OnaKhabar

ସଡ଼କ ଦୁର୍ଘଟଣାରେ ବାପା ମୃତ, ଦୁଇ ଝିଅ ଗୁରୁତର 

0 26

କଟକ: କଟକ କ୍ୟାଟଂନମେଟଂ ଥାନା ଅଚଂଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ କଲେଜ ଛକ ଅଚଂଳର ମୃତ୍ୟୁଞ୍ଜୟ କେଶରୀ ପଟ୍ଟନାୟକ ।
ଘଟଣାରୁ ପ୍ରକାଶ, ରବିବାରି ମୃତ୍ୟୁଞ୍ଜୟ ତାଙ୍କ ଦୁଇ ଝିଅଙ୍କୁ ଧରି ସ୍କୁଟିରେ ଟ୍ୟୁସନ୍ରୁ ଫେରୁଥିବା ବେଳେ ଏକ ହୋଣ୍ଡା କାର୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ମୃତ୍ୟୁଞ୍ଜୟଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ଘଟାଇଥିବା କାର ଡ୍ରାଇଭରକୁ ପୁଲିସ କାବୁ କରିଥିବା ଜମାପଡିଛିି । ଦୁର୍ଘଟଣା ଘଟାଇଥିବା କାରକୁ ମଧ୍ୟ ପୁଲିସ ଜବତ କରିଛି । ଦୁର୍ଘଟଣା ଘଟିବା ପରେ ଲୋକେ ମୋବାଇଲରେ ଦୃଶ୍ୟ ଉତଳନ କରିଥିଲେ । କାର ଭିତରୁ ବିପୁଳ ପରିମାଣର ବିଜେଡି ପତାକା ସହିତ ଖାଲି ମଦ ବୋତଲ ଥିବା ଭିଡିଓ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓରୁ ଜଣା ପଡ଼ୁଛି କାରଟି ବିଜେଡି ପ୍ରଚାରରେ ଲାଗିଯାଉଥିବାର ଜଣାପଡିଛି ।

https://www.onakhabar.com/2019/04/youth-murdered-in-boudha/

Leave A Reply

Your email address will not be published.