରେ ପଡଁଚିଂ ରିମାଲିଙ୍କୁ ଗାଳି ଗୁଲଜ କରିବା ସହ ସେଠାରୁ ତାଙ୍କୁ ନେଇ ଷ୍ଟୁଡିଓ ଛକରେ ଛାଡ଼ି ପଳାଇଥିଲେ । ପ୍ରତାରଣାରେ ଶୀକାର ହୋଇଥିବା ରିମାଲି ଏନେଇ ପ୍ରଥମେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଖଣ୍ଡଗିରି ଥାନା ପୁଲିସ ତାଙ୍କୁ ମଚେଂଶ୍ୱର ଥାନାକୁ ପଠାଇ ଦେଇଥିଲେ । ମଚେଂଶ୍ୱର ଥାନା ପୁଲିସ ରିମାଲିଙ୍କୁ ଫେରାଇବା ପରେ ପୁଣି ସେ ଆସି ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁ କରି ତପନଙ୍କ ବାପା ତ୍ରିଲୋଚନ ଓ ମାମୁଁ ପୁଅ ଭାଇ ପଙ୍କଜଙ୍କୁ ଗିରଫ କରି ଆଜି କୋର୍ଟ ଚାଲଣ କରିଥିଲା । ଜାମିନ ନାମାଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ମୁଖ୍ୟ ଅଭିଯୁକ୍ତ ତପନ ଫେରାର ହୋଇଯାଇଛି । ତାଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଥିବା ପୁଲିସ କହିଛି ।

https://www.onakhabar.com/2019/04/tribal-gril-gang-raped-in-debagarh/

Leave A Reply

Your email address will not be published.