OnaKhabar

ଆସନ୍ତା ୨୪ଘଣ୍ଟା ମଧ୍ୟରେ ୫ଟି ଜିଲ୍ଲାରେ କାଳବୈଶୀଖୀର ହେବ ତାଣ୍ଡବ, ସର୍ତକ କଲା ପାଣିପାଗ ବିଭାଗ

0 9

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ୫ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ଓ ଝଡ ସାଙ୍ଗକୁ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ଝଡବର୍ଷା ସମୟରେ ଘଣ୍ଟାପ୍ରତି ୩୦ରୁ ୪୦କିମି ବେଗରେ ପବନ ବହିବ ବୋଲି ଜଣା ପଡିଛି । ତେଣୁ ପାଣିପାଗ କେନ୍ଦ୍ର ରାଜ୍ୟର ୫ଟି ଜିଲ୍ଲାକୁ ଏନେଇ ସତର୍କ ସୂଚନା ଜାରି କରିଛି । ସମ୍ପୃକ୍ତ ଜିଲ୍ଲାଗୁଡିକ ହେଲା ନବରଙ୍ଗପୁର,କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ନୂଆପଡ଼ା ଆଦି | ତେଣୁ ଏହି ଝଡ଼ବର୍ଷା ସମୟରେ ଏହି ୫ଟି ଜିଲ୍ଲାବାସୀ ଘରୁ ବାହାରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ରିପୋର୍ଟରୁ ପ୍ରକାଶ ପାଇଛି ।
ତେବେ ୨୩ ଓ ୨୪ ତାରିଖରେ ବି କାଳବୈଶାଖୀ ଆଶଙ୍କା ରହିଛି । ୨୫ ପରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଅନୁମାନ କରାଯାଉଛି । ୨୩ରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଗଞ୍ଜାମ,କନ୍ଧମାଳ, ରାୟଗଡ଼ା ଓ ୨୪ରେ ମୟୁରଭଞ୍ଜ, କେନ୍ଦୁଝର, କନ୍ଧମାଳ, କୋରାପୁଟ, ରାୟଗଡ଼ା ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି ।

https://www.onakhabar.com/2019/04/six-rooms-gutted-in-a-fire-mishap-at-tulasipur-village/

 

Leave A Reply

Your email address will not be published.